Pratidin TV

Odisha's Digital News Platform

ଜିମରେ ଏକ୍ସରସାଇଜ କରୁ କରୁ ଆସିଲା ବ୍ରେନ ଷ୍ଟୋକ ଚାଲିଗଲା ୩୨ ବର୍ଷୀୟ ଯୁବକଙ୍କ ଜୀବନ

ବିନ୍ଧିଲା ମୁଣ୍ଡ, ତଳେ ପଡି ଛଟପଟ ହେଲେ | ଜିମରେ ବ୍ୟାୟାମ କରୁଥିବାବେଳେ ଜଣେ ୩୨ ବର୍ଷୀୟ ଯୁବକଙ୍କର ମୃତ୍ୟୁ ଘଟିଛି। ତୁରନ୍ତ ଯେତେବେଳେ ନିକଟସ୍ଥ ଘରୋଇ ଡାକ୍ତରଖାନା ନିଆଯାଇଥିଲା | ସେଠାରେ ଡାକ୍ତରମାନେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ |

ଏହି ଅଭାବନୀୟ ଘଟଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିଛି | ତେବେ ଏହି ଅସ୍ୱାଭାବିକ ଘଟଣା ଉତ୍ତରପ୍ରଦେଶର ବାରଣାସୀରେ ଘଟିଛି। ମୃତକଜଣକ ୩୨ ବର୍ଷୀୟ ଦୀପକ ଗୁପ୍ତା ବୋଲି ଜଣାଯାଇଛି | ସବୁ ଦିନ ପରି ଘଟଣା ଦିନ ମଧ୍ୟ ଦୀପକ ଜିମ ଯାଇଥିଲେ | ସେଠାରେ ଏକ୍ସରସାଇଜ କରୁ କରୁ ହଠାତ ତାଙ୍କ ମୁଣ୍ଡ ବିନ୍ଧିବା ଆରମ୍ବତ ହଗାଇଥିଲା ସସେ ମୁଣ୍ଡରେ ହାତ ଧରି ତଳେ ପଡିଯାଇଥିଲେ | ଏବଂ ଚଟାଣରେ ପଡି ଛଟପଟ ହେବା ଆରମ୍ଭ କରିଥିଲେ |

ଏହାଦେଖି ଉକ୍ତ ଜିମରେ ଥିବା ଅନ୍ୟମାନେ ତୁରନ୍ତ ତାଙ୍କୁ ଡାକ୍ତରଖାନା ନେଇଯାଇଥିଲେ | କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ | ତେବେ ଦୀପକଙ୍କ ବ୍ରେନ ଷ୍ଟ୍ରୋକ ଯୋଗୁଁ ଜୀବନ ଚାଲିଯାଇଥିବାରୁ ମୃତ୍ୟୁ ଘଟିଥିବା ଡାକ୍ତର କହିଥିଲା | ଅନ୍ୟପଟେ ଦୀପକଙ୍କ ପରିବାର ତାଙ୍କ ପୁଅ ମୃତ୍ୟକୁ ବିଶ୍ୱାସ କରିପାରି ନାହାନ୍ତି | ପରିବାରରେ ତାଙ୍କ ସ୍ତ୍ରୀ ଏବଂ ୨ ପିଲା ଅଛନ୍ତି |

Leave a Reply

Your email address will not be published. Required fields are marked *