(ଭିଡିଓ) ୮୨ ବର୍ଷ ବୟସରେ ବି ସୁନ୍ଦରୀ ମାଉସୀ ଅଛନ୍ତି ଫିଟ୍ , କହିଲେ ଆଜିଯାଏ ବଜାରର ଔଷଧ ଖାଇନାହିଁ କି ଆମିଷ …..
1 min readକେନ୍ଦ୍ରାପଡା : ୮୨ବର୍ଷ ପରେ ବି ସକ୍ଷମ ସୁନ୍ଦରୀ ପରିଡା। ବୋହୂ କରି ଯାହାକୁ ଆଣିଥିଲା ସେ ଘରର କିଛି କାମ ସମ୍ଭାଳୁନି । ବାଧ୍ୟ ହୋଇ ଶେଷରେ ଘରର ମସସ୍ତ ଭାର ସମ୍ଭାଳିଛି ସୁନ୍ଦରୀ ମାଉସୀ । ବୟସର ଅପରାହ୍ନ ରେ ହାରିଯାଇନାହାଁନ୍ତି କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ କୁହୁଡି ପଂଚାୟତ ପସ୍ତା ଗାଁ ର ସୁନ୍ଦରୀ ପରିଡା ।
ସ୍ୱାମୀ ଧ୍ରୁବ ମୃତ୍ୟୁବରଣ କରିବାର ଦୀର୍ଘ 20ବର୍ଷ ପରେବି ଭାଙ୍ଗି ପଡ଼ିନାହାନ୍ତି ବୃଦ୍ଧା l ବିନାସହାୟତାରେ ସିଧା ଅଣ୍ଟା ସଳଖି ଚାଲିବା ସହିତ ଗୃହର ଯାବତୀୟ କାର୍ଯ୍ୟ କରୁଛନ୍ତି l ସ୍ୱଳ୍ପ ଆହାରି ବୃଦ୍ଧା ଆମିଷ ପ୍ରିୟ ହୋଇବି କେବଳ ମାଛ ବ୍ୟତୀତ ଆଜି ପର୍ଯ୍ୟନ୍ତ କେବେ ମାଂସ, ଅଣ୍ଡା, ଫାଷ୍ଟ ଫୂଡ଼ କିମ୍ବା ହୋଟେଲ ଖାଦ୍ୟ ଖାଇନାହାନ୍ତି l ଆଉ ହେତୁ ପାଇଲା ଦିନରୁ ଏଯାବତ କେବେବି ସାବୁନ, ସାମ୍ପୋ ଆଦି କସମେଟିକ ଅନ୍ୟାନ୍ୟ କିଛି ତେଲ ବ୍ୟବହାର କରନ୍ତି ନାହିଁ l ଘରେ ପ୍ରସ୍ତୁତ ନଡ଼ିଆ ତେଲ ମୁଣ୍ଡରେ ଲଗାଉ ଥିବା ବେଳେ ସାଧାରଣରେ ଔଷଧ ସେବନ ଠାରୁ ଆଜିବି ଦୂରରେ l
କୁହନ୍ତିକି ସେ ସମୟରେ ବିବାହ ପରେ ଶାଶୁ ଘରକୁ ଆଣି ଥିବା କସମେଟିକ ଗୁଡିକୁ କିଛି ଦିନ ପରେ ପଡୋଶୀ ଙ୍କୁ ବାଣ୍ଟି ଦେଇଥିଲେ l ନିଜର ଖାଦ୍ୟପେୟ,ଆଚାର ବ୍ୟବହାର ପ୍ରସ୍ତୁତ ତୈଳ ସେବନ ଦ୍ୱାରା ଆଜିବି ସକ୍ଷମ ଓ କଳା କେଶ ର ଅଧିକାରିଣୀ l ଚମ ସିନା ଧୁଡୁ ଧୁଡୁ ହେଲାଣି ମୁଣ୍ଡ ର ଘଞ୍ଚ କେଶ ଆଜିବି କଳା ମୁଚୁ ମୁଚୁ ହୋଇ ରହିଛି l ଆହୁରି ମଧ୍ୟ ବଡ଼ ଭଉଣୀ 85 ବର୍ଷ ବୟସରେ ମୃତ୍ୟୁ ହେଲା ବେଳକୁ ମୁଣ୍ଡ କେଶ ସମ୍ପୂର୍ଣ୍ଣ କଳା ଥିବାର ବୃଦ୍ଧା କହନ୍ତି l ସେହିଭଳି 82 ବର୍ଷ ପରେ ବି ବୃଦ୍ଧା ଙ୍କ ସୁସ୍ଥତା, କାର୍ଯ୍ୟକ୍ଷମତା ,ମୁଣ୍ଡ କେଶର ରଙ୍ଗ କୈଶୋର ବୟସ ର ରଙ୍ଗ ଭଳି ରହିଛି l ଯାହାକି ଆଜିର ଯୁବ ପିଢ଼ି ଙ୍କ ପାଇଁ ବେଶ ଉଦାହରଣ ପାଲଟିଛି l