Pratidin TV

Odisha's Digital News Platform

ଦାଦନ ସର୍ଦ୍ଧାର ପାଖରେ ବନ୍ଧା ପଡିଛି ୧୨ବର୍ଷର ଝିଅ , ଏପଟେ ଝୁରି ଝୁରି ଆଖିବୁଜିଦେଲା ରୋଗିଣା ବାପା…..

1 min read

ବଲାଙ୍ଗିର ; ଝିଅ କଥା ଭାବି ଭାବି ଛଟପଟ ହୋଇ ଚାଲିଗଲା ରୋଗିଣା ବାପା । ସେପଟେ ବାପାକୁ ମୁକାଳାଇ ପ୍ରତିବଦଳରେ ଦାଦନ ସର୍ଦ୍ଧାର ପାଖରେ ବନ୍ଧା ପଡିଛି ୧୨ ବର୍ଷର ନାବାଳିକା । ବାପାକୁ ସାହାର୍ଯ୍ୟ କରିବ ବୋଲି ଘରୁ କୋଡ କାଢିଥିଲା ହେଲେ ସବୁଦିନ ପାଇଁ ପର ସହରରେ ବନ୍ଦି ହୋଇ ରହିଗଲା । ଦାଦନ ଦୁଃଖର ଅନେକ ଖବର ଆପଣ ମାନେ ପଢୁଥିବେ ବା ଶୁଣିଥିବେ । କିନ୍ତୁ ଏହି ବାପା ଝିଅଙ୍କ ଦୁଃଖର ବିକଳ ଚିତ୍ର ଆପଣଙ୍କ ହୃଦୟକୁ ବିଦାରିତ କରିଦେବ ।

ବଲାଙ୍ଗିର ଜିଲ୍ଲା ବେଲପଡ଼ ବ୍ଲକ ସୁଲେକେଲା ଗ୍ରାମର ଦାଦନ ଶ୍ରମିକ କାହ୍ନୁ ମଲ୍ଲିକ ସୁଦୁର ତେଲେଙ୍ଗାନା କୁ ପରିବାର ବର୍ଗ ସହ ଦାଦନ ଖଟି ଯାଇଥିଲେ । ପରିବାର କହିଲେ ପତ୍ନୀ ଲକ୍ଷ୍ମୀପ୍ରିୟା ଓ ଦୁଇ ଝିଅ। ଦୁଇ ଝିଅଙ୍କ ଭିତରେ ଜଣେ ଦିବ୍ୟାଙ୍ଗ। ସେ ଦୁଷ୍ଟି ବାଧିତ। ଗାଁରେ କାମ ନମିଳିବାରୁ ଗରିବି ପରିସ୍ଥିତିରେ ସନ୍ଦିହୋଇ ଘରୁ ଗୋଡ଼ କାଢ଼ିବାକୁ ନିଷ୍ପତ୍ତି ନେଇଥିଲେ କାହ୍ନୁ। ତୁରେଇକେଲା ଥାନା ତେନ୍ତୁଳିଖୁଣ୍ଟି ଗାଁର ଶ୍ରମିକ ଦଲାଲ୍ ସମାରୁ ନାୟକଙ୍କ ପରାମର୍ଶରେ କାହ୍ନୁ ଓ ତାଙ୍କର ପୂରା ପରିବାର ଆନ୍ଧ୍ରପ୍ରଦେଶ ପଳାଇ ଗଲେ।

Advertisement

ବାପା କାହ୍ନୁ ଝିଅ ଅଙ୍କିତା

ସାତ ନଗର ଅଞ୍ଚଳରେ ଥିବା ଇଟାଭାଟି ମାଲିକ ଶଙ୍କର ନାୟକଙ୍କ ପାଖରେ କାହ୍ନୁ ଓ ତାଙ୍କ ପରିବାରକୁ ଛାଡ଼ି ପଳାଇ ଆସିଥିଲା ସମାରୁ। କିନ୍ତୁ ସେଠାରେ କିଛିଦିନ କାମ କରିବା ପରେ କାହ୍ନୁଙ୍କ ପରିବାର ଉପରେ ଆରମ୍ଭ ହୋଇଥିଲା ନିର୍ଯାତନା। ଦିନ ରାତି କାମ କରିବା ପାଇଁ କୁହାଯାଇଥିଲା। କିଛି ଉପାୟ ନପାଇ କାହ୍ନୁ, ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଓ ଝିଅମାନେ କାମ କରିଥିଲେ। ହେଲେ ବିନା କାରଣରେ କାହ୍ନୁଙ୍କୁ ଦାଦନ ସର୍ଦ୍ଦାର ଶଙ୍କର ମାଡ଼ ମାରୁଥିଲା।

ଭାଟି ମାଲିକର ଅକଥନୀୟ ନିର୍ଯାତନା ଯୋଗୁଁ କାହ୍ନୁଙ୍କ ଦେହ ଅସୁସ୍ଥ ହୋଇଥିଲା ଦେହ ଅସୁସ୍ଥ ହେଇଥିବା ସତ୍ୱେ ତାଙ୍କୁ କାମ କରିବାକୁ ବାଧ୍ୟ କରାଯାଇଥିଲା । ଫଳରେ ତାଙ୍କ ଦେହ ଆହୁରି ଅସୁସ୍ଥ ହେଇଥିଲା । କିନ୍ତୁ ସେଠାରେ କୌଣସି ପ୍ରକାରର ଚିକିତ୍ସା ଯେଅଗାଇ ନଦିଆଯିବାରୁ ଘରକୁ ଯିବା ପାଇଁ ଦାଦନ ସର୍ଦ୍ଦାର ଶଙ୍କରଙ୍କ ପାଖରେ ଗୁହାରୀ କରିଥିଲେ କାହ୍ନୁଙ୍କ ପତ୍ନୀ ଲକ୍ଷ୍ନୀ । ଅନେକ କାକୁତି ମିନତୀ ପରେ କାହ୍ନୁଙ୍କୁ ଛାଡିବାକୁ ହଁ ଡଭରିଥିଲା ସର୍ଦ୍ଧାର । ଏହାପରେ ଲକ୍ଷ୍ମୀ ନିଜ ୨ ଝିଅ ଓ କାହ୍ନୁଙ୍କୁ ଧରି ଆସିବାକୁ ବାହରିଥିଲେ । କିନ୍ତୁ ସର୍ଦ୍ଧାର ଶଙ୍କର କାହ୍ନୁ , ଲକ୍ଷ୍ମୀ ଓ ଦିବ୍ୟାଙ୍ଗ ଝିଅକୁ ଛାଡିଥିବା ବେଳେ ୧୨ ବର୍ଷର ନାବାଳିକା ଅଙ୍କିତା ମଲ୍ଲିକ ଙ୍କୁ ଛାଡିନଥିଲା । କାମ କରିଥିବା ମଜୁରୀ ଦେବା ବଦଳରେ ଟଙ୍କା ଦାବି କରିଥିଲା ଦାଦନ ସର୍ଦ୍ଦାର ଶଙ୍କର। କିଛି ଉପାୟ ନପାଇ ରୋଗୀଣା ସ୍ୱାମୀଙ୍କୁ ଧରି ଘରକୁ ଫେରିଲେ ଲକ୍ଷ୍ମୀ। ମେଡ଼ିକାଲରେ ସ୍ୱାମୀଙ୍କ ଚିକିତ୍ସା କରାଇଲେ। ହେଲେ ପାଖରେ ସମ୍ୱଳ ନଥିବାରୁ ଝିଅକୁ କେମିତି ଫେରାଇବେ, ସେହି ଚିନ୍ତାରେ ପଡ଼ିଗଲେ ଲକ୍ଷ୍ମୀ। ପରେ ନିଜର ଜମିବାଡ଼ି ବିକି ୫୦ ହଜାର ଟଙ୍କା ସଂଗ୍ରହ କରିଥିଲେ। ଶନିବାର ସେହି ଟଙ୍କାକୁ ଅନ୍ଲାଇନ୍ରେ ଦାଦନ ସର୍ଦ୍ଦାର ଶଙ୍କରଙ୍କ ପାଖକୁ ପଠାଇଥିଲେ। ଏହା ସତ୍ତ୍ୱେ ଦାଦନ ସର୍ଦ୍ଦାର ଶଙ୍କର ଝିଅକୁ ଛାଡିଲା ନାହିଁ। ଏନେଇ ଚିନ୍ତାରେ ଚିନ୍ତାରେ ବାପା କାହ୍ନୁଙ୍କ ମୃତ୍ୟୁ ହୋଇଥିବା ବେଳେ ସର୍ଦ୍ଧାର ଝିଅକୁ ଛାଡିବା ପାଇଁ ଆହୁରି ଟଙ୍କା ଦାବି କରୁଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

କାହ୍ନୁଙ୍କ ମୃତ୍ୟୁ ପରେ ଉଦ୍ଧାର ଦାବି ନେଇ ଶବ ରଖି ପରିବାର ବର୍ଗ ଧାରଣା ରେ ବସି ରହିଛି ।ତୁରନ୍ତ ଦାବି ନମାନିଲେ ବେଲପଡ଼ା ବ୍ଲକ କାର୍ଯ୍ୟାଳୟକୁ ଦାଦନ ଶ୍ରମିକର ଶବ ନେଇ ଧସେଇ ପସିବାକୁ ବାଧ୍ୟ ହେବୁ ଚେତାବନୀ ଦେଇଛନ୍ତି ପରିବାର ସହ ସ୍ଥାନୀୟ ଅଞ୍ଚଳ ର ଅନେକ ବୁଦ୍ଧିଜୀବୀ ଓ ସମାଜ ସେବୀ ।

Leave a Reply

Your email address will not be published. Required fields are marked *