Pratidin TV

Odisha's Digital News Platform

ରାଜଧାନୀରୁ ବନ୍ଧା ହେଲା ୨୧ ବର୍ଷର ଫ୍ରଡଷ୍ଟର , ସାରା ଓଡିଶାରେ ବୁଲାଇଥିଲା କଳାକନା….

1 min read

ଭୁବନେଶ୍ୱର ; ମାତ୍ର ୨୧ ବର୍ଷରେ ସାରା ଓଡିଶାକୁ ଚୁନା ଲଗାଇବାର ଯୋଜନା ସହ ସଫଳ ହୋଇ ଲୁଟିନେଇଛି ୧ କୋଟି ୧୧ ଲକ୍ଷ ଟଙ୍କା । କୌଣସି ଉପାନ୍ତ ଅଞ୍ଚଳ ନୁହେଁ, ବରଂ ଖୋଦ ଭୁବନେଶ୍ୱରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟକର ଘଟଣା । ୨୦ ପ୍ରତିଶତ ହାରରେ ସୁଧ ଦେବାକୁ ପ୍ରତିଶ୍ରୁତି ଦେଇ ସୋସିଆଲ ମିଡିଆରେ ୧ କୋଟି ୧୧ ଲକ୍ଷ ଟଙ୍କା ନେଇ ଛୁ ମାରିଥିବା ଠକ ସର୍ଦ୍ଦାର ଆତ୍ମଜ୍ୟୋତି ନାୟକକୁ ଗିରଫ କରିଛି ସ୍ପେଶାଲ କ୍ରାଇମ ୟୁନିଟ।

ଭୁବନେଶ୍ୱର ପଳାଶପଲ୍ଲୀ ସ୍ଥିତ ଘରୁ ତାକୁ ଗିରଫ କରାଯାଇଛି । ୧୮ ବର୍ଷ ବୟସରୁ ସୋସିଆଲ ମିଡିଆରେ ମିଛ Imperial investor ନାଁ ରେ ବିଜ୍ଞାପନ ଦେଇ ଲୋକଙ୍କୁ ୩ ବର୍ଷ ହେଲା ଭୁଆଁ ବୁଲାଉଥିଲା ଅମରଜିତ । ବିବିଏମ ଫାଇନାଲ ଇୟରରେ ଏକ ଘରୋଇ କଲେଜ ରେ ପଢୁଥିଲା ଠକ ଜଣଙ୍କ । ଠକେଇ ଟଙ୍କାକୁ ନେଇ ସେୟାର ମାର୍କେଟ ରେ ବିନିଯୋଗ କରୁଥିଲା । ଗତ ଫେବୃଆରୀ ମାସ ୫ ତାରିଖରେ ଠକେଇର ଶିକାର ଲୋକେ ସ୍ପେଶାଲ କ୍ରାଇମ ୟୁନିଟର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ ।

ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ ସହ ତାର ବ୍ୟାଙ୍କ ଆକାଉଣ୍ଟ ସିଜ କରାଯାଇଛି । ଆକାଉଣ୍ଟରେ ପାଖାପାଖୀ ୧୫ ଲକ୍ଷ ଥିବା ବେଳେ ବାକି ଟଙ୍କା ଅଭିଯୁକ୍ତ ଜଣଙ୍କ ସ୍ଟକ ମାର୍କେଟରେ ଖର୍ଚ୍ଚ କରିଦେଇଥିବା ଜାଣିବାକୁ ପାଇଛି ପୋଲିସ । ସେପଟେ ଅଭିଯୁକ୍ତକୁ ୩ ଦିନିଆ ରିମାଣ୍ଡ ରେ ନିଆଯିବ ବୋଲି ସୂଚନା ଦେଇଛନ୍ତି ଏସପି ।

Leave a Reply

Your email address will not be published. Required fields are marked *