Pratidin TV

Odisha's Digital News Platform

ମା ପାଖରେ ଶୋଇଥିଲା ୭ମାସର ଛୁଆ, ଉଠାଇନେଇ କୂଅରେ ଫିଙ୍ଗିଦେଲା ଦୁର୍ବୃତ୍ତ….

କଟକ ; ନରସିଂହପୁର ବ୍ଲକ ସ୍ଥିତ ସୁବଳୟା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଘଟିଯାଇଛି ଅଭାବନୀୟ ଘଟଣା । ମା ପୁଅ ଶୋଇଥିବା ସମୟରେ ଚିତ୍ତରଞ୍ଜନ ନାୟକଙ୍କ ୭ ମାସର ପୁଅ ଅରୁପାନନ୍ଦ ନାୟକକୁ କେହି ଦୁର୍ବୁର୍ତ୍ତ ଆଣି କୂଅରେ ପକେଇ ଦେଇଥିବା ଜଣାପଡ଼ିଛି । ତେଵେ ପରିବାର ଲୋକ ଖୋଜାଖୋଜି ପରେ କୂଅରୁ ଉଦ୍ଧାର କରି ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି। ଘଟଣା ମୁତାବକ ଶିଶୁ ପୁତ୍ର ର ମା କହିବା କଥା ଗତକାଲି ବିଳମ୍ବିତ ରାତ୍ର ରେ ସେ ଶୋଇବା ପୂର୍ବରୁ ପୁଅକୁ ମଧ୍ୟ ପାଖରେ ଶୁଆଇଥିଲେ । କିଛି ଘଣ୍ଟା ଗଲା ପରେ ଶାଶୁ ଆସି ଡାକିଥିଲେ। ନିଦ ଭାଙ୍ଗିଯାଇଥିଲା ଦେଖିଲା ବେଳକୁ ପୁଅ ପାଖରେ ନଥିଲା। ଖୋଜା ଖୋଜି କରିଥିଲେ କିନ୍ତୁ କେଉଁଠି ପାଇ ନଥିଲେ ପୁଅକୁ। ଶେଷରେ ଦେଖିଲା ବେଳକୁ ବାରି ପଛ କୂଅ ରେ ତାଙ୍କୁ କିଏ ନେଇ ପକାଇ ଦେଇଥିଲେ ।

ଉଦ୍ଧାର କରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ନରସିଂହପୁର ରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ଶିଶୁ ପୁତ୍ର କୁ ମୃତ ଘୋଷଣା କରିଥିଲେ । ଶିଶୁ ପୁତ୍ର ର ମାଆ କହିବା ମୁତାବକ କେହି ହିଂସା ରେ ଏପରି ଘଟଣା କରିଛି ବୋଲି ସେ କହୁଛନ୍ତି ଏବଂ ହତ୍ୟା ଅଭିଯୋଗ ଆଣି ନରସିଂହପୁର ଥାନା ରେ ଏତଲା ଦେଇଛନ୍ତି । ଯାହାକୁ କେନ୍ଦ୍ର କରି ନରସିଂହପୁର ଥାନା ଆଇ ଆଇ ସି ବିକ୍ରମ କେଶରୀ ଜେନା ଏହାର ତଦନ୍ତ ଜାରି ରଖିଛନ୍ତି । ଆଜି ଫରେନ୍ସିକ ଟିମ୍ ଏହାର ଅଧିକ ତଥ୍ୟ ସଂଗ୍ରହ କରିବ ବୋଲି ସୂଚନା ମିଳିଛି ।

ଏପଟେ ଗତକାଲି ଠାରୁ ଏହି ଖବର ନରସିଂହପୁର ଅଞ୍ଚଳ ରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି । ସୋସିଆଲ ମିଡ଼ିଆ ଠାରୁ ଆରମ୍ଭ କରି ଗଣ ମାଧ୍ୟମ ରେ ଏବେ ସାଧାରଣ ଲୋକ ଙ୍କ ଗୋଟିଏ ଚର୍ଚ୍ଚା କିଏ ସେ ନିର୍ଦ୍ଦୟ ବ୍ୟକ୍ତି । ଯିଏ ଏଭଳି କାଣ୍ଡ ଭିଆସିଛି । କଣ କରିଥିଲା ଏହି କୋମଳ ବତି ୭ ମାସର ଶିଶୁ ପୁତ୍ର ଟି । ଯିଏ ଧରା ପୃଷ୍ଠ କୁ ଆସି କିଛି ସଂସାର କଣ ନ ଜାଣିବା ପୂର୍ବରୁ ସବୁଦିନ ପାଇଁ ଚାଲିଗଲା । ଯିଏ ଶୁଣୁଛି କୋହ ରେ ଛାତି ଫାଟି ଯାଉଛି । ସତରେ କଣ ଏଭଳି କାଣ୍ଡ କରିବା ପୂର୍ବରୁ ମାନସିକତା ଏବଂ ବିବେକ ଟିକିଏ ବାଧା ଦେଲାନି। ଏତେ ନିଷ୍ଠୁର ହୋଇ ପାରିଲା କିଏ ସେ ବ୍ୟକ୍ତି ? ଯାହା ପାଇଁ ଆଜି ଗୋଟିଏ ପରିବାର ର ସହ ସାରା ନରସିଂହପୁର ଅଞ୍ଚଳ ରେ ଶୋକର ଛାୟା ଖେଳି ଯାଇଛି । ଏଭଳି ଦୋଷୀକୁ ଖୋଜି କଠୋର ରୁ କଠୋର ରୁ ଶାସ୍ତି ଦିଆଯାଉ । ଯେମିତି ଏହା ପରେ ଏଭଳି କାମ କରିବାକୁ କେହି ସାହାସ କରିବେନି । ସେପଟେ ନରସିଂହପୁର ଥାନା ଆଇ ଆଇ ସି ବିକ୍ରମ କେଶରୀ ଜେନା କହିଛନ୍ତି ଯଥା ଶୀଘ୍ର ଦୋଷୀକୁ ଧରାଯାଇ କୋର୍ଟ ଚାଲାଣ କରାଯିବ ।

Leave a Reply

Your email address will not be published. Required fields are marked *