ବଞ୍ଚିବା ପାଇଁ ମୃତ୍ୟୁ ସହ ସଂଗ୍ରାମ ଚଳାଇଛି ୧୦ ବର୍ଷର ନିଷ୍ପାପ ଶିଶୁ ।
1 min readବଞ୍ଚିବା ପାଇଁ ମୃତ୍ୟୁ ସହ ସଂଗ୍ରାମ କରୁଛି ଦଶ ବର୍ଷର ନିଷ୍ପାପ ଶିଶୁ । ଦୀର୍ଘ ଦୁଇ ବର୍ଷ ହେବ ବ୍ଲଡ଼ କ୍ୟାନ୍ସରରେ ପୀଡ଼ିତ ହୋଇ କଟକ ବଡ଼ ଡ଼ାକ୍ତରଖାନାରେ ଚିକିତ୍ସତ ହେଉଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଉହୁଣ୍ଡା ପଞ୍ଚାୟତର ଆକୁଳି ଚରଣ ପଲେଇଙ୍କ ଦଶ ବର୍ଷର ପୁଅ ଖିତିଶ୍ କୁମାର ପଲେଇ । ଖିତିଶ୍ ଦୁଇ ବର୍ଷ ହେଲା ରକ୍ତ କର୍କଟ ରୋଗରେ ପୀଡ଼ିତ । ବର୍ତ୍ତମାନ ଆଉ ଟିକେ ଭଲ ଚିକିତ୍ସା ପାଇଁ ଟାଟା ମେମୋରିଆଲ ହସ୍ପିଟାଲ ଯିବ ଖିତିଶ୍ । କିନ୍ତୁ ଖିତିଶ୍ ଙ୍କ ଜୀବନ ବଞ୍ଚିବାଇକୁ ବର୍ତ୍ତମାନ ଅର୍ଥ ସାଜିଛି ବାଧକ । ବାପାଙ୍କ ର ଯାହା କିଛି ରୋଜଗାର ଓ ସଞ୍ଜୟ ଥିଲା ତାହା ସବୁ ଖିତିଶ୍ ଙ୍କ ଚିକିତ୍ସାରେ ହୋଇସାରିଛି ଖର୍ଚ୍ଚ । ଏବେ ଭାଙ୍ଗି ପଡ଼ିଛନ୍ତି ପୁରା ପରିବାର । ଅର୍ଥ ପାଇଁ ଏକମାତ୍ର ସନ୍ତାନର ଜୀବନ ଲାଗିଛି ବାଜିରେ ।
ଏବେ ଉନ୍ନତ ମାନର ଚିକିତ୍ସା ପାଇଁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ଓଡ଼ିଶାବାସୀଙ୍କୁ ହାତଯୋଡ଼ି ସାହାଯ୍ୟ ଏବଂ ସହଯୋଗର ଭିକ୍ଷା କରିଛନ୍ତି ବାପା । ଯଦି ଏଇ ଦୁଃଖଦ ସମୟରେ ଖିତିଶ୍ ଙ୍କ ବାପାଙ୍କୁ କିଛି ସାହଯ୍ୟ ଓ ସହଯୋଗ ମିଳିପାରନ୍ତା ତାହା ହେଲେ ଦଶ ବର୍ଷର କୋମଳମତି ଶିଶୁ ଖିତିଶ୍ ର ଜୀବନ ବଞ୍ଚି ଯାଇପାରନ୍ତା ।
ACCOUNT NAME: AAKULI CHARAN PALAI
ACCOUNT NO- 558810410001069
IFSC CODE – BKID0005588