Pratidin TV

Odisha's Digital News Platform

ସମ୍ବଲପୁରରେ ମା-ଝିଅଙ୍କୁ ପୋଡି ହତ୍ୟା ଘଟଣାରେ ବଡ ଖୁଲାସା ।

1 min read

ସମ୍ବଲପୁରରେ ଚାଞ୍ଚଲ୍ୟ ଖେଳାଇଥିବା ମା-ଝିଅଙ୍କ ମୃତ୍ୟୁ ଘଟଣାରୁ ଉଠିଛି ବଡ ପରଦା । ପ୍ରକୃତରେ ତାଙ୍କ ମୃତ୍ୟୁ ଅକସ୍ମାତ କିମ୍ବା କୌଣସି ଦୁର୍ଘଟଣା ନଥିଲା । ବରଂ ଷଡଯନ୍ତ୍ର ହତ୍ୟା । ଗତକାଲି ମାନେଶ୍ବର ହାଟପଦା ଅଞ୍ଚଳରେ ଘଟିଥିଲା ଜଘନ୍ୟକାଣ୍ଡ।

ଘରେ ମାଆ, ଝିଅ ଶୋଇଥିବା ବେଳେ ଶ୍ୱାସରୁଦ୍ଧ କରି ମାରିଥିଲେ ପୁଅ ଓ ନାତି। ପ୍ରମାଣ ନଷ୍ଟ ପାଇଁ ୨ ଜଣଙ୍କୁ ଘର ଭିତରେ ଜାଳିଥିଲେ ପୁଅ ଓ ନାତି।ତେବେ ସମୃକ୍ତ ମମାଲା ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ୨ ଜଣଙ୍କ ବଡି ପୋଷ୍ଟା ମାର୍ଟମ ପାଇଁ ଯାଇଥିଲା । ବୃଦ୍ଧାଙ୍କ ଝିଅ ହାତରେ ଅଭିଯୁକ୍ତ ପୁତୁରାର ଚୁଟି ଥିଲା । ଯାହାର ପରୀକ୍ଷା ପରେ ପ୍ରମାଣ ହୋଇଥିଲା।

Advertisement

ଅନ୍ୟପଟେ ଆଜି ୨ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିବ ପୋଲିସ। ସମ୍ପତ୍ତି ପାଇଁ ହତ୍ୟା ହୋଇଥିବା ଅଭିଯୋଗ କରିଥିଲେ ଭଉଣୀ। ପୁଲିସ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବୃଦ୍ଧାଙ୍କ ପୁଅ ଜଗନ୍ନାଥ ଦିକ୍ଷିତ ଓ ତାଙ୍କ ପୁଅକୁ ଗିରଫ କରିଛି। ସେହ୍ନଲତା ଦୀକ୍ଷିତ ଓ ତାଙ୍କ ଝିଅ ଘରେ ଥିବାବେଳେ ଜଗନ୍ନାଥ ଓ ତାଙ୍କ ପୁଅ ଉଭୟଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରିଥିଲେ। ପରେ ଏହି ହତ୍ୟାକୁ ଦୁର୍ଘଟଣା ରୂପ ଦେବାକୁ ଘରେ ଗ୍ୟାସ ସିଲିଣ୍ଡର ଖୋଲି ନିଆଁ ଲଗାଇଦେଇଥିଲେ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *