Pratidin TV

Odisha's Digital News Platform

ଆଳିରୁ ଲର୍ଯ୍ୟା : ୬ବର୍ଷର ନାବାଳିକାକୁ ଦୁଷ୍କର୍ମ କଲେ ୬୦ ବର୍ଷିୟ ବୃଦ୍ଧ ..

1 min read

ଆଳି : ନୂଆ ବର୍ଷର ଆରମ୍ଭରୁ କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଧୀନରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା । ଯାହା ସପୃକ୍ତ ଅଞ୍ଚଳବାସୀଙ୍କୁ ସ୍ତବ୍ଦ କରିଦେଇଛି । ନିଜର ହିତାହତ ଜ୍ଞାନ ହରାଇ ବସିଲାଣି ଏ ସମାଜର ମଣିଷ । ନିଜ ଶରୀରର କ୍ଷୁଦ୍ଧା ମେଣ୍ଟାଇବା ପାଇଁ ଘଟାଇବସୁଛି ଏଭଳି କିଛି ଜଘନ୍ୟ ଅପରାଧ । ଯୁଗ ଆଧୁନିକତାର ଚରମ ସୀମାରେ ପହଞ୍ଚି ସାରିଥିଲେ ମଧ୍ୟ , ଆଜବିି ପ୍ରତ୍ୟକ କ୍ଷେତ୍ରରେ ଜଣେ ନାରୀ ହେଉଛି ଲଜ୍ଜିତ । ଏକ ୬ ବର୍ଷର ଶିଶୁ ଜାଣେନା ଭଲ ମନ୍ଦ , ଜାଣେନା ପର ଆପଣର । ଟିକିଏ ଭଲପାଇବା , ସ୍ନେହ , ଶ୍ରଦ୍ଧା ଦେଖାଇ ଦେଲେ ଧାଇଁ ଆସିବ ତୁମ ପାଖକୁ । କେଉଁ ବାପା ମା ଭାବିପାରିଥିବ ଯେ ତା ୬ ବର୍ଷର ନିଷ୍ପାପ ଶିଶୁ ସହ ଏମିତି ହୋଇ ପାରିବ । ହଁ ଆଜ୍ଞା ନୂଆ ବର୍ଷରେ ହିଁ ଘଟିଯାଇଛି ଏଭଳି ଏକ ଅଭାବନୀୟ ଅଘଟଣ ।

ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ୍ ଅନ୍ତଗତ ଭୂଇଁପୁର ଗ୍ରାମରେ ଘଟିଛି ଏଭଳି ଏକ ଘଟଣା । ଏକ ୬ ବର୍ଷର ନାବାଳିକା ଝିଅ କୁ ଦୃଷ୍କମ କରିଛନ୍ତି ୬୦ ବର୍ଷର ଲୋକ । ଝିଅର ମା କୌଶଲ୍ୟା ପାତ୍ର ଆଳି ଥାନା ରେ ଏତଲା ଦେବା ଅନୁଯାୟୀ ଝିଅ ଦାଣ୍ଡରେ ଖେଳୁ ଥିବା ସମୟରେ ସେହି ଗ୍ରାମର ଉମାକାନ୍ତ ରାଉତ ଘରକୁ ଡ଼ାକି ନେଇ ଅପକୃତିକ ଯୌନ କ୍ରିୟା କରିଛନ୍ତି । ଝିଅ କୁ ଖୋଜା ଖୋଜି କରି ଦାଣ୍ଡ ରେ ନପାଇ ଅପରାହ୍ନ ୨ ଟା ସମୟରେ ଝିଅ ଉମାକାନ୍ତଙ୍କ ଘରୁ କାନ୍ଦି କାନ୍ଦି ବାହାରୁ ଥିବାର ଦେଖି ଥିଲେ । ନାବାଳିକା ଝିଅର ମା ଝିଅ କୁ ପଚାରିବାରୁ ଝିଅ ଏ ସବୁ ସମ୍ବନ୍ଧରେ କହିଥିଲା ଏବଂ ଏସବୁ କଥା ନକହିବାକୁ ମଧ୍ୟ ଝିଅକୁ ପ୍ରଲୋଭନ ଦେଖାଇଥିଲା ।ସୂଚନା ଅନୁଯାୟୀ ଏହି ଘଟଣା କୁ ଆଧାର କରି ଆଳି ପୋଲିସ୍ ମୁଖ୍ୟ ଅଭିଯକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି ଆଜି ।

Advertisement

Leave a Reply

Your email address will not be published. Required fields are marked *