Pratidin TV

Odisha's Digital News Platform

ଘରେ ପଶିଯାଇଥିଲା ୧୨ଫୁଟର ଅହିରାଜ,ଉଦ୍ଧାର କଲା ସ୍ନେକ ହେଲ୍ପ ଲାଇନ..

ନୟାଗଡ଼ ବ୍ଲକ ଅନ୍ତର୍ଗତ ନବଘନପୁର ଗ୍ରାମରୁ ଉଦ୍ଧାର ହେଲା ଅହିରାଜ ସାପ । ଯାହାର ଲମ୍ବ ୧୨ ଫୁଟ ଅଟେ । ସୂଚନାମୂତାବକ ସାମ୍ବାଦିକ ଅଶୋକ ସାଥୁଆଙ୍କ ଘର ନିକଟ ପ୍ରସନ୍ନ ବାରିକଙ୍କ ଘର ଭିତରୁ ଏହି ବଡ ଅହିରାଜଟି ଉଦ୍ଧାର କରାଯାଇଛି । ଘର ପାଖରେ ଜଙ୍ଗଲ ଥିବା ଖାଦ୍ୟ ଅନ୍ୱେଷଣରେ ପ୍ରସନ୍ନଙ୍କ ଘରେ ଅହିରାଜଟି ପଶି ଯାଇଥିବା ଅନୁମାନ କରାଯାଉଛି । ପରିବାର ଲୋକେ ସାପଟିକୁ ଦେଖି ଗ୍ରାମବାସୀଙ୍କୁ କହିବାରୁ ଗ୍ରାମବାସୀ ମାନେ ସ୍ନେକ୍ ହେଲ୍ପ ଲାଇନ୍ସ ସଦସ୍ୟଙ୍କୁ ଖବର ଦେଇଥିଲେ । ଖବର ପାଇ ସ୍ନେକ୍ ହେଲ୍ପ ଲାଇନର ୩ଜଣ ସଦସ୍ୟ ଆସି ଅହିରାଜକୁ ଧରିବାକୁ ସକ୍ଷମ ହୋଇଥିଲେ । ସାପଟିକୁ ଉଦ୍ଧାର କରାଯାଇ ବନବିଭାଗକୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି । ତେବେ ୧୨ ଫୁଟର ଅହିରାଜ ସାପଟି ଲାଞ୍ଜରେ ଠିଆ ହୋଇପଡୁଥିବା ଦେଖିବା ପାଇଁ ବହୁ ଲୋକଙ୍କର ସମାଗମ ହୋଇଥିଲାବେଳେ ଅହିରାଜକୁ ଦେଖିବା ପାଇଁ ଯେତିକି କୌତୁହଳ ଲାଗୁଥିଲା ତା’ଠାରୁ ଅଧିକ ଭୟଭୀତ ହୋଇପଡିଥିଲେ ଲୋକେ ।

Leave a Reply

Your email address will not be published. Required fields are marked *