Pratidin TV

Odisha's Digital News Platform

(ଭିଡିଓ)ଢେଙ୍କାନାଳରେ ମାତିଛି ଦନ୍ତାହାତୀ ଆତଙ୍କ : ଝରକା କଣାରେ ଶୁଣ୍ଢ ପୁରାଇ ଖାଉଛି ଭାତ ..

1 min read

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ କୁନୁଆ ଗାଁରେ ଦନ୍ତା ହାତୀ ଆତଙ୍କ।ଦିନ ରାତି ସବୁବେଳେ ଲୋକଙ୍କୁ ଭୟଭୀତ କରାଉଛି ହାତୀ । କେତେବେଳେ ଘରଦ୍ୱାର ଭାଙ୍ଗୁଛି ତ ପୁଣି କେବେ ଲୋକଙ୍କୁ କଚାଡି ମାରୁଛି । କିନ୍ତୁ ନିକଟରେ ଏକ ଅର୍ଦ୍ଭୁତ ଘଟଣା ଘଟାଇଛି ଏକ ହାତୀ ।

ରୋଷେଇ ଘର ଫାଙ୍କରେ ଶୁଣ୍ଢପୂରେଇ ହାଣ୍ଡି ରୁ ଭାତ ଖାଉଚି ଦନ୍ତା ହାତୀ। କୁନୁଆ ଗାଁର ଜଣେ ବ୍ୟକ୍ତିଙ୍କ ଚାଳ ଛପର ମାଟି ଘରର ରୋଷେଇ ଘର ଭିତରେ ଥିବା ଏକ ଫାଙ୍କରେ ଦନ୍ତା ହାତୀଟି କିଭଳି ଶୁଣ୍ଢ ଗଳାଇ ଭାତ ହାଣ୍ଡି ନେବାକୁ ଚେଷ୍ଟା କରୁଛି ତାର ଭିଡିଓ ଆମ ହାତରେ ଲାଗିଛି ।ବାରମ୍ବାର ହାଣ୍ଡି ନେବାରେ ବିଫଳ ହେବା ପରେ ନିଜ ଶୁଣ୍ଢ ଗଳାଇ ହାଣ୍ଡିରୁ ଭାତ ଖାଇ ସାରି ଫେରି ଯାଉଛି। ସୁଚନା ଅନୁସାରେ ଦନ୍ତା ହାତୀଟି ଖାଦ୍ୟ ଅନ୍ୟଷଣରେ ଜଙ୍ଗଲ ଭିତରୁ କୁନୁଆ ଗାଁକୁ ପଳେଇ ଆସିଥିବା ଜଣାପଡିଛି। ଗାଁରେ ହାତୀଟି ଚାଳ ଛପର ଘର ଭାଙ୍ଗିଥିବା ମଧ୍ୟ ଜଣାପଡିଛି।ବାରମ୍ବାର ଏହି ଅଞ୍ଚଳରେ ହାତୀ ଆତଙ୍କ ସୃଷ୍ଟି କରୁଥିବା ବେଳେ ବନବିଭାଗ ପକ୍ଷରୁ ହାତୀ ପଲଙ୍କ ଉପରେ ନଜର ରଖାଯାଉନଥିବା ଅଭିଯୋଗ ହୋଇଛି।

Advertisement

Leave a Reply

Your email address will not be published. Required fields are marked *