ରାଜଧାନୀରେ ଚାଞ୍ଚଲ୍ୟ : ପୁଣି ଯୁବତୀଙ୍କ ଝୁଲନ୍ତା ମୃତଦେହ ଉର୍ଦ୍ଧାର
1 min readଭୁବନେଶ୍ୱର : ରାଜଧାନୀରେ ଚାଞ୍ଚଲ୍ୟ । ଗୋଟେ ଦିନରେ ଯାଇଛି ଦୁଇ ଜୀବନ । ଆଜି ସକାଳ ସମୟରେ ନିଜ ଘରେ କୌଣସି କାରଣ ବସତ ପ୍ରଜ୍ଞା ନାମକ ଜଣେ ମହିଳା ଆତ୍ମହତ୍ୟା କରିଥିବା ବେଳେ,ଏବେ ପୁଣି ଖାରବେଳ ନଗର ବସ୍ତିରେ ଘଟିଯାଇଛି ଆଉ ଏକ ଅଭାବନୀୟ ଘଟଣା । ସୂଚନା ଅନୁଯାୟୀ ତାରିଣୀ ବସ୍ତିର ସସ୍ମିତା ବାରିକ ନାମକ ଜଣେ ୨୩ ବର୍ଷିୟ ଯୁବତୀ ଆଜି ଆତ୍ମହତ୍ୟା କରିଛନ୍ତି ।
ଘରେ କେହିନଥିବା ଅବସ୍ଥାରେ ସେ ନିଜ ଓଢଣୀ ସାହାର୍ଯ୍ୟରେ ଆତ୍ମହତ୍ୟା କରିଥିବା କୁହାଯାଉଛି । ସେ ଏକ ଘରୋଇ କମ୍ପାନୀରେ ଚାକିରୀ କରୁଥିଲେ ବୋଲି କହିଛନ୍ତି ପରିବାର ଲୋକେ । ସୂଚନା ପାଇଁ ଖାରବେଳନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସସ୍ମିତାଙ୍କ ଝୁଲନ୍ତା ଶରୀରକୁ ଉଦ୍ଧାର କରି ଶବ ବ୍ୟବଚ୍ଚେଦ ନିମନ୍ତେ ପଠାଇଛି । ଏହା ପରେ ପୋଲିସ ଘଟଣା ସ୍ଥଳରେ ଉପସ୍ଥିତ ଥିବା ପଡୋଶୀ ଓ ପରିବାର ଲୋକଙ୍କୁ ପଚରାଉଚରା ଚଲାଇଛି ।