Pratidin TV

Odisha's Digital News Platform

୭୫ ବର୍ଷ ବୃଦ୍ଧାଙ୍କୁ ନିର୍ଯ୍ୟାତନା ଦେଇ ଘରୁ ତଡିଦେଲେ ପାଳିତ ପୁଅ ଓ ବୋହୂ….

1 min read

କେନ୍ଦ୍ରାପଡା ; ‘ମୋର ପୁଅ ଝିଅ ନାହିଁ । ମୂଁ ମୋ ଭାଇ ଶଳାର ପୁଅକୁ ଛୋଟ ବେଳୁ ଆଣି ମୋପାଖରେ ରଖିଲି ତାକୁ ଳାଳନ ପାଳନ କରି ଦଶମ ପର୍ଯ୍ୟନ୍ତ ପଢାଇଲି । ଯେତେ ବେଳେ ପୁଅର ମୁଣ୍ଡକୁ ହାତ ପାହିଗଲା ସେ ମୋ ପଡୋଶୀ ଘର ଝିଅକୁ ପ୍ରେମ କରି ବାହା ହୋଇପଡ଼ିଲା । ତାପରେ ପୁଅ ବୋହୁ ଆରମ୍ଭ କରିଦେଲେ ମୋ ଉପରେ ଅତ୍ୟାଚାର ଆରମ୍ଭ ହେଲା’ । କାନ୍ଦି କାନ୍ଦି ଥାନାରେ ପୁଅ ନାଁରେ ଅଭିଯୋଗ ଆଣିଛି ଜଣେ ମା । କେମିତି ସହିବ ଏସବୁ ଯେଉଁ ପୁଅକୁ ପାଳି ପୋଷି ଏତେ ଛୋଟରୁ ଆଜି ମଣିଷ କଲା ସେଇ ଛୁଆ ଆଜି ତାକୁ ମାଡ ମାରି ଘରୁୁ ବାହାର କରିଦେଲା ପାଳିତ ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛିି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ଅଞ୍ଚଳରେ । ହାତକୁ ଦୁଇ ହାତ ହେବା ପରେ ଜମି ବାଡି ଲୋଭରେ ପୁଅ ବଦଳିଯାଇ ବୃଦ୍ଧା ମାକୁ ହତାଦର କଲା । ଦୀର୍ଘ ୧ ବର୍ଷ ହେବ ଘରୁ ବାହାର କରିଦେଇଛନ୍ତି ପାଳିତ ପୁଅ -ବୋହୂ । ୭୫ ବୟସରେ ଏଘର ସେ ଦ୍ୱାର ହେଉଛନ୍ତି ବୃଦ୍ଧା ।

କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ଥାନା ଅଧୀନରେ ଥିବା ଲକ୍ଷ୍ମୀନାରାୟଣପୁର ପଞ୍ଚାୟତ ର ସାତବାଟିଆ ଗାଁର ସ୍ବର୍ଗତ ନିରଞ୍ଜନ ସାହୁଙ୍କ ପତ୍ନୀ ସେବତୀ ସାହୁ ବୟସ ୭୫ ବର୍ଷ। ନିସନ୍ତାନ ହେତୁ ଭାଇର ଶଳା ର ପୁଅକୁ ମୈଖିକ ଭାବେ ପିଲାଟି ଦିନରୁ ଆଣି ପାଖରେ ରଖି ପାଳି ପୋଷି ବଡ଼ କଲେ । ଭାବିଥିଲେ ସନ୍ତାନ ନାହିଁ ସେହି ପୁଅଟି ତାଙ୍କୁ ବୃଦ୍ଧା ବୟସରେ ସାହା ହେବ । ହେଲେ ଆଜି ସେଇ ପାଳିତ ପୁଅ ବଡ଼ ହେଲାପରେ ପଡିଶା ଘରର ଝିଅକୁ ନେଇ ପଳେଇ ବିବାହ କରିଥିଲେ। ୧୫ ଦିନ ପରେ ସେଇ ପୁଅ ତାର ଶଶୁର ବୁଦ୍ଧିରେ ପଡି ମାକୁ ଦେଖାଇଲା ଅସଲ ରୁପ । ପୁଅ ପାଟିଗୋଳ କରିବା ସହିତ ବୋହୂ ଗୋଇଠା ବିଧା ମାରି ଘରୁ ବାହାର କରିଦେଲା ବୃଦ୍ଧା ସେବତୀଙ୍କୁ । ଏହାପରେ ସେବତୀ ଡେରାବିଶ୍ ଥାନାରେ ଅଭିଯୋଗ କରି ନିରାଶ ହେଲେ। ପରେ ତହସିଲଦାରଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରି ଥିଲେ ହେଲେ ଫଳ ମିଳିଲାନାହିଁ । ବଞ୍ଚିବା ପାଇଁ ଆ ଦୁଆର ତା ଦୁଆର ହୋଇ ବର୍ଷେ ହେଲା ୭୫ ବର୍ଷର ବୃଦ୍ଧା ସେବତୀ ବୁଲୁଛନ୍ତି। ସ୍ବାମୀଙ୍କ ଦେହ ଅସୁସ୍ଥ ବେଳେ ଧାର କରଜ କରି ସ୍ବାମୀଙ୍କୁ ଭଲ କରିବାପାଇଁ ଚେଷ୍ଟାକରି ମଧ୍ୟ ସ୍ବାମୀଙ୍କୁ ବଞ୍ଚାଇ ପାରିଲେନି ଶେଷରେ ସ୍ବାମୀ ନିରଞ୍ଜନ ଆରପାରିକୁ ଚାଲିଗଲେ।

ସ୍ବାମୀଙ୍କ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା ସୁଝିବା ପାଇଁ ଟଙ୍କା ମାଗିଲେ ପାଳିତ ପୁଅକୁ ସେହିଠାରୁ ଆରମ୍ଭ ହେଇଗଲା ପାଳିତ ପୁଅ ବୋହୂଙ୍କ ଅତ୍ୟାଚାର।ପରେ ପାଳିତ ପୁଅ ବଳଭଦ୍ର ସାହୁ ସ୍ତ୍ରୀ ସୁନିତା ସାହୁ ଓ ଶଶୁରଘର ଲୋକଙ୍କ ମିଶି ବୃଦ୍ଧା ସେବତୀଙ୍କୁ ଅସଭ୍ୟ ଭାସାରେ ଗାଳିଗୁଲଜ କରିବା ସହିତ ମାଡମାରି ଘରୁ ବାହାର କରିଦେଲେ। ଧାର କରଜ କରି ଜମିରେ ଧାନଚାଷ କରିଥିଲେ ସେବତୀ ଧାନକଟା ମେସିନ ସାହାଯ୍ୟରେ ଜମିରୁ ଧାନ ମଧ୍ୟ ସବୁ କାଟି ନେଇଗଲା ପାଳିତପୁଅ ବଳଭଦ୍ର। ଖାଲି ସେତିକିନୁହେଁ ଜମିରୁ ଜେସିବି ଲଗାଇ ମାଟି ଉଠେଇ ବିକ୍ରି ମଧ୍ୟ କଲେ ବୋଲି ନିଜ ଅଭରେଯାଗରେ ଦର୍ଶାଇଛନ୍ତି ପୀଡିତା ।

ତେବେ ଏହି ସବୁ ଅଭିଯୋଗ ଲେଖି ଆଜି କେନ୍ଦ୍ରାପଡା ଆସି ଝଊଚଙ ଙ୍କୁ ଭେଟି ସବୁ ଜଣାଇବାପରେ କେନ୍ଦ୍ରାପଡା ଝଊଚଙ ଶ୍ରୀଯୁକ୍ତ ଦେବେନ୍ଦ୍ର ମଲ୍ଲିକ ଫୋନଯୋଗେ ଡେରାବିଶ୍ ଥାନାକୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ ! ତେବେ କେବେ ବିଧବା ବୃଦ୍ଧା ମହିଳା ସେବତୀ ସାହୁ କି ପ୍ରକାର ନ୍ୟାୟ ପାଉଛନ୍ତି ତାହା ଖାଲି ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *