Pratidin TV

Odisha's Digital News Platform

କେନ୍ଦ୍ରାପଡାରେ ଚାଞ୍ଚଲ୍ୟ ; ୪ ବର୍ଷର ଶିଶୁକୁ ଲୁଚକାଳି ଖେଳ କହି ଦୁଷ୍କର୍ମ କଲା ୧୫ ବର୍ଷର ନାବାଳକ …

1 min read

କେନ୍ଦ୍ରାପଡା : ଡେରାବିଶରେ ଲଜ୍ଜା । କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ହରିଅଙ୍କ ପଞ୍ଚାୟତ ପାଣିଓଳା ଗ୍ରାମର ଜଣେ ଚାରି ବର୍ଷୀୟା ନାବାଳିକାକୁ ସେହି ଗ୍ରାମ ର ନିରଞ୍ଜନ ସାମଲ ଙ୍କ ପନ୍ଦର ବର୍ଷୀୟ ନାବାଳକ ପୁଅ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ଖବର ଅନୁଯାୟୀ ଗତକାଲି ଅପରାହ୍ନ ଚାରିଟା ସମୟ ରେ ସ୍କୁଲ ଛୁଟି ପରେ ଗାଁ ର ଛୋଟ ଛୋଟ ପିଲା ଙ୍କ ସହ ପୀଡିତା ନାବାଳିକା ଖେଳୁଥିବା ସମୟରେ ଅଭିଯୁକ୍ତ ଲୁଚକାଳି ଖେଳିବା କହି ତାକୁ ଟେକି ନେଇଥିଲା । ଲୁଚକାଳି ଖେଳିବା ବାହାନା ରେ ଅଭିଯୁକ୍ତ ଚାରିବର୍ଷୀୟ ନାବାଳିକାକୁ ସ୍କୁଲ ପାଖ ପାଇଖାନାକୁ ନେଇ ଦୁଷ୍କର୍ମ କରିଥିଲା । ଏହାପରେ ପୀଡିତା ଜଣଙ୍କ ଘରକୁ ଚାଲିଆସି ନିଜ ଯନ୍ତ୍ରଣା ହେଉଛି ବୋଲି କହି ସବୁକଥା ଜଣାଇଥିଲେ । ଏନେଇ ଘର ଲୋକ ସରପଞ୍ଚଙ୍କ ସହ ଡେରାବିଶ ର ନେତା ସୁଖଦାନନ୍ଦ ପ୍ରଧାନ ଙ୍କୁ ଘଟଣା ସମ୍ପର୍କିତ ସବୁ ଜଣାଇବା ପରେ ସୁଖଦାନନ୍ଦ ଗାଁ ଭଦ୍ର ଲୋକ ଙ୍କୁ ଡକାଇ ମାମଲା ରଫାଦଫା କରିଦେବାକୁ ଚାହୁଁଥିଲେ ଓ କାହାକୁ କିଛି ନଜଣାଇବାକୁ ପୀଡିତା ଙ୍କ ବାପା ଙ୍କୁ କହିଥିଲେ । ହେଲେ ପୀଡିତା ଙ୍କ ବାପା ମା ସରପଞ୍ଚ ଙ୍କ ଏପରି କଙ୍ଗାରୁ କୋର୍ଟ ନିତି କୁ ଖାତିର ନକରି କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଚାନ୍ଦୋଳ ଫାଣ୍ଡି ରେ ଅଭିଯୋଗ କରିବା ପରେ ସମୃକ୍ତ ଘଟଣା ସାମ୍ନାକୁ ଆସିଛି ।

Advertisement

ତେବେ ଛୋଟ ଛୋଟ ଛୁଆ ବା ୧୫ ବର୍ଷର ନାବାଳକ ଏଭଳି ଜଘନ୍ୟ ଅପରାଧ ଘଟାଇବା ପଛରେ ଦାୟୀ କିଏ ? ଘରଲୋକ , ମୋବାଇଲ ଫୋନ ନା ସେ ନିଜେ ?

Leave a Reply

Your email address will not be published. Required fields are marked *