Pratidin TV

Odisha's Digital News Platform

୧୫ ବର୍ଷ ବାଳକର ଚତ୍ମକାରିତା : ପାଣିରେ ଶୋଉଛନ୍ତି ୮ରୁ୧୦ ଘଣ୍ଟା

କେନ୍ଦ୍ରାପଡା : ଆଜିକାଲି ୧୫ ବର୍ଷର ପିଲା ନାଚ,ଗୀତ,ରିଲସ୍‌,ବିଭିନ୍ନ ଗେମ ଇତ୍ୟାଦିରେ ମନନିବେଶ କରୁଥିବା ବେଳେ, ଏକ ଆଶ୍ଚୟ ଜନିତ ଦୃଶ୍ୟ ଦେଖିବାକୁ ମିଳିଛି ସେଇ ୧୫ ବର୍ଷର ବାଳକ ନିକଟରେ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ହାଟସାହି ଗ୍ରାମ ର ପ୍ରଣୟ ଦାସଙ୍କ ପୁଅ ପ୍ରତୀକ ଦାସ(୧୫) ନିଜର ଏକ ଚତ୍ମକାରିତାଗୁଣକୁ ଦେଖାଇ ସମସ୍ତଙ୍କୁ ଚକିତ କରିଦେଇଛି । ଯାହା ଆପଣମାନେ ନିଜ ଆଖିରେ ନଦେଖିଲେ ବିଶ୍ୱାସ କରିବେ ନାହିଁ ।


ପିଲାଟି ପାଣିରେ ଭାସମାନ ଅବସ୍ଥାରେ ପ୍ରାୟ ୮ରୁ ୧୦ ଘଣ୍ଟା ଧରି ଶୋଇରହୁଛି । ଘର ନିକଟରେ ପୋଖରୀ କିମ୍ବା ନଦୀରେ ଏପରି ଭାବେ ପ୍ରତ୍ୟକ ଦିନ ଶୋଇରୁହେ । ଘରଲୋକ ନଦେଖିଲା ଯାଏ କିମ୍ବା ପାଟି ନକରିବା ଯାଏ ଆସେନି ଉଠିକି ସେଠାରୁ । କିପରି ଭାବରେ ପିଲାଟି ପାଣିରେ ଏମିତି ଅବସ୍ଥାରେ ଶୋଇରହୁଛି ତାହା ଶୁଣିକି ହିଁ ଆଶ୍ଚର୍ଯ୍ୟ ଲାହୁଥିବା ନା । ପ୍ରତୀକଙ୍କ ଘରଲୋକଙ୍କ କହିବା ଅନୁଯାୟୀ ତାର ଏହି ଅଭ୍ୟାସ ପ୍ରାୟ ୫ ବର୍ଷ ହେବ ପରିବାର ଲୋକେ ଦେଖିବାକୁ ପାଇଛନ୍ତି ।

ପୁଅର ଏହି ପାଣିରେ ଶୋଇବା ଅଭ୍ୟାସ ଦେଖି ପ୍ରଥମେ ଘର ଲୋକ ଡରିଯାଇଥିଲେ କିନ୍ତୁ ଏହା ଏବେ ଏକପ୍ରକାରର ନିଦ୍ରାଯୋଗରେ ପରିଣତ ହୋଇଗଲାଣି । ଯାହା ଆଗକୁ ପ୍ରତୀକ୍‌ଙ୍କୁ ତାଙ୍କ ଉଜ୍ୱଳ ଭବିଷ୍ୟାତ ପାଇଁ ପ୍ରେରିତ କରିବ । ଏହାସହ ପ୍ରତିଙ୍କର ଏହି ଆଶ୍ଛର୍ଯ୍ୟ ଓ ବିଶ୍ମୟକର ନିଦ୍ରାଯୋଗ ଦେଖିବାକୁ ଅନେକ ଗାଁରୁ ଲୋମାନଙ୍କ ଭିଡ ଜମୁଛି ।

Leave a Reply

Your email address will not be published. Required fields are marked *