Pratidin TV

Odisha's Digital News Platform

ଆହତ ଅବସ୍ଥାରେ ବୁଲୁଛି ଛୁଆ ହାତୀ କ୍ୟାମେରାରେ କଏଦ ହେଲା ଦୃଶ୍ୟ, ଚିକିତ୍ସା ପାଇଁ ଧରିବାକୁ ଉଦ୍ୟମ ଚଳାଇଛି ବିଭାଗ

1 min read

କେନ୍ଦୁଝର: ଜଙ୍ଗଲରେ ଅସୁସ୍ଥ ହୋଇ ପଡିଛି ହାତୀ ଛୁଆ। କେନ୍ଦୁଝର ସଦର ରେଞ୍ଜ ର ମଇଦାନକେଲ ସଂରକ୍ଷିତ ଜଙ୍ଗଲରେ ଏକ ବାର ଟିକିଆ ହାତୀ ଦଳ ଭିତରେ ଥିବା ଏକ ଛଅ ମାସ ର ହାତୀ ଛୁଆ ଆହତ ଅଛି ।ସେ ଛୋଟେଇ ଛୋଟେଇ ବୁଲୁଥିବା ନେଇ ଥମ୍ରାଲ ଡ୍ରୋନ କ୍ୟାମେରେ ଏହି ଦୃଶ୍ୟ କଏଦ ହୋଇଛି । ଦୃଶ୍ୟ ଦେଖି ଅନୁମାନ କରାଯାଇଛି ଯେ ଛୁଆ ହାତୀ ଟିର ଡାହାଣ ପଟର ଆଗ ଗୋଡ଼ରେ ଆଘାତ ଲାଗିଛି ।

ହାତୀ ଛୁଆଟିର ଚିକିତ୍ସା ପାଇଁ ଏସିଏଫଓ ଙ୍କ ନେତୃତ୍ୱରେ ଡବ୍ଲୁଟିଆଇ ଓ ଭେଟନାରି ବିଭାଗର ପଶୁ ବିଶେଷଜ୍ଞ ମାନେ ଚେଷ୍ଟା ଚାଲିଥିଲେ ସୁଦ୍ଧା ଆହାତ ହାତୀ ଛୁଆଟି ଦଳ ଭିତରେ ଥିବାରୁ ଓ ହାତୀ ଦଳ ତାକୁ ଜଗି ରହି ଥିବାରୁ ଚିକିତ୍ସା କରିବାରେ ବାଧା ସୃଷ୍ଟି ହେଉଛି। ତେବେ ଏବେ ପର୍ଯ୍ୟନ୍ତ ହାତୀପଲଙ୍କ ଉପରେ ନଜର ରଖିଛି ବିଭାଗ। ସୁଯୋଗ ମିଳିଲେ ହାତୀ ଛୁଆକୁ ଉଦ୍ଧାର କରାଯାଇ ତାର ଚିକିତ୍ସା କରାଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦୁଝର ଡିଏଫଓ। ଏଥିସହ ହାତୀ ଛୁଆ ଟିର ଭିଡିଓ ମଧ୍ୟ ଜାରି କରଛନ୍ତି ଡିଏଫଓ ।

Advertisement

Leave a Reply

Your email address will not be published. Required fields are marked *