Pratidin TV

Odisha's Digital News Platform

ଜନ୍ମ ନେଲା ଅଭୂତ ଶିଶୁ କନ୍ୟା, ଯାହାର ମୁଣ୍ଡ କି ହାତ ନାହିଁ…

1 min read

ମୟୁରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଛି ଅଭୂତ ଘଟଣା । ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଜନ୍ମ ନେଇଛି ଏକ ଅଭୂତ ଶିଶୁ କନ୍ୟା । ଯାହାର ମୁଣ୍ଡ କି ହାତ ନାହିଁ। ଜଣେ ଗର୍ଭବତୀ ମହିଳା ଦୁଇଟି ଶିଶୁ କନ୍ୟା ଜନ୍ମଦେଇଥିଲେ । ଜଣେ ଶିଶୁ କନ୍ୟାର ଅବସ୍ଥା ଭଲ ଥିବା ବେଳେ ଅନ୍ୟ ଶିଶୁଟିର କେବଳ ଗୋଡ ଓ ପେଟ ରହିଛି । ହେଲେ ଶିଶୁଟ ମୃତ ଅବସ୍ଥାରେ ଜନ୍ମ ହୋଇଥିବା ଡାକ୍ତର କହିଛନ୍ତି । ସୂଚନା ଅନୁଯାୟୀ, ସୀମାନ୍ତ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ପଣସଡ଼ିହା ପଞ୍ଚାୟତ ରାଉତ ମୁଦୟାଙ୍କ ସ୍ତ୍ରୀ ସଦୁଗାମଙ୍କ ଗର୍ଭଯନ୍ତ୍ରଣା ହୋଇଥିଲା । ଏହା ପରେ ପରିବାର ଲୋକେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନେଇଥିଲେ । ରାସ୍ତାରେ ଯିବା ସମୟରେ ସଦୁଗାମ ଗୋଟିଏ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ । ପରେ ତାଙ୍କୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅପରାହ୍ନ ପ୍ରାୟ ୪.୧୫ ମିନିଟ୍ ସମୟରେ ମୃତ ଅବସ୍ଥାରେ ଆଉ ଏକ ବିରଳ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ, ଯାହାର ମୁଣ୍ଡ ଓ ହାତ ନଥିବା ଦେଖିବାକୁ ମିଳିଥିଲା । ତେବେ ଅନ୍ୟ ଶିଶୁର ଅବସ୍ଥା ଭଲ ଥିବା ଜଣାପଡିଛି । ପୂର୍ବରୁ ତାଙ୍କର ୨ ଝିଅ ଓ ଗୋଟିଏ ପୁଅ ଅଛନ୍ତି ।

Advertisement

Leave a Reply

Your email address will not be published. Required fields are marked *