Pratidin TV

Odisha's Digital News Platform

ତାଳଚେର ବିଧାୟକଙ୍କ କ୍ୟାମ୍ପରେ ପଡିଲା ବୋମା ….

ଅନୁଗୁଳ ; ବିଧାୟକଙ୍କ କ୍ୟାମ୍ପ ପାଖରୁ ମିଳିଲା ଫି ଦେଖାଯାଉଥିବା ଟାଇମ୍ ବମ୍ ଭଳି ବୋମା । ଆଜି ସକାଳ ସମୟରେ ତାଳଚେର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ତାଳଚେର ନନ୍ଦିଟା ଭରତପ୍ରୁ ସ୍ଥିତ କ୍ୟାମ୍ପ ନିକଟସ୍ଥ ଗେଟ ନିକଟରେ ବିଧାୟକ ଙ୍କ ସମର୍ଥନ ମାନେ ଏକ ବୋମାକୁ ଦେଖିବାକୁ ପାଇଥିଲେ।

ତେବେ ଏହି ବୋମା କିଏ ରଖିଚି ତାକୁ ନେଇ ଏବେ ସଂଦେହ ସୃଷ୍ଟି ହେଉଥିବା ବେଳେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବର୍ତ୍ତମାନ ରାସ୍ତାର ଉଭୟ ପାର୍ଶ୍ଵକୁ ବନ୍ଦ୍ କରି ଦେଇଛନ୍ତି। ତେବେ ଏହାକୁ ନେଇ ଏବେ ସାଧାରଣ ରେ ଚର୍ଚ୍ଚା ବଢାଇ ଦେଇଥିବା ବେଳେ କୁହାଯାଉଛି ଯେ ସାଇଟିଫିକ ଟିମ୍ କୁହନ୍ତୁ କିମ୍ବା ବମ୍ ସ୍ୱର୍ଡ ଆସି ପ୍ରକୃତ ରେ ଏହା ଏକ ଟାଇମ ବମ କି ଖେଳଣା ତାହା ସ୍ପଷ୍ଟ କରାଯାଉ । ଯଦି ଏହା ସତରେ ଏକ ଟାଇମ ବମ୍ ତାହେଲେ କିଏ ଏହାକୁ ରଖିଲା ବୋଲି ଦୃଢ଼ ତଦନ୍ତ କରିବାକୁ ବର୍ତ୍ତମାନ ସବୁଆଡୁ ଚର୍ଚ୍ଚା ହେଉଚି ।

କୁହାଯାଉଛି ଯେ ବିଜେଡ଼ିର ବିଧାୟକ ଯିଏ ବର୍ତ୍ତମାନ ଅଛନ୍ତି ବ୍ରଜ କିଶୋର ପ୍ରଧାନ ତାଙ୍କୁ ନେଇ ବର୍ତ୍ତମାନ ଚର୍ଚ୍ଚା ଯେ ଲଗାତାର ଚାରି ଚାରି ଥର ବିଧାୟକ ହେବା ପରେ ସେ ବର୍ତ୍ତମାନ ବିଧାୟକ ହିସାବରେ ଆଇକନ ପାଲଟି ଯାଇଛନ୍ତି । ତେଣୁ ବିରୋଧୀଙ୍କ ବି ହାତ ଥାଇ ପାରେ ବୋଲି ମଧ୍ୟ ଏଠି ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ବର୍ତ୍ତମାନ ପୋଲିସ ଘଟଣା ସ୍ଥଳରେ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *