ଗରିବ ପେଟକୁ ପ୍ରଶାସନର ଲାତ : ଅନ୍ଧୁଣୀ ସାଙ୍ଗକୁ ଭିନ୍ନକ୍ଷମ ଜୀନାକୁ ମିଳୁନି ସରକାରଙ୍କ କୌଣସି ସାହାର୍ଯ୍ୟ ..
1 min readଢେଙ୍କାନାଳ : ଛଳ ଛଳ ଆଖିରେ କୋହ ଭରା କଣ୍ଠ ରେ ଏମିତି କେତେ କଥା କହି ଦେଉଛି ଝିଅ ଜୀନା ଚାରି ଆଡେ ସତେ ଯେମିତି ତା ପାଇଁ ଦୁନିଆ ଅନ୍ଧାର ହିଁ ଅନ୍ଧାର,ପାଠ ପଢିବା ପାଇଁ ବହୁତ ଇଚ୍ଛା ହେଲେ ଭାଗ୍ୟର ବିଡମ୍ବନା ଅତି କଠୋର । ଜନ୍ମରୁ ଭିର୍ଣ୍ଣକ୍ଷମ ସାଙ୍ଗକୁ ତା ପୁଣି ଜନ୍ମରୁ ଅନ୍ଧ ଦେଖି ପାରନ୍ତିନି ଜୀନା । ଏଭଳି ଏକ ଦୃଷ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୁଲେଇ ଗ୍ରାମ ପଞ୍ଚାୟତ ର ଅରୁଣ ନାଏକଙ୍କ ଝିଅ ଜୀନା ନାଏକ । ଅରୁଣ ଜଣେ ଦିନ ମଜୁରୀଆ ମୂଲ ଲାଗିଲେ ୬ ପ୍ରାଣୀ ଙ୍କ ପେଟକୁ ଦାନା ଯାଏ ।
ଅରୁଣ ନାଏକଙ୍କ ୩ ଝିଅ ରେ ଗୋଟିଏ ପୁଅ ଆଉ ସ୍ତ୍ରୀ କୁ ନେଇ ତାଙ୍କର ସୁଖ ଦୁଃଖର କୁଟୁମ୍ବ ସାନ ଝିଅ ଜୀନା ଜନ୍ମରୁ ଦୃଷ୍ଟି ହୀନ ଷଷ୍ଠ ଶ୍ରେଣୀରେ ପଢେ ତା ପାଇଁ ଆଶାବାଡି ହେଉଛି ମା ଦୁଖୀ ନାଏକ ସବୁଦିନ ସ୍କୁଲ କୁ ଛାଡି ନିଅନ୍ତି ଆଉ ସ୍କୁଲ ରୁ ପୁଣି ଘରକୁ ଆଣନ୍ତି । ଜୀନା ଙ୍କ ମା କହନ୍ତି ଆମେ ତ ଗରିବ ଖଟି ଖିଆ ଦିନ ମଜୁରିଆ ଆମକୁ ଟିକେ ସାହାଯ୍ୟ କର ମୋ ଝିଅ ଭିର୍ଣ୍ଣକ୍ଷମ ହେଲେବି,ସରକାର ଙ୍କ ଭିର୍ଣ୍ଣକ୍ଷମ ମାନଙ୍କ ପାଇଁ କେତେ ଯୋଜନା କରୁଛନ୍ତି, ହେଲେ ଆମେ କିଛି ସୁବିଧା ପାଇ ପାରୁନାହୁଁ, ନା ହୋଇ ପାରୁଛି ଜୀନା ର ରାସନ କାର୍ଡ ରେ ଚାଉଳ ନା ମିଳି ପାରୁଛି ଭିର୍ଣ୍ଣକ୍ଷମ ଭତ୍ତା ନା ମିଳି ପାରୁଛି ଆବାସ ଯୋଜନାରେ ଘର ଟିଏ ।
ଜୀନା ର ମା କୁହନ୍ତି ଯଦି ଝିଅ ର ଭିର୍ଣ୍ଣକ୍ଷମ ଭତ୍ତା ଓ ରାସନ କାର୍ଡ ରେ ଚାଉଳ ଏବଂ ଘର ଖଣ୍ଡେ ମିଳି ପାରନ୍ତା ଆମେ ପରିବାର ଚଳିଯାଆନ୍ତା ଓ ଝିଅ ଜୀନା ପାଠ ପଢି ପାରନ୍ତା ବୋଲି ଜୀନା ର ମା ପ୍ରଶାସନ ଙ୍କୁ ଅଳି କରିଛନ୍ତି । ଖାଲି ଦେଖିବାକୁ ବାକି ରହିଲା କେବେ ପ୍ରଶାସନ ଶୁଣୁଛି ଜୀନାର ଦୁଃଖ !