Pratidin TV

Odisha's Digital News Platform

(video)ପରୀକ୍ଷା ଖାତାରେ ଅଜବ ଉତ୍ତର ଲେଖିଲେ ଛାତ୍ର , ଭାଇରାଲ ହେଲା ଉତ୍ତର ଖାତା …

ଯାଜପୁର ; ଆମର ଶିକ୍ଷକ ନାହାନ୍ତି, ଆମଠାରୁ ଅଧିକ ଆଶା କରନ୍ତୁ ନାହିଁ । ଏମିତି କିଛି ପରୀକ୍ଷା ଖାତାରେ ଲେଖିଲେ ନବମ ଶ୍ରେଣୀ ଛାତ୍ର । ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଏଭଳି ଚିତ୍ର ଆସିଛି ଯାଜପୁରର ପ୍ରହଲ୍ଲାଦ ଚନ୍ଦ୍ର ବ୍ରହ୍ମଚାରୀ ସରକାରୀ ଉଚ୍ଚ ବିଦ୍ୟାଳୟରୁ ।

ସୂଚନା ଅନୁସାରେ ଜିଲ୍ଲାରେ ହାଇସ୍କୁଲ ସ୍ତରରେ ୯ମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କର ଆଜି ସଂସ୍କୃତ ଓ ହିନ୍ଦୀ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ତେବେ ଯାଜପୁର ବ୍ଲକ ବ୍ରହ୍ମଚାରୀ ହାଇସ୍କୁଲରେ ସଂସ୍କୃତ ଶିକ୍ଷକ ନଥିବାରୁ ପରୀକ୍ଷା ଖାତା ରେ ଛାତ୍ର ଅଜବ ଉତ୍ତର ଲେଖିଛନ୍ତି। ଯାହାକି ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଉଛି। ଛାତ୍ର ଜଣକ ନିଜ ଉତ୍ତର ଖାତାରେ ‘ଆମର ଶିକ୍ଷକ ନାହାନ୍ତି ତେଣୁ ଆମଠୁ ଅଧିକ କିଛି ଆଶା କରନ୍ତୁନି’ ବୋଲି ଲେଖିଥିଲେ। ତେବେ ପୂର୍ବରୁ ଛାତ୍ରଛାତ୍ରୀ ଶିକ୍ଷକ ପାଇଁ ଦାବି କରି ଆସୁଥିବା ବେଳେ କୌଣସି ସମାଧାନ ହୋଇପାରି ନାହିଁ। ତେଣୁ ଆଜି ପରୀକ୍ଷା ରେ ଅନେକ ଛାତ୍ରଛାତ୍ରୀ ଭିନ୍ନଭିନ୍ନ ଉତ୍ତର ଲେଖି ଥିବା ଜଣାଯାଇଛି। ତେବେ ସ୍କୁଲ ରେ ବାର୍ଷିକ ପରୀକ୍ଷା ପୂର୍ବରୁ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତି ଦେବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି। ଏଥି ସହିତ ଅଭିଭାବକ ମାନେ ମଧ୍ୟ ସ୍କୁଲ ରେ ପହଂଚି ଶିକ୍ଷକ ନିଯୁକ୍ତି ପାଇଁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *