Pratidin TV

Odisha's Digital News Platform

(ଭିଡିଓ)ରାତି ଅଧରେ ଦିଦିଙ୍କୁ ପ୍ରେମ ନିବେଦନ କରି ଫସିଗଲେ ୫୫ବର୍ଷୀୟ ରସିକିଆ ଶିକ୍ଷକ !

ଢେଙ୍କାନାଳ : ରସିକିଆ ଲଭ୍ ମାଷ୍ଟର । ସାର ପ୍ରେମ ପାଇଁ ଭୁଲିଗଲେ ବୋଧେ ନିଜ ବୟସ। ସରକାରୀ ସ୍କୁଲର ଶିକ୍ଷକ ହେଉଛନ୍ତି ସାର। ଆଉ ସାରଙ୍କ ବୟସ ହେଉଛି ୫୫ । ହେଲେ କଣ ହେଲା, ସାନ୍ତୁନୁ ସାର୍ ଭାରି ରସିକିଆ । ଆଉ ରୂପ ବି ସେହିଭଳି ତାଙ୍କର। ଯେମିତି ପଢ଼ାନ୍ତି ସେମିତି ପ୍ରେମ ବି କରନ୍ତି। ସ୍କୁଲରେ ଦିଦିଙ୍କୁ ଦେଖି ସାରଙ୍କୁ ହୋଇଯାଇଥିଲା ପୁରା ଅଢ଼େଇ ଅକ୍ଷର ପ୍ରେମ। ଆଉ ପ୍ରେମର ବାସ୍ନା ଏତେ ଜୋରେ ହେଲା ଯେ ଶେଷରେ ସାରଙ୍କ ପ୍ରେମ ସିଧା ଯାଇ ବିଇଓ ସାରଙ୍କ କାନରେ ପଡିଲା । ଶିକ୍ଷୟିତ୍ରୀ ଜଣ ସାରଙ୍କ ବିରୋଧ ଆଣିଛନ୍ତି କିଛି ଏଭଳି ଅଭିଯୋଗ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ରୁ ଆସିଛି ଏଭଳି ଅଭିଯୋଗ ।
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଳକ ସରକାରୀ ଉଚ୍ଚ ବିଦ୍ୟାଳୟ କୀର୍ତନପୁର ଶିକ୍ଷକ ହେଉଛନ୍ତି ସାନ୍ତୁନୁ କୁମାର ସାହୁ। ପିଲାଙ୍କୁ ପାଠ ପଢଉ ପଢଉ ସେହିସରକାରୀ ଉଚ୍ଚ ବିଦ୍ୟାଳୟ କୀର୍ତନପୁର ଶିକ୍ଷତ୍ରୀ ସସ୍ମିତା ସିଂହଙ୍କ ପ୍ରେମରେ ପଡିଯାଇଥିଲେ। ଯେତେ ମନା କଲେ ମଧ୍ୟ ଶିକ୍ଷୟିତ୍ରୀଙ୍କୁ ଫୋନ ମଧ୍ୟମାରେ ଆଇ ଲଭ ୟୁ କହୁଥିଲେ। ଖାଲି ଏତିକି ନୁହେଁ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବି କହୁଥିଲେ। ସ୍କୁଲ ଆସିଲେ ବିଭିନ୍ନ ପ୍ରକାର ଖରାପ କଥା କହିବା ସହ ତିନି ମାସ ହେବ ତାଙ୍କୁ ହଇରାଣ କରୁଥିବା ନେଇ ଶିକ୍ଷୟିତ୍ରୀ ଜଣକ ଅଭିଯୋଗ କରିଛନ୍ତି । ସେ ଆହୁରି କହିଛନ୍ତି ଯେ ୫୫ ବୟସର ହୋଇ ସୁଧା ସାର୍ ପ୍ରେମ କରିବାକୁ ପାଗଳ ହେଉଛନ୍ତି । ଏଥିସହ ରାତି ଅଧିଆ ଶିକ୍ଷତ୍ରୀ ସହିତ ଅଶ୍ଲୀଳ କଲ କରୁଛନ୍ତି । ଏନେଇ ଅଭିଯୋଗ ହେବା ପରେ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କଙ୍କଡ଼ାହାଡ଼ ବ୍ଲକ୍ ଶିକ୍ଷା ଅଧିକାରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *