Pratidin TV

Odisha's Digital News Platform

ଚମ୍ପୁଆ ବସ ଷ୍ଟାଣ୍ଡରୁ ଶିଶୁ କନ୍ୟା ଉଦ୍ଧାର , ବସ୍ ଚକାତଳେ ଛାଡି ମା ଫେରାର …..

କେନ୍ଦୁଝର ; ପୁଣି ଅଲୋଡା ହେଲା ଶିଶୁକନ୍ୟା । ବସ୍ ଚକାତଳେ ଛାଡି ଚାଲିଗଲା ମା । ରବିବାର ରାତି ପ୍ରାୟ ୯ ଟା ସମୟରେ ଚମ୍ପୁଆ ବସ ଷ୍ଟାଣ୍ଡ ରୁ ଏକ ଶିଶୁ କନ୍ୟା ଉଦ୍ଧାର ହୋଇ ଥିବା ଜଣା ପଡିଛି। ଖବର ଅନୁସାରେ, ଚମ୍ପୁଆ ବସ ଷ୍ଟାଣ୍ଡ ରେ ଗତ କାଲି ରାତି ପ୍ରାୟ ୯ ଟା ସମୟରେ ପୂର୍ବରୁ ଛିଡା ହୋଇଥିବା ଧବଳେଶ୍ୱର ନାମକ ଏକ ବେସରକାରୀ ବସ ର ହେଲପର ଗାଡିର ଚକ ଗୁଡିକୁ ନିରୀକ୍ଷଣ କରୁଥିବା ସମୟରେ ଏକ ପ୍ଲାଷ୍ଟିକ ବ୍ୟାଗ ଭିତରେ ଏକ ଶିଶୁ କନ୍ୟାକୁ ବସ ଚକା ତଳୁ ଉଦ୍ଧାର କରିଥିଲେ ।

ଏହାପରେ ସେ ତୁରନ୍ତ ସ୍ଥାନୀୟ ଲୋକଙ୍କ ଏ ବିଷୟରେ ଜଣାଇବା ସହ ପୋଲିସକୁ ମଧ୍ୟ ଖବର ଦେଇଥିଲେ । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶିଶୁ କନ୍ୟା କୁ ଉଦ୍ଧାର କରି ନିକଟସ୍ଥ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ତେବେ ଚିକିତ୍ସା ପରେ ଶିଶୁ ର ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବା ଜଣା ପଡିଛି.। ଶିଶୁକନ୍ୟାକୁ ଏକ ପ୍ଲାଷ୍ଟିକ ବ୍ୟାଗ ରେ ରଖି ମା ଫେରାର ହୋଇଯାଇଥିବା ଅନୁମାନ କରାଯାଉଛି। ପ୍ରବଳ ଶୀତ ରେ ଶିଶୁ କନ୍ୟା ର ଅବସ୍ଥା ଗମ୍ଭୀର ସୋଇପଡିଥିବା ବେଳେ ଚିକିତ୍ସା ପରେ ତାର ସ୍ବାସ୍ଥ୍ୟବସ୍ଥା ସୁଧାର ହୋଇଥିବା ବେଳେ ଅନ୍ୟପଟେ ଶିଶୁ କନ୍ୟା ର ମାକୁ ଖୋଜିବା ପୋଲିସ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *