Pratidin TV

Odisha's Digital News Platform

ଦୁର୍ଗାପୂଜା ଭସାଣୀରେ ଫୁଟିଲା ଗୁଳି , ଜୀବନ ହରାଇଲେ ୨୨ ବର୍ଷିୟ ଯୁବକ ।

1 min read

ପୃଥିବୀ ପୃଷ୍ଟରେ ନବଦିନାତ୍ମକ ଳୀଳାଖେଳା ସାରି ପୁଣି ଫେରିଯିବେ ମା ।ଏଥିପାଇଁ ଚାରିଆଡେ ଜୋରସୋରରେ ଲାଗିଛି ମାଙ୍କ ବିଦାୟୀ ର କାର୍ଯ୍ୟକ୍ରମ । କିନ୍ତୁ ଏହାରି ଉତ୍ତରପ୍ରଦେଶରେ ମାଙ୍କ ବିଦାୟ ସମୟରେ ଘଟିଯାଇଛି ଅଘଟଣ । ମୂର୍ତ୍ତି ବିସର୍ଜନ ବେଳେ ପଥର ମାଡ଼ ସାଙ୍ଗକୁ ଗୁଳି ମାଡ଼ ହୋଇ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟି ଥିବାବେଳେ ଅନେକ ଲୋକ ଆହତ ହୋଇଛି ।

ଖବର ଅନୁଯାୟୀ ମୂର୍ତ୍ତି ବିସର୍ଜନ ପାଇଁ ବାହରାଇଚରେ ଭସାଣି ଚାଲିଥିଲା । ଏହି ସମୟରେ ମହରାଜଗଞ୍ଜ ବଜାର ନିକଟରେ କିଛି ଯୁବକ ଆସି ଗୀତ ବଜାଇବାକୁ ନେଇ ପାଟିତୁଣ୍ଡ କରିଥିଲେ। ଏହା ପରେ ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଆଉ ପରବର୍ତ୍ତୀ ସମୟରେ ଏହା ଉଗ୍ର ରୂପ ନେଇଥିଲା । ଫଳରେ ସେହି ସ୍ଥାନରେ ଉଭୟ ପକ୍ଷ ତରଫରୁ ପଥର ମାଡ ଆରମ୍ଭ ହୋଇଯାଇଥିଲା । କେବଳ ଏତିକି ନୁହେଁ, ଗୁଳିମାଡ଼ ମଧ୍ୟ କରାଯାଇଥିଲେ । ଏଥିରେ ଜଣେ ୨୨ ବର୍ଷର ଯୁବକ ରାମ ଗୋପାଲ ମିଶ୍ରା ଆହତ ହୋଇଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Advertisement

ତେବେ ଏଭଳି ଅଭାବନୀୟ ପରିସ୍ଥିତି ଉପୁଯିବା ପରେ ଉତ୍ତ୍ୟକ୍ତ ଲୋକେ ଦୋକାନ ଏବଂ ବାଇକରେ ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି।ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ୩୦ ଜଣଙ୍କୁ ଅଟକ ରଖିଥିଲା।

Leave a Reply

Your email address will not be published. Required fields are marked *