Pratidin TV

Odisha's Digital News Platform

ବଲିଉଡ୍‌ରୁ ଦୁଃଖଦ ଖବର : ହସ୍ପିଟାଲରେ ଭର୍ତ୍ତି ହେଲେ ବରିଷ୍ଠ ଅଭିନେତା ‘ଅନୁ କପୁର’

1 min read

ମୁମ୍ବାଇ : ଅଭିନେତା ଅନୁ କପୁର ଅସୁସ୍ଥ ହୋଇପଡିଥିବା ସୂଚନା ମିଳିଛି । ଛାତିରେ ଯନ୍ତ୍ରଣା ଯୋଗୁଁ ହସ୍ପିଟାଲରେ ଭର୍ତ୍ତି । ତାଙ୍କୁ ଦିଲ୍ଲୀ ଗଙ୍ଗାରାମ ହସ୍ପିଟାଲର କାର୍ଡିଓଲୋଜୀ ଡିପାର୍ଟମେଣ୍ଟ (ହୃଦରୋଗ ବିଭାଗ)ର ଡାକ୍ତରମାନେ ଚିକିତ୍ସା କରୁଛନ୍ତି ।

Advertisement

ଅନୁ କପୁରଙ୍କ ମ୍ୟାନେଜରଙ୍କ ସୂଚନା ମୁତାବକ, ତାଙ୍କୁ ଚେଷ୍ଟ କଞ୍ଜେସନ୍ ହୋଇଥିଲା । ଯେଉଁଥିପାଇଁ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ତାଙ୍କ ଅବଜରଭେସନରେ ରଖାଯାଇଛି । ହେଲେ ତାଙ୍କ ସ୍ୱାସ୍ଥାବସ୍ଥା ଭଲ ଥିବା କୁହାଯାଇଛି ।

୯୦ ଦଶକରେ ଟିମରେ ପ୍ରସାରିତ ଲୋକପ୍ରିୟ କାର୍ଯ୍ୟକ୍ରମ ଅନ୍ତାକ୍ଷରୀରେ ସେ ଉପସ୍ଥାପକ ଭାବେ କାମକରି ନାଁ କମାଇଥିଲେ । ୨୦୧୨ରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ଭିକ୍କି ଡୋନର, ୨୦୧୭ରେ ରିଲିଜ ହୋଇଥିବା ଜଲି ଏଲଏଲବି-୨ରେ ସେ ଅକ୍ଷୟ କୁମାରଙ୍କ ସହ ଅଭିନୟ କରିଥିଲେ ।

Leave a Reply

Your email address will not be published. Required fields are marked *