Pratidin TV

Odisha's Digital News Platform

ବାତ୍ୟା ନେଇ ଆସିଲା ବଡ ଅପଡେଟ ; କେନ୍ଦ୍ରାପଡା ତାଳଚୁଆରେ ‘ଦାନା’ କରିବ ଲ୍ୟାଣ୍ଡଫଲ!

1 min read

ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି। ‘ସାମୁଦ୍ରିକ ବାତ୍ୟା ‘ଦାନା’ପ୍ରଭାବରେ ତୁହାକୁ ତୁହା ବର୍ଷା ସହିତ ପବନ ବେଗ ମଧ୍ୟ ଧୀରେଧୀରେ ବଢ଼ିବାରେ ଲାଗିଛି। ବାତ୍ୟାର ଗତିପଥକୁ ନେଇ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେଉଛି। ଯେତେ ଯେତେ ସ୍ଥଳଭାଗ ମୁହାଁ ପାଖେଇ ଆସୁଛି ଦାନା, ସେତେ ସେତେ ଗତିପଥ ସ୍ଫଷ୍ଟ ହେଉଛି। ତେବେ ସ୍ଥଳଭାଗ ଛୁଇଁଲା ପରେ ଦାନା ସାମାନ୍ୟ ଗତିପଥ ବଦଳାଇ ପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।

୨୪ ତାରିଖ ରାତିରୁ ୨୫ ତାରିଖ ପାହାନ୍ତି ପ୍ରହର ଭିତରେ ଓଡ଼ିଶାରେ ତାଣ୍ଡବ ରଚିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ‘ଦାନା’ ଏବେ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇ ସ୍ଥଳଭାଗ ଆଡକୁ ମାଡି ଆସୁଛି । ତେବେ ଓଡ଼ିଶା ମୁହାଁ ହୋଇଥିବା ବାତ୍ୟା ଦାନା ଆଜି ରାତିରୁ ଆସନ୍ତାକାଲି ସକାଳ ମଧ୍ୟରେ ଭିତରକନିକା ଧାମରା ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ ବୋଲି ପୂର୍ବରୁ ଆକଳନ ହୋଇଥିବା ବେଳେ ଏହା କେନ୍ଦ୍ରାପଡା ତାଳଚୁଆରେ ଲ୍ୟାଣ୍ଡ କରିପାରେ ବୋଲି ଆକଳନ କରାଯାଉଛି । ଏହାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ହୋଇସାରିଛି । ମୁକାବିଲା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ସମୁଦ୍ର ଉପକୂଳ ଯୋଗୁଁ ଏଠାରେ ଲ୍ୟାଣ୍ଡଫଲ କରିବା ନେଇ ଅଧିକ ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି।

Advertisement

ବାତ୍ୟା ‘ଦାନା’ ଭିତରକନିକାର ତାଳଚୁଆରେ ଲ୍ୟାଣ୍ଡଫଲ କରିବ ବୋଲି ଅନୁମାନ କରାଯାଉଛି। ଏନେଇ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି। ତେବେ ବାତ୍ୟା ଦାନା ଏବେ ପାରାଦୀପ ଠାରୁ ୨୮୦ କିମି ଏବଂ ଧାମରାରୁ ୩୧୦ କିମି ଦୂରରେ ରହିଛି। ଗତ ୬ ଘଣ୍ଟା ଧରି ବାତ୍ୟା ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟାପ୍ରତି ୧୫ କିମି ବେଗରେ ଗତି କରୁଛି। ସ୍ଥଳଭାଗ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୦୦ ରୁ ୧୨୦ କିମି ରହିପାରେ ବୋଲି ଆକଳନ କରାଯାଇଛି। ଯାହାକି କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର ଜିଲ୍ଲାରେ ଅନୁଭୂତ ହେବ।

ଆଜି ମଧ୍ୟ ରାତ୍ରିରୁ କାଲି ସକାଳ ଭିତରେ ଲ୍ୟାଣ୍ଡଫଲ୍।ଉପକୂଳ ପାଖରେ ବା ନିକଟରେ ଜୁଆର ୨ ମିଟର ପର୍ଯ୍ୟନ୍ତ ଆସିବ। ଆଜି ରାତିରୁ କାଲି ସକାଳ ୯ ପର୍ଯ୍ୟନ୍ତ ସମୟ ଗୁରୁତ୍ୱପୂର୍ଣ୍ଣ। ଏହାର ପ୍ରଭାବରେ କେଉଁଝର , ମୟୂରଭଞ୍ଜ, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ବୌଦ୍ଧ,ନୟାଗଡ଼ରେ ବର୍ଷା ହୋଇପାରେ। ଏବେ ପାଇଁ ବାତ୍ୟା ଦୁର୍ବଳ ହେବାର କୌଣସି ସଂକେତ ନାହିଁ। ଭୀଷଣ ବାତ୍ୟା ରୂପରେ କରିବ ଲ୍ୟାଣ୍ଡଫଲ୍ ବା ଉପକୂଳ ଅତିକ୍ରମ କରିବ। ବାତ୍ୟା ଦାନା ଆସିବା ପୂର୍ବରୁ ଲୋକଙ୍କୁ ଆଶ୍ରୟସ୍ଥଳରେ ପହଞ୍ଚାଉଛି ପ୍ରଶାସନ । କିଛି ଲୋକେ ବାତ୍ୟା ଆଶ୍ରୟସ୍ଥଳକୁ ନିଜେ ଆସୁଥିବା ବେଳେ ଆଉ କିଛି ଲୋକଙ୍କୁ ଘରୁ ଆଣିବା ପାଇଁ ପ୍ରୟାସ ଚଳାଇଛି ପୋଲିସ ।

Leave a Reply

Your email address will not be published. Required fields are marked *