Pratidin TV

Odisha's Digital News Platform

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ୧୬ଚକିଆ ଟ୍ରଲର….

ଢେଙ୍କାନାଳ ; ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଲା ୧୬ଚକିଆ ଟ୍ରଲର। ଜୀବନ ବଞ୍ଚାଇବାକୁ ଦୁର୍ଘଟଣା ପୂର୍ବରୁ ଡେଇଁ ପଡିଲେ ଡ୍ରାଇଭର ଓ ହେଲପର। ସୂଚନା ଅନୁଯାୟୀ ଢେଙ୍କାନାଳ ସଦରଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥ ଗୁଣ୍ଡିଚାପଡା ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଗାଡିକି ଅନୁଗୁଳରୁ କଟକ ଅଭିମୁଖେ ଯାଉଥିବା ସମୟରେ ବ୍ରିଜ ନିକଟରେ ଭାରସାମ୍ୟ ହରାଇ ଟ୍ରଲରଟି ସିଧା ଯାଇ ବ୍ରିଜ ତଳକୁ ଖସି ପଡିଥିଲା ।

ସ୍ଥାନୀୟ ଲୋକଙ୍କଠାରୁ ଖବରପାଇ ଢେଙ୍କାନାଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।ଉଭୟ ଡ୍ରାଇଭର ଓ ହେଲପରଙ୍କ ଘର ଉତ୍ତର ପ୍ରଦେଶର ରାମପୁରରେ ବୋଲି ଜଣାପଡିଛି। ପୂର୍ବରୁ ଏହି ଯାଗାରେ କିଛି ମାସ ତଳେ ଏକ ବସ ଦୁର୍ଘଟଣା ଘଟିଥିଲା। ଯେଉଁଥିରେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଜାତୀୟ ରାଜପଥ ପ୍ରସସ୍ତିକରଣ କାର୍ଯ୍ୟ ଅହେତୁକ ବିଳମ୍ବ ହେଉଥିବାରୁ ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Leave a Reply

Your email address will not be published. Required fields are marked *