Pratidin TV

Odisha's Digital News Platform

ପୂଜା ସ୍ଥଳରେ ଆଖିବୁଜା ଗୁଳି ଚଳାଇଲେ ଆତଙ୍କବାଦୀ , ଘଟଣା ସ୍ଥଳରେ ୭ ମୃତ, ୧୦ ଆହତ

1 min read

ନୂଆଦିଲ୍ଲୀ : ଜେରୁସେଲମରେ ଆତଙ୍କବାଦୀ ଆକ୍ରମଣ । ଏକ ପୂଜା ସ୍ଥଳରେ ଗୁଳିକାଣ୍ଡ । ଲୋକଙ୍କୁ ଉପରେ ଆଖିବୁଜା ଗୁଳି ଚଳାଇଲେ ଆତଙ୍କବାଦୀ । ଘଟଣାରେ ୭ ମୃତ, ୧୦ ଆହତ । ଇସ୍ରାଏଲର ରାଜଧାନୀ ଜେରୁଜେଲମର ବାହାରେ ଥିବା ନେଭେ ୟାକୋଭ ଷ୍ଟ୍ରିଟରେ ଏକ ପୂଜା ସ୍ଥଳରେ ଶୁକ୍ରବାର ଗୁଳିକାଣ୍ଡ ହୋଇଛି ।

Advertisement

ଇସ୍ରାଏଲ ଉଦ୍ଧାର କାରୀ ସେବା ପକ୍ଷରୁ ଜେରୁଜେଲମ ପୂଜା ସ୍ଥଳରେ ଗୁଳି ଫୁଟିଥିବା କୁହାଯାଇଛି । ଏହି ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଏଥିରେ ୧୪ ବର୍ଷର ଜଣେ ନାବାଳକ ଓ ୭୦ ବର୍ଷୀୟ ବୃଦ୍ଧା ବି ରହିଛନ୍ତି । ଇସ୍ରାଏଲ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଆହତଙ୍କ ମଧ୍ୟରୁ କେତେଜଣ ଗୁରୁତର ଥିବାରୁ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଘଟଣା ଶୁକ୍ରବାର ରାତି ସ୍ଥାନୀୟ ସମୟ ଅନୁସାରେ ପ୍ରାୟ ୮ଟା ୧୫ରେ ହୋଇଛି । ଏହି ଆକ୍ରମଣ ପାଲେଷ୍ଟାଇନର ୱେଷ୍ଟ ବ୍ୟାଙ୍କରେ ଇସ୍ରାଏଲ ସେନାଙ୍କ ଦ୍ୱାରା ୧୦ ଜଣଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ଘଟିଛି । ପୋଲିସ କହିଛି, ଏହି ଗୁଳିକାଣ୍ଡ ଏକ ଆତଙ୍କବାଦୀ ଆକ୍ରମଣ । ପୋଲିସ କହିଛି ଏହି ଗୁଳିକାଣ୍ଡ ଶୁକ୍ରବାର ସନ୍ଧ୍ୟାରେ ପୂର୍ବ ଜେରୁଜେଲମର ଉତର ଭାଗରେ ହୋଇଛି । ତେବେ ଆକ୍ରମଣକାରୀ ପୋଲିସ ଗୁଳିରେ ନିହତ ହେବା ସହ ତାଙ୍କ ନିକଟରୁ ବନ୍ଧୁକ ଜବତ କରାଯାଇଛି ।

Leave a Reply

Your email address will not be published. Required fields are marked *