Pratidin TV

Odisha's Digital News Platform

(ଭିଡିଓ)ମାତ୍ର ୨୩ ବର୍ଷ ବୟସରେ ପ୍ରେରଣା ବନିଲେ ଡାକ୍ତର ଅକ୍ଷିତା IAS ; ୧୪ ଘଣ୍ଟା ରୋଗୀ ଚିକିତ୍ସା ପରେ କରୁଥିଲେ ଏଭଳି ପ୍ରସ୍ତୁତି …

1 min read

ନୂଆଦିଲ୍ଲୀ : କୁହାଯାଏ ଯେ ଯଦି ତୁମେ ନିଜ ସ୍ୱପ୍ନକୁ ପୁରଣ କରିବା ପାଇଁ ଚାହୁଁଛ ତେବେ ଏକାଗ୍ରତା ଓ ଧୌର୍ଯ୍ୟ ନିହାତି ଆବଶ୍ୟକ । ଯାହା ଜଣେ କଲେକ୍ଟରଙ୍କ ପାଖରେ ରହିବା ନିହାତି ଦରକାର । କିନ୍ତୁ ଜଣେ ଡାକ୍ତର ହୋଇ ନିଜ ଡ୍ୟୁଟି ସହ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଏବଂ ସେଥିରେ ସଫଳ ହେବା ଅତ୍ୟନ୍ତ କଷ୍ଟକର ଓ ଅସମ୍ଭବ କାମ । କିନ୍ତୁ ଏପରି ଏକ ଅସମ୍ଭବ କାମକୁ ସମ୍ଭ କରି ଝିଅ ମାନଙ୍କ ପାଇଁ ପ୍ରେରଣ ସାଜିଛନ୍ତି ଡାକ୍ତର ଅକ୍ଷିତା ଗୁପ୍ତା । ଯିଏକି ୨୦୨୦ ରେ ୟୁପିଏସସି ପାସ୍ କରି ୬୯ ତମ ମାନ୍ୟତା ପାଇଥିଲେ ।

ପ୍ରଥମ ପ୍ରୟାସରେ ଅକ୍ଷିତା ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେ ୟୁପିଏସସି ୨୦୨୦ ରେ ୫୦୦ ମାର୍କ ମଧ୍ୟରୁ ୨୯୯ ପାଇଥିଲେ । ଆସନ୍ତୁ ଜାଣିବା ଅକ୍ଷିତାଙ୍କ ପ୍ରେରଣାଦାୟକ କାହାଣୀ ଯିଏ ୨୩ ବର୍ଷ ବୟସରେ ଆଇଏଏସ୍ ହୋଇଥିଲେ । ୟୁପିଏସସି ପରୀକ୍ଷା ପାଇଁ ୧୪ ଘଣ୍ଟା କାମ କରିଥିଲେ । ଅକ୍ଷିତା ଡାକ୍ତରଖାନାରେ ଦିନକୁ ୧୪ ଘଣ୍ଟା । କାମ କରିବା ସହିତ ସେ ୟୁପିଏସସି ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ ହେଉଥିଲେ । ଯେତେବେଳେ ସେ ବିରତି ପାଇଲେ ସେ ଅଧ୍ୟୟନ କରୁଥିଲେ । ଏକ ଇଚ୍ଛାଧୀନ ବିଷୟ ବାଛିବା ୟୁପିଏସସି ପରୀକ୍ଷାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

Advertisement

ଏହାର ପ୍ରସ୍ତୁତି ପାଇଁ ସେ ଏକ ମାଷ୍ଟର ଟ୍ରିକ୍ ଗ୍ରହଣ କରିଥିଲେ । ସେ ଏପରି ବିଷୟଗୁଡିକ ବାଛିଲେ, ଯାହା ଚିକିତ୍ସା ସହିତ ଜଡିତ ଥିଲା । ଯାହା ଅଧ୍ୟୟନରେ ତାଙ୍କୁ ସାହାଯ୍ୟ କଲା । ଆଉ ଏହା ପରେ କଠିନ୍ ପରିସ୍ଥିତିରେ ପରୀକ୍ଷା ଦେଇ ସେ ହୋଇଗଲେ ଆଇଏଏସ୍ । ଯାହାକୁ ନେଇ ତାଙ୍କ ପରିବାର ଲୋକ ବେଶ୍ ଉତ୍ସାହିତ ।

Leave a Reply

Your email address will not be published. Required fields are marked *