ଚିଙ୍ଗୁଡି ଘେରିରେ ୧୪ ଫୁଟର କୁମ୍ଭୀର; ୮ ଘଣ୍ଟାର ପରିଶ୍ରମ ପରେ ଉଦ୍ଧାର
1 min readଚିଙ୍ଗୁଡି ଘେରିରେ ୧୪ ଫୁଟର କୁମ୍ଭୀର ଉଦ୍ଧାର । କେନ୍ଦ୍ରାପଡ଼ା ରାଜକନିକା ବ୍ଲକର ଖୁଣ୍ଟା ଗାଁ ସୁକାନ୍ତ ବିଶ୍ୱାଳଙ୍କର ଲୁଣି ଘେରି ଅଞ୍ଚଳରେ ଥିବା ଚିଙ୍ଗୁଡ଼ି ଘେରିରୁ ଏକ ୧୪ଫୁଟ ୨ ଇଞ୍ଚ ଲମ୍ବର ବଉଳା କୁମ୍ଭୀର ଉଦ୍ଧାର କରିଛି ବନ ବିଭାଗ । ପ୍ରାୟ ୮ ଘଣ୍ଟା ପରିଶ୍ରମ କରିବା ପରେ କୁମ୍ଭୀରକୁ ଉଦ୍ଧାର କରାଯାଇଛି ।
ସୂଚନା ଅନୁଯାୟୀ, କେନ୍ଦ୍ରାପଡା ଜିଲା ରାଜକନିକା ଥାନା ଅନ୍ତର୍ଗତ ଚାଉଳିଆକୋଲ୍ହା ଗାଁ ନିକଟରେ ଥିବା ଏକ ଚିଙ୍ଗୁଡ଼ି ଘେରି ଭିତରକୁ କୁମ୍ଭୀର ପଶି ଆସିଥିବା ଦେଖିବାକୁ ମିଳିଥିଲା | ଚିଙ୍ଗୁଡ଼ି ଘେରିରେ କୁମ୍ଭୀର ପଶିଥିବା ଘେରି ମାଲିକ ଦେଖିବା ପରେ ବନ ବିଭାଗକୁ ଖବର ଦିଆଯାଇଥିଲା | ବାତ୍ୟା ଦାନା ପ୍ରଭାବରେ କୁମ୍ଭୀରଟି ଖାଦ୍ୟ ଅନୁଷଣରେ ଏହି ଘରି ଭିତରକୁ ପଲାଇ ଆସିଥିଲା । ବନବିଭାଗ କର୍ମଚାରୀ ମାନେ ପହଞ୍ଚି କୁମ୍ଭୀରକୁ ଉଦ୍ଧାର କରିବା ସହ ଭିତର କନିକା ଅଞ୍ଚକକୁ ନେଇ ଛାଡିଦେଇଥିବା ସୂଚନା ମଳିଛି ।