Pratidin TV

Odisha's Digital News Platform

ଦୁବୃର୍ତ୍ତଙ୍କୁ ଚଖମା ଦେଇ ଖସି ଆସିଲା ନାବାଳକ , ବ୍ରିଜ ତଳୁ ଉଠାଇ ନେଇ ବିସ୍କୁଟ ଓ ପାଣି ଦେଇ ଦେଉଥିଲେ ନିର୍ଯାତନା..

ବଲାଙ୍ଗୀର: ନିଜ ପିଲାଙ୍କୁ ଘରେ ଏକାକୀ ଛାଡି ଯାଉଛନ୍ତି କି ଅବା ପଡୋଶୀଙ୍କ ଭରସାରେ ନିଜ ଛୁଆକୁ ଛାଡୁଛନ୍ତି ତେବେ ହୋଇ ଯାଆନ୍ତୁ ସର୍ତକ । କାରଣ ଏହା ଆପଣଙ୍କ ସହ ଆପଣଙ୍କ ଛୁଆଙ୍କ ଉପରେ ଆସିପାରେ ବିପଦ । ଆପଣଙ୍କ ଆଖି ସାମ୍ନାରୁ ହିଁ ଛୋଟ ଛୁଆଙ୍କୁ ଉଠାଇ ନେଉଛନ୍ତି ଦୁବୃର୍ତ୍ତ । ଏଭଳି ଅନେକ ଘଟଣା ଆପଣମାନେ ଦେଖିଥିବେ ଶୁଣିଥିବେ । ପିଲାଙ୍କୁ ଚକଲେଟ ବିସ୍କୁଟ ଦେଇ କରି ନେଉଛନ୍ତି ଅପହରଣ । ଦିନକୁ ଦିନ ରାଜ୍ୟରେ ବଢି ଚାଲିଛି ଅପରାଧ । ପୋଲିସକୁ ଖୋଲା ଚ୍ୟାଲଞ୍ଜ ଦେଇ ଅପରାଧୀ ଘଟାଉଛନ୍ତି ବଡ ବଡ ଅପରାଧ । ମାଆ ଡାକ୍ତଖାନା ଯାଇଥିବା ବେଳେ ପୁଅକୁ ଉଠାଇନେଲେ କିଛି ଦୁବୃର୍ତ୍ତ । ହାତ ଗୋଡ ବାନ୍ଧି ଦୀର୍ଘ ୮ ଦିନ ଧରି କୋଠରୀରେ ନାବାଳକକୁ ଦେଇ ଚାଲିଥିଲେ ନିର୍ଯାତନା । ଖାଇବାକୁ ବିସ୍କୁଟ ପାଣି ଦେଉଥିବା ବେଳେ ୯ବର୍ଷର ପୁଅ ଉପରେ କରିଥିଲେ ଅତ୍ୟାଚାର । ଦୁବୃର୍ତ୍ତମାନେ ଉକ୍ତ ନବାଳକକୁ ମାଡ ମାରିବା ସହ ଜୋର ଜବରଦସ୍ତ ପିଆଉଥିଲେ ମଦ ।

ଅତ୍ୟାଚର ସହି ନପାରି ଦୁବୃର୍ତ୍ତଙ୍କୁ ଚଖମା ଦେଇ ୮ଦିନ ପରେ ଖସି ଆସିଥିଲା ନାବାଳକ । ଆଉ ଟ୍ରେନ ଯୋଗେ ଘରକୁ ଯାଇ ମାଆ ଆଗରେ ବଖାଣିଥିଲା ଦୁଃଖ । ତେବେ ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଟିଟଲାଗଡରେ । ସୂଚନାମୁତାବକ ଟିଟିଲାଗଡ ପୌର ପରିଷଦ ଅନ୍ତର୍ଗତ ୬ ନମ୍ବର ୱାର୍ଡ ନିବାସୀ ହେଉଛନ୍ତି ଗୀତା ବଗର୍ତ୍ତି । ତାଙ୍କ ସ୍ୱାମୀ ଅନ୍ୟତ୍ର ରହୁଥିବା ବେଳେ ନିଜ ଦୁଇ ଛୋଟ ଛୁଆଙ୍କୁ ସହ ଟିଟିଲାଗଡରେ ରହି ଆସୁଛନ୍ତିି ଗୀତା । ୨ପୁଅ ଭିତରୁ ସାନ ପୁଅ କୀଡନୀ ରୋଗରେ ପୀଡିତ । ତାର ଚିକିତ୍ସା ପାଇଁ ଗୀତା ୯ ବର୍ଷର ବଡ ପୁଅ ତପନ କୁ ପଡ଼ୋଶୀ ଘରେ ଛାଡି ସାନ ପୁଅକୁ ନେଇ ବଲାଙ୍ଗୀର ଜିଲ୍ଲା ମ୍ୟାଡିକାଲ କଲେଜ ଡାକ୍ତର ଖାନା ଯାଇଥିଲେ ।

ପୁଅ ସୁରକ୍ଷିତ ଥିବା ଭାବି ସାନ ପୁଅର ସେବା କରୁଥିଲେ । ହେଲେ ଅନ୍ୟପଟେ ବଡ ପୁଅକୁ କିଏ ଅପହରଣ କରି ନେଇଥିବ ବୋଲି ସେ କେବେ ଭାବି ମଧ୍ୟ ନଥିବେ । ଟିଟିଲାଗଡ ଓଭର ବ୍ରିଜ ନିକଟରୁ ଗତ ୨୧ ତାରିଖ ରେ ଉକ୍ତ ୯ ବର୍ଷୀୟ ତପନ କୁ ଏକ ସ୍କୁଟି ଯୋଗେ ଅଜଣା ଦୁଇ ଦୁର୍ବୃତ୍ତ ଉଠେଇ ନେଇଥିଲେ । ପରେ ତାକୁ ଟିଟିଲାଗଡ ଡିଏଭି କଲେଜ ନିକଟରେ ଥିବା ଏକ ପରିତ୍ୟକ୍ତ ଗୃହ ରେ ଅପହରଣ କରି ରଖିଦେଇଥିଲେ । ଅକଥନୀୟ ନିର୍ଯାତନା ସହ ଭୋକ, ଉପାସରେ ପ୍ରାୟ ଆଠ ଦିନ ରଖିଥିବା ବେଳେ ମାଡ,ଗାଳି ସହ ଅକଥୀୟନ ନିର୍ଯ୍ୟାତିତ ଦେଇ ଚାଲିଥିଲେ । ତେବେ ଅପହରଣକାରୀଙ୍କ ନିର୍ଯାତନାକୁ ସହ୍ୟ ନକରିପାରି ସେମାନଙ୍କ ଅନୁପସ୍ଥିତର ସୁଯୋଗ ଦେଖି ନାବାଳକ ଜଣକ କୌଶଳ କ୍ରମେ ଗତ ୨୯ ତାରିଖ ସକାଳେ ଫେରାର ହୋଇଥିଲା । ନିଜ ଜୀବନ ବଂଚାଇ ଉକ୍ତ ପଡ଼ୋଶୀ ଘରୁ ନିଜ ମାଁ ଙ୍କ ଠିକଣା ନେଇ ଟ୍ରେନ ରେ ବଲାଙ୍ଗୀର ପଳାଇଥିଲା । ମାଆ ପାଖରେ ପହଞ୍ଚି ତାଙ୍କ ସହ ଘଟିଥିବା ନିର୍ଯାତନାକୁ ବଖାଣିଥିଲା । ପୁଅ ସହ ଘଟଇଥିବା ଘଟଣା ଜାଣିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ ଗୀତା । ୨୯ ତାରିଖ ରେ ଅପହୃତ ଶିଶୁ ଓ ଚିକିତ୍ସାଧୀନ ଶିଶୁଙ୍କ ସହ ବଲାଙ୍ଗୀର ଟାଉନ ଥାନା ଓ ସେଠୁ ଜିଲ୍ଲା ଆରକ୍ଷୀ ଅଧିକାରୀ ଙ୍କ ନିକଟରେ ହଜାର ହୋଇ ବୟାନ ରଖିବା ପରେ ସେ ଟିଟିଲାଗଡ ପୋଲିସ ପ୍ରଶାସନ କୁ ସୂଚନା ଦେଇଥିଲେ ।

ଟିଟିଲାଗଡ ପୋଲିସ ଏ ନେଇ ମାମଲା ସଂଖ୍ୟା,୪୮୦/୨୦୨୩ ଅନୁଯାୟୀ ଏକ ମାମଲା ରୁଜ୍ଜୁ କରିବା ସହ ଟିଟିଲାଗଡ ଆମ୍ବବନ୍ଦ ପଡ଼ା ନିବାସୀ ଦୁଇ ସନ୍ଦିଗ୍ଧ ଙ୍କୁ ଅଟକ ରଖି ପଚରାଉଚୁରା କରୁଛି । ତେବେ ଏହି ଅପହରଣରେ ୫ରୁ ୬ ଜଣ ଅଭିଯୁକ୍ତଙ୍କ ହାତ ଥିବା ବେଳେ ୨ଜଣଙ୍କୁ ପୋଲିସ ଅଟକ ରଖିଛି । ବାକି ଅନ୍ୟ ଅଭିଯୁକ୍ତମାନଙ୍କୁ ଖୋଜାଖୋଜି କରୁଛି । ତେବେ ଏଠି ପ୍ରଶ୍ନ ଉଠୁଛି କେଉଁ କାରଣରୁ ଏବଂ କାହିଁକି ନାବାଳକୁ ଅପହରଣ କରାଯାଇ ଥିଲା ? ସେ ନେଇ ରହସ୍ୟ କଣ ରହିଛି ସହରରେ ଚର୍ଚ୍ଚା ଜୋର ଧରିଛି । ଏ ନେଇ ପୋଲିସ୍ ପ୍ରଶାସନ ତରଫରୁ ବିଧିବଦ୍ଧ ତଦନ୍ତ ସହ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେଇ ଯଥାଶୀଘ୍ର ଘଟଣା ରେ ସଂପୃକ୍ତ ଅଭିଯୁକ୍ତ ଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ମହଲ ରେ ଦାବି ହେଉଛି । ପ୍ରକାଶ ଯେ,ଟିଟିଲାଗଡ ଉପ ଜିଲ୍ଲାପାଳ ଦୟାମୟ ପାଢ଼ୀ ଉକ୍ତ ଅସହାୟ ମହିଳା ଙ୍କୁ ତାଙ୍କ ସାନ ପୁଅ କୁ କିଡନୀ ରୋଗ ରେ ପୀଡ଼ିତ ଥିବା ନେଇ ବଲାଙ୍ଗୀର ଯିବାକୁ ୩ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ ।

Leave a Reply

Your email address will not be published. Required fields are marked *