Pratidin TV

Odisha's Digital News Platform

ଭିକ ମାଗି ଟଙ୍କା ସଞ୍ଚୟ କଲା ଭିକାରୀ, କିଣିଲା ଆପଲ ଆଇଫୋନ…


ଆପଣ କେବେ ଭାବିଛନ୍ତି କି ଭିକାରୀ ମଧ୍ୟ ମହଙ୍ଗା ଜିନିଷ କିଣି ପାରିବେ ବୋଲି? ଅନେକ ସମୟରେ ଦେଖାଯାଇଥାଏ ଯେ କିଛି ଭିକାରୀ ମାନେ ମଧ୍ୟ ମହଙ୍ଗା ଜିନିଷ ଧରନ୍ତି । କୈାଣସି ମନ୍ଦିର କିମ୍ବା ରାସ୍ତା କଡରେ ସେମାନେ ଭିକ ମାଗନ୍ତି ହେଲେ ବାସ୍ତବରେ ସେମାନଙ୍କ ପାଖରେ ରହିଥାଏ ଦାମୀ ବଙ୍ଗଳା ସହ ଦାମୀ ଗାଡି । ଏପରି ଅନେକ ଖବର ମଧ୍ୟ ସାମ୍ନାକୁ ଆସିଛି ବର୍ତ୍ତମାନ ସେହିଭଳି ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ, ଜଣେ ଭିକାରୀ ଆପଲ୍ ଆଇଫୋନ୍ କିଣିଛନ୍ତି ଏବଂ ତାଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ତେବେ ଖାସକଥା ହେଉଛି ଯେ ଭିକାରୀ ଜଣକ ଆଇଫୋନ କିଣିବା ଲାଗି ଏକ ମୁଦ୍ରା ଭର୍ତ୍ତି ବ୍ୟାଗ ଧରି ଆସିଛନ୍ତି । ଏବଂ ତାକୁ ଦେଇ ସେ ଆଇଫୋନ କ୍ରୟ କରିଛନ୍ତି । ଭିଡିଓରେ ଏହା ଦେଖିବାକୁ ମିଳିଥିଲା ଯେ ଭିକାରୀ ଜଣକ ଯେତେବେଳେ ବ୍ୟାଗ ଧରି ଆପଲ୍ ଆଇଫୋନ୍ ଦୋକାନରେ ପହଞ୍ଚିଥିଲେ ସେଠାରେ ଉପସ୍ଥିତ ଲୋକମାନେ ତାଙ୍କୁ ସ୍ୱାଗତ କରିଥିଲେ । ଏହା ପରେ ସେ ବ୍ୟାଗରୁ ମୁଦ୍ରା ବାହାର କଲେ, ଯାହା ଦେଖି ଲୋକମାନେ ଆହୁରୀ ଆଶ୍ଚର୍ଯ୍ୟ ହୋଇଗଲେ । ଗ୍ରାହକଙ୍କ ଆବଶ୍ୟକତା ପୂରଣ କରିବାକୁ, ଦୋକାନରେ ଉପସ୍ଥିତ କର୍ମଚାରୀମାନେ ମୁଦ୍ରା ଗଣିବାକୁ ଲାଗିଥିଲେ । ଏହା ପରେ ତାଙ୍କୁ ଏକ ଆପଲ୍ ଆଇଫୋନ୍ ଯାଇଥିଲା । ଏହି ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଭିଡିଓ ଦେଖିବା ପରେ କିଛି ଲୋକ ଏହାକୁ ବିଶ୍ୱାସ କରିନଥିବା ବେଳେ ଏହାକୁ କାହାଣୀ ବୋଲି କହିଛନ୍ତି । ଆଉ କିଛି ଲୋକ ଭିକାରୀକୁ ତାଙ୍କୁ ପ୍ରଶଂସା କରୁଛନ୍ତି । ତେବେ ଭିଡିଓ ଭାଇରାଲ ହେବା ପରେ ଲୋକମାନେ ଏହାକୁ ନେଇ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି । କିଛି ଲୋକ ଏହି ଭିଡିଓକୁ ନକଲି ବୋଲି ମଧ୍ୟ କହିଛନ୍ତି ।

Leave a Reply

Your email address will not be published. Required fields are marked *