Pratidin TV

Odisha's Digital News Platform

ସାମ୍ନାକୁ ଆସିଲା ଅଧ୍ୟାପିକାଙ୍କ କଳାକାରନାମା ; କଲେଜରେ ତାଲା ଝୁଲାଇ , ଧାରଣା ବସିଲେ ଛାତ୍ରଛାତ୍ରୀ ..

1 min read

ବୌଦ୍ଧ : ହରଭଙ୍ଗା ବ୍ଲକ ପୁରୁଣାକଟକ ଭୈରବୀ କନିଷ୍ଟ ମହାବିଦ୍ୟାଳୟ ର ଶିକ୍ଷାବିଭାଗ ଅଧ୍ୟାପିକା ଛାତ୍ରଛାତ୍ରୀ ଙ୍କୁ ପ୍ରାକ୍ଟିକାଲ ରେ ପାସ କରାଇବା ପାଇଁ ଟଙ୍କା ମାଗୁଥିବାରୁ ଏହାର ପ୍ରତିବାଦ ରେ ବୁଧବାର ଦିନ କଲେଜ ସମ୍ମୁଖର ମୁଖ୍ୟ ଫାଟକ ରେ ତାଲା ପକାଇ ଛାତ୍ରଛାତ୍ରୀ ଧାରଣା ରେ ବସିଥିବା ଦେଖିବାକୁ ମିଳିଥିଲା lଏନେଇ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ପୂର୍ବରୁ ବୌଦ୍ଧ ଉପଜିଲ୍ଲାପାଳ ଙ୍କୁ ଦେଇଥିବା ଅଭିଯୋଗ ଅନୁଯାୟୀ ଉକ୍ତ ମହାବିଦ୍ୟାଳୟ ର ଶିକ୍ଷା ବିଭାଗର ଅଧ୍ୟାପିକା ଧରିତ୍ରୀରାଣୀ କାନୁନଗୋ ଶିକ୍ଷା ବିଭାଗ ରେ ପ୍ରାକ୍ଟିକାଲ ନେଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଉକ୍ତ ବିଷୟ ରେ ପାସ କରାଇ ଦେବୀ ଏବଂ ଜଣପିଛା ୪୦୦ ଟଙ୍କା ଲେଖାଏଁ ଦିଅ, ନଚେତ ତୁମ ଆଗାମୀ ଭବିଷ୍ୟତ ଖରାପ ହେବ ବୋଲି ଧମାକାଇଥିଲେ l

Advertisement

ଅଧ୍ୟାପିକାଙ୍କ ଏଭଳି ଚାନ୍ଦା ଅସୁଲ କଥା କୁ ବିରୋଧ କରି ପୂର୍ବରୁ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ବୌଦ୍ଧ ଉପଜିଲ୍ଲାପାଳ, ଥାନା ରେ ଲିଖିତ ଭାବେ ଜଣାଇଥିଲେ l ପରେ ଘଟଣାର ତଦନ୍ତ ପାଇଁ ଡେପୁଟି କଲେକ୍ଟର ମହାବିଦ୍ୟାଳୟ ଆସି ଶିଥିଳ ତଦନ୍ତ କରିଫେରୀ ଯାଇଥିଲେ l ତଦନ୍ତ ପରେ ମଧ୍ୟ୍ୟ ପୁନର୍ବାର ଅଧ୍ୟାପିକା ଛାତ୍ରଛାତ୍ରୀ ଙ୍କୁ ଟଙ୍କା ମାଗିବା ଆରମ୍ଭ କରିବାରୁ ସେନେଇ ଛାତ୍ରଛାତ୍ରୀ ମାନେ ଅଧ୍ୟାପିକାଙ୍କ କାର୍ଯ୍ୟା ରେ ଅସନ୍ତୋଷ ପ୍ରକାଶ କରି ବୁଧବାର ଦିନ କଲେଜ ତାଲା ପକାଇ ଧାରଣାରେ ବସିରହିଥିଲେ l

ଏନେଇ ଅଧ୍ୟାପିକା ଧରିତ୍ରୀ ରାଣୀ କାନୁନଗୋଙ୍କୁ ଘଟଣା ସମ୍ପର୍କ ରେ ପଚାରିବାରୁ ଛାତ୍ରଛାତ୍ରୀ ଙ୍କ ଅଭିଯୋଗ ସମ୍ପୂର୍ଣ ମିଥ୍ୟା,ମୁଁ କୌଣସି ପିଲାଠୁ ଟଙ୍କା ନେଇନି କି ମାଗିନୀ ବୋଲି ନିଜର ପ୍ରତିକ୍ରିୟା ରଖିଥିବା ବେଳେ ଅନ୍ୟପଟେ ତୁରନ୍ତ ଘଟଣାର ତଦନ୍ତ ସହ ଅଧ୍ୟାପିକାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ମହାବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କ ଭିତରେ ଦାବୀ ହେବା ସହିତ ଟଙ୍କା ନେଇଥିବାର ଭିଡ଼ିଓ ମଧ୍ୟ ଉତ୍ତାଳନ ହେଉଛି l

Leave a Reply

Your email address will not be published. Required fields are marked *