Pratidin TV

Odisha's Digital News Platform

ବଦଳିଲା ମୋଗଲ ଗାର୍ଡେନର ନାମ : ଏବେଠୁ ଲୋକ ଜାଣିବେ ଅମୃତ ଉଦ୍ୟାନକୁ , ଜାଣନ୍ତୁ କେବେଠୁ ଖୋଲୁଛି…

1 min read

ନୂଆଦିଲ୍ଲୀ : ଦିଲ୍ଲୀର ରାଷ୍ଟ୍ରପତି ଭବନରେ ଥିବା ମସହୁର ମୋଗଲ ଗାର୍ଡେନର ନାମକୁ ଆଜି ପରିବର୍ତ୍ତନ କରାଗଲା । ଏହି ମୋଗଲଗାର୍ଡେନ ନିଜର ପ୍ରାକୃତି ସୌନ୍ଦର୍ଯ୍ୟ ପାଇଁ ପୁରା ବିଶ୍ୱ ପ୍ରସିଦ୍ଧ । ଏହାର ସୌନ୍ଦ୍ୟତାକୁ ଉପଭୋଗ କରିବା ପାଇଁ ପ୍ରତି ବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କ ଭିଡ ଜମିଥାଏ ।

Advertisement

ତେବେ ବର୍ତମାନ ଏହାକୁ ପର୍ଯ୍ୟଟକ ତଥା ସାରା ଦେଶବାସୀ ଅମୃତ ଉଦ୍ୟାନ ଭାବରେ ଜାଣିବେ । ଆଜିଠୁ ଏହାର ନାମ ମୁଗଲ ଗାର୍ଡନ ପରିବର୍ତ୍ତେ ଅମୃତ ଉଦ୍ୟାନ ଭାବେ ପରିଚିତ ହେବ । ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନ ଏହାର ସୌନ୍ଦର୍ଯ୍ୟ ପାଇଁ ବହୁତ ପ୍ରସିଦ୍ଧ । ଉଲ୍ଲେଖନୀୟ କଥା ହେଉଛି, ଏହାପୂର୍ବରୁ ଦିଲ୍ଲୀରେ ଅବସ୍ଥିତ ଅନେକ ମୋଗଲ ଶାସକଙ୍କ ନାମରେ ନିର୍ମିତ ରାସ୍ତାର ନାମ ମଧ୍ୟ ପରିବର୍ତନ କରାଯାଇଛି । ଏହି ପର୍ଯ୍ୟାୟରେ, ଔରଙ୍ଗଜେବ ରୋଡର ନାମ ଡଃ ଏପିଜେ ଅବଦୁଲ କଲାମ ରୋଡରେ ପରିବର୍ତନ କରାଯାଇଥିଲା ।

ରାଷ୍ଟ୍ରପତି ଭବନ ଦ୍ୱାରା ଜାରି ଏକ ବିବୃତିରେ କୁହାଯାଇଛି ଯେ ଏହି ବର୍ଷ ଅମୃତ ଉଦ୍ୟାନ ଜାନୁୟାରୀ ୩୧ ରୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଜନସାଧାରଣଙ୍କ ପାଇଁ ଖୋଲା ରହିବ । ଏହା ପରେ, ମାର୍ଚ୍ଚ ୨୮ ରେ କେବଳ କୃଷକମାନଙ୍କ ପାଇଁ ଏବଂ ମାର୍ଚ୍ଚ ୨୯ ରେ ଭିନ୍ନକ୍ଷମମାନଙ୍କ ପାଇଁ ଏହି ଉଦ୍ୟାନ ଖୋଲାଯିବ । ଏହା ପରେ ମାର୍ଚ୍ଚ ୩୦ ରେ ପୋଲିସ, ସୁରକ୍ଷା ବାହିନୀ ଏବଂ ସେନାର ପରିବାର ବଗିଚାରେ ପ୍ରବେଶ କରିବେ । ଅନ୍ୟପଟେ ଏହି ଗାର୍ଡେନକୁ ଦେଖିବା ପାଇଁ ପ୍ରତିବର୍ଷ ଲକ୍ଷ ଲକ୍ଷ ପର୍ଯ୍ୟଟକ ଆସନ୍ତି । ଏଠାରେ ୧୩୮ ପ୍ରକାରର ଗୋଲାପ, ୧୦ହଜାରରୁ ଅଧିକ ଟୁଲିପ ବଲ୍ୱ ଏବଂ ୭୦ଟି ପ୍ରଜାତିର ପ୍ରାୟ ୫୦୦୦ ଋତୁକାଳୀନ ଫୁଲ ରହିଛି । ଏହି ଉଦ୍ୟାନ ସାଧାରଣ ଲୋକଙ୍କ ପାଇଁ ଦେଶର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ଖୋଲା ଯାଇଥିଲା । ସେବେଠାରୁ ଏହା ପ୍ରତିବର୍ଷ ବସନ୍ତ ଋତୁରେ ସର୍ବସାଧାରଣଙ୍କ ପାଇଁ ଖୋଲା ଯାଇଥାଏ । ୧୫ ଏକରରୁ ଅଧିକ ଜମିରେ ତିଆରି ହୋଇଥିବା ଏହି ଉଦ୍ୟାନ ବ୍ରିଟିଶ ଶାସନ କାଳରେ ନିର୍ମିତ ହୋଇଥିଲା ।

Leave a Reply

Your email address will not be published. Required fields are marked *