Pratidin TV

Odisha's Digital News Platform

(ଭିଡିଓ)ଖୋର୍ଦ୍ଧା ଅପହରଣ ପରେ ହତ୍ୟା ମାମଲା : ପ୍ରେମ ପାଇଁ ସାଙ୍ଗର ମୃତ୍ୟୁ ଯୋଜନା କରିଥିଲା ସାଙ୍ଗ ..

1 min read

ବାଲୁଗାଁ : ସାମ୍ନାକୁ ଆସିଲା ୨୩ ତାରିଖ ଦିନ ଟ୍ୟୁସନ ଯାଇ ଅପହରଣ ହୋଇଯାଇଥିବା ଯୁକ୍ତ୨ ବିଜ୍ଞାନ ଛାତ୍ର ଆଶୁତୋଷ ମୃତ୍ୟୁର ପୁରା ସତ । ଖୋର୍ଦ୍ଧାଜିଲ୍ଲା ବାଣପୁର ଥାନାଅନ୍ତର୍ଗତ ବଡହନ୍ତୁଆଡ଼ ନିକଟ ଖମାର ସାହିର ଆଶୁତୋଷ ମହାପାତ୍ରଙ୍କୁ ଅପହରଣକରି ହତ୍ୟା କରାଯାଇଛି।ସୂଚନାଯୋଗ୍ୟ ଯେ ବାଣପୁର ପଲଟନ ପଡ଼ିଆ ନିକଟ ଖମାର ସାହିର ପ୍ରଶାନ୍ତ ମହାପାତ୍ରଙ୍କ ପୁଅ ଆଶୁତୋଷ ମହାପାତ୍ର ଜାନୁଆରୀ ୨୩ ତାରିଖ ଦିନ ଟ୍ୟୁସନ ଯାଇ କୁଆଡେ ନିଖୋଜ ହୋଇଯାଇଥିଲା । ୧.୩୦ ସମୟରେ ଆଶୁଥୋଷ ନିଜ ମାଁଙ୍କ ସହ କଥାହୋଇଥିଲେ । କିନ୍ତୁ ସନ୍ଧ୍ୟ ହୋଇଯାଇଥିଲେ ମଧ୍ୟ ସେ ଘରକୁ ଫେରିନଥିଲେ । ଏନେଇ ଘରଲୋକ ଆଶୁଥୋଷକୁ ଫୋନ କରିଥିଲେ ମଧ୍ୟ ତାଙ୍କ ଫୋନ ସୁଇଚ୍ ଅଫ୍ ହୋଇଯାଇଥିଲା । ଏହାପରେ ବାଣପୁର ଥାନାରେ ପରିବାର ପକ୍ଷର ଲିଖିତ ଅଭିଯୋଗ କରାଯାଇଥିଲା।

ଏହାପରେ ଆଶୁତୋଷଙ୍କ ଫୋନ ରୁ ବାପାଙ୍କ ନଂକୁ ଏକ ମେସେଜ୍ ଆସିଥିଲା । ଯେ ୫ ଲକ୍ଷ ଟଙ୍କା ଦେଲେ ଆଶୁତୋଷକୁ ଛଡାଯିବ । ।ଏହି ଆଧାରରେ ବାଣପୁର ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିବାବେଳେ ଅନେକ ସ୍ଥାନରେ ଚଢ଼ାଉ କରି ଅନେକ ବ୍ୟକ୍ତିଙ୍କୁ ଜେରା କରିଥିଲା।ଏବଂ ଦୀକ୍ଷିତପଡା ଗ୍ରାମର ଆଶୀର୍ବାଦ ପ୍ରଧାନ ଓରଫ କାହ୍ନାକୁ ଅଟକ ରଖିଥିଲେ । ଦୀକ୍ଷିତପଡ଼ା ଗ୍ରାମରେ ବନ୍ଦଥିବା ଆଶୀର୍ବାଦ ପ୍ରଧାନର ଅର୍ଧନିର୍ମିତଘରର ପଛପାଖ କୂଅରୁ ନିଖୋଜ ଆଶୁତୋଷର ମୃତଦେହକୁ ବାଣପୁର ପୋଲିସ ଉଦ୍ଧାର କରିଛନ୍ତି।ଏବଂ ବନ୍ଦ ଥିବା ଘର ମାଲିକଙ୍କ ପୁଅ ଆଶୀର୍ବାଦ ପ୍ରଧାନ ଓରଫ କାହ୍ନାକୁ ଉକ୍ତ ଘଟଣାରେ ଗିରଫ କରିଛି ।ଏହାପରେ ଆର୍ଶୀବାଦ ନିଜ ମୁହଁରେ ସବୁ ସତ ଓଗାଳିଛି । କାହୀଂକି ଏବଂ କେମିତି ସେ ଆଶୁତୋଷକୁ ହତ୍ୟା କରିଥିଲା ।

Advertisement

ଆଶୀର୍ବାଦ ପ୍ରଧାନ ଏବଂ ଆଶୁତୋଷ ଦୁହେଁ ସାଙ୍ଗ ଅଟନ୍ତି । ଆର୍ଶୀବାଦ ଉକ୍ତ ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ହେଲେ ଆଶୋତୋଷଙ୍କ ପାଇଁ ତାଙ୍କ ପ୍ରେମ କୌଣସି କାରଣ ବସତ ଭାଙ୍ଗିଯାଇଥିଲା । ଯେଉଁଥିପାଇଁ ଆଶୁତୋଷକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା ଆର୍ଶୀବାଦ । ଗତ ଶନିବାର ସନ୍ଧ୍ୟାରେ ଆଶୁତୋଷ ଟିଉସନ ସାରି ଘରକୁ ଫେରିବା ସମୟରେ କୌଶଳ କ୍ରମେ ଆର୍ଶୀବାଦ ତାଙ୍କୁ ଡାକିନେଇ ମଦ ପିଇଆଦେଇଥିଲା । ଏହାପରେ ଏକ ରଶି ସହାୟତାରେ ଆଶୁତୋଷର ତଣ୍ଟି ଚିପି ହତ୍ୟା କରିଥିଲା । ଏବଂ ପରେ ଘର ପଛରେ ଥିବା ଏକ ବନ୍ଦ କୁଅରେ ଆଶୁତୋଷକୁ ନେଇ ଫିଙ୍ଗିଦେଇଥିଲା । ଯାହା ସେ ପୋଲିସ ଆଗରେ ମାନିଛି । ଏବଂ ଏସବୁ କେମିତି କରିଥିଲା ତାହା ପୋଲିସ ଆଗରେ ଦେଖାଇଥିଲା ।

Leave a Reply

Your email address will not be published. Required fields are marked *