ସଂସଦରେ ଆଗତ ହେଲା ବିଲ୍ , ୯ ବର୍ଷରେ ବିବାହ କରିବେ ଝିଅ ..
1 min read୯ ବର୍ଷର ଝିଅ କରି ପାରିବ ବିବାହ ବାଛି ପାରିବ ନିଜ ଜୀବନ ସାଥି । ସଂସଦରେ ଏହି ବିଲ୍ ଆଗତ ହେବା ପରେ ବ୍ୟାପକ ଉତ୍ତେଜେନା ଦେଖାଯାଇଛି। କିଛି ସଂଗଠନ ଏବଂ ମହିଳାମାନେ ଏହାକୁ ତୀବ୍ର ବିରୋଧ କରିଛନ୍ତି । ଏପରି କିଛି ଦେଖିବାକୁ ମିଳିଛି ଇରାକ ରେ । ସୂଚନାନୁସାରେ ଇରାକ ସଂସଦରେ ଏକ ଅଜବ ବିଲ୍ ଉପସ୍ଥାପନ ହୋଇଛି। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଇରାକ ନିଜ ଦେଶରେ ଝିଅଙ୍କ ବିବାହ ବୟସରେ ପରିବର୍ତ୍ତନ କରିବାକୁ ଚାହୁଁଛି। ବର୍ତ୍ତମାନ ଦେଶରେ ଝିଅଙ୍କ ବିବାହ ବୟସ ୧୮ ରହିଛି। ଇରାକ ଝିଅ ଙ୍କ ବିବାହ ବୟସକୁ ୯ ବର୍ଷ କରିବା ପାଇଁ ଏକ ପ୍ରସ୍ତାବ ଆଣିଛି।
ଯଦି ଏହା ପାସ୍ ହୁଏ ତେବେ ୯ ବର୍ଷର ବାଳିକାଙ୍କୁ ଯେ କେହିବି ବିବାହ କରିବାକୁ ସମର୍ଥ ହେବେ। ତେବେ ଝିଅମାନଙ୍କ ବିବାହର ଆଇନଗତ ବୟସକୁ ମାତ୍ର ୯ବର୍ଷକୁ ହ୍ରାସ କରିବାକୁ ଚେଷ୍ଟା କରାଯାଉଥିବା ବେଳେ ଏହି ପ୍ରସ୍ତାବିତ ବିଲ୍ କୁ ଜନଅସନ୍ତୋଷ ବଢିବାରେ ଲାଗିଛି। ୯ ବର୍ଷର ଝିଅମାନଙ୍କ ବିବାହ । ଏପରି ହେଲେ ବାଲ୍ୟ ବିବାହ, ଶୋଷଣ ବୃଦ୍ଧି, ଛାଡ଼ପତ୍ର, ପାରିବାରିକ ହିଂସା ଆଦି ବୃଦ୍ଧି ପାଇବ ବୋଲି ବୁଦ୍ଧିଜୀବୀମାନେ ଆଶଙ୍କା କରୁଛନ୍ତି। ଅପରପକ୍ଷେ, ଏହି ବିଲ୍ ପାସ୍ ହେଲେ ଦେଶ ଆଗକୁ ବଢ଼ିବା ପରିବର୍ତ୍ତେ ପଛେଇ ଯିବ ବୋଲି ହ୍ୟୁମାନ୍ ରାଇଟ୍ସ ୱାଚ୍ ଗବେଷକ ସରାହ ସାନବର ପ୍ରକାଶ କରିଛନ୍ତି।