Pratidin TV

Odisha's Digital News Platform

ସେଲଫି ନେଉ ନେଉ ଭାସିଗଲେ ଯୁବକ

1 min read

ଦିଘା : ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ନେଇ ପର୍ଯ୍ୟଟକ ମାନଙ୍କୁ ସମୁଦ୍ରକୁ ବାରଣ କରାଯାଇଥିଲା ।କିନ୍ତୁ ପୋଲିସର ଆଲର୍ଟ ପରେ ମଧ୍ୟ ପର୍ଯ୍ୟଟକ ଏହାକୁ ନମାନି ସମୁଦ୍ର ମଧ୍ୟରେ ଗାଧୋଇଥିଲେ । ଯାହା ଉକ୍ତ ଦୁର୍ଘଟଣାର ଏକ ବଡ ଉଦାହରଣ ।


ଜଣେ ଯୁବକ ସମୁଦ୍ରରେ ଗାଧୋଇବା ସମୟରେ ଭାସି ଯାଇଥିଲେ ।ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ଦିଘା ଠାରେ । ସୂଚନା ଅନୁଯାୟୀ କଲିକତାରୁ ୧୦ ଜଣ ସାଙ୍ଗ ଛୁଟି ମନେଇବା ପାଇଁ ଦିଘା ପର୍ଯ୍ୟଟକ ସ୍ଥଳକୁ ବୁଲିବାକୁ ଆସିଥିଲେ । ଆଜି ସମୁଦ୍ରରେ ଗାଧୋଇବା ସମୟରେ ସେଲଫି ନେଉଥିଲେ । ସେହି ସମୟରେ ହଠାତ୍ ଏକ ଢେଉ ଆସି ମାଡ ହୋଇଥିଲା ଯୁବକଙ୍କ ଉପରେ ଭାରସାମ୍ୟ ହରାଇ ଢେଉ ସହ ଭାସିଯାଇଥିଲେ ଯୁବକ ଜଣକ । ନିକଟରେ ଥିବା ଅଗ୍ନିବାହୀ ଟିମ୍ ସଙ୍ଗେ ସଙ୍ଗେ ନିଜ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ସମୁଦ୍ରର ଅଶାନ୍ତ ଢେଉରେ ମଧ୍ୟ ଜଣେ ଯୁବକର ଜୀବନକୁ ବଞ୍ଚାଇବା ପାଇଁ ପ୍ରାଣ ପ୍ରଣେ ଲାଗିପଡିଥିଲେ ଟିମ୍ । ଶେଷରେ ଏଥିରେ ସଫଳ ମଧ୍ୟ ହୋଇଥିଲେ ।ଏହାପରେ ଯୁବକଙ୍କୁ ଉଦ୍ଧାର କରି ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଇଛି ଟିମ୍‌ା ତେବେ ଯୁବକ ଜଣକ ହେଉଛନ୍ତି କଲ୍ୟାଣ ଦାସ (୨୪)

Advertisement

Leave a Reply

Your email address will not be published. Required fields are marked *