Pratidin TV

Odisha's Digital News Platform

ଅନ୍ଧାର ରାତିରେ ମନ୍ଦିରରେ ପଶି ଭାଲୁ ବଜାଉଛି ଘଣ୍ଟି ।

କୋରାପୁଟ ; ଶୁନ୍‌ଶାନ୍ ରାତିରେ ମନ୍ଦିରରେ ନା ଅଛନ୍ତି ପୂଜାରି ନା ଅଛନ୍ତି ଭକ୍ତ କିନ୍ତୁ ଟିଙ୍ଗ୍ ଟିଙ୍ଗ୍ ହୋଇ ଲଗାତାର ବାଜୁଛି ଘଣ୍ଟି । ହଁ ଆଜ୍ଞା ନିକଟରେ ଏକ ଏଭଳି ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖି ଆପଣମାନେ ଆଶ୍ଚର୍ଯ୍ୟ ଚକିତ ହୋଇପଡିବେ କାରଣ ଅନ୍ଧାର ରାତିରେ ମନ୍ଦିରରେ ପଶି ଭାଲୁ ବଜାଉଛି ଘଣ୍ଟି । ଏଭଳି ଏକ ଘଟଣା କୋରାପୁଟ ଜିଲ୍ଲା ବୋରିଗୁମ୍ମା ଚମ୍ପିଆ ଶିବ ମନ୍ଦିର ରୁ ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ ଚମ୍ପିଆ ଶିବ ମନ୍ଦିରରେ ଗତ ରାତିରେ ଦୁଇଟି ଭାଲୁ ଖାଦ୍ୟ ଅନ୍ୱେଷଣ ରେ ପଶିଥିଲେ।ପ୍ରବେଶ ଦ୍ୱାରରେ ଘଣ୍ଟି ବଜାଇଥିଲେ କିଛି ଯୁବକ ଘଣ୍ଟି ଶବ୍ଦ ଶୁଣି ମନ୍ଦିର କୁ ଯାଇ ଦେଖିଲେ ସଙ୍ଗେ ସଙ୍ଗେ ଭିଡିଓ ଉତ୍ତୋଳନ କରିଥିଲେ।

ପ୍ରତ୍ୟେକ ଦିନ ଦୁଇଟି ଭାଲୁ ଗାଁ ମଧ୍ୟରେ ବୁଲୁ ଥିବା ନଜର କୁ ଆସିଛି।ଏହି ଭିଡିଓ ଏବେ ମୋବାଇଲ ଠୁ ମୋବାଇଲ ଘୁରି ବୁଲୁଛି।

Leave a Reply

Your email address will not be published. Required fields are marked *