ଖେଳନା ଭାବି ଜୀବନ୍ତ ସାପକୁ କାମୁଡିଦେଲା କୁନି ପୁଅ , ତାପରେ …
1 min readସାପ ନାଁ ଶୁଣୀଲେ ହିଁ ଲୋକମାନଙ୍କ ମନରେ ପ୍ରଥମେ ଭୟ ହିଁ ଆସେ । କାରଣ ସାପ କାମୁଡିଥିବା ଲୋକଙ୍କୁ ଚିକିତ୍ସାରେ ଟିକେ ବିଳମ୍ବ ହେଲେ ସାପର ବିଷ ଜୀବନ ନେଇଯାଏ । ସାପ କାମୁଡାରେ ଅନେକ ଲୋକ ପ୍ରାଣ ହରାଇଥିବା ଆପଣମାନେ ଶୁଣୀଥିବେ କିନ୍ତୁ ଜଣେ ମଣିଷ କାମୁଡାରେ ସାପ ମରିବା ଆପଣ କେବେ ଶୁଣିଛନ୍ତି କି ?
ଆଶ୍ଚର୍ଯ୍ୟ ନହୋଇ ପଢନ୍ତୁ ଆମର ଏହି ଖବରଟିକୁ ।
ବିହାରର ଗୟା ଫତେହପୁର ଅଞ୍ଚଳରେ ଘଟିଛି ଏପରି ଆଶ୍ଚର୍ଯ୍ୟକର ଘଟଣା । ଯେଉଁଠି ଗୋଟେ କୁନି ଛୁଆର କାମୁଡାରେ ସାପର ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ ଗତ ଶନିବାର ଫତେହପୁର ଥାନା ଜାମହୁର ଗାଁର ରାକେଶ କୁମାରଙ୍କ ଏକ ବର୍ଷର ପୁଅ ରିୟାନ ଅଗଣାରେ ଖେଳୁଥିଲା । ଏହି ସମୟରେ ଏକ ସାପ ସେପଟ ଦେଇ ଯାଉଥିଲା । ପିଲାଟି ପାଖରେ ଅନେକ ଖେଳନା ପଡିଥିବାରୁ ଜୀବନ୍ତ ସାପଟିକୁ ମଧ୍ୟ ସେ ଖେଳନା ଭାବି ତାକୁ ହାତରେ ଟାଣିଆଣି ପାଟିରେ ପୁରାଇ ଚୋବାଦେଇଥିଲା । ଯାହା ଫଳରେ ସାପଟିର ମୃତ୍ୟୁ ହୋଇଛି ।
ରିୟାନର ମା ଏହା ଦେଖି ତୁରନ୍ତ ଦୈାଡିଆସି ସାପଟିକୁ ପୁଅ ପାଟିରୁ କାଢି ଫାପାଡିଦେଇ । ପୁଅକୁ ତୁରନ୍ତ ହସ୍ପିଟାଲ ନେଇଥିଲେ । କିନ୍ତୁ ଆଶ୍ଚର୍ଯ୍ୟର କଥା କୁନି ପୁଅ ରିୟାନ ପ୍ରାଥମିକ ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ଥିଲା । ଯାହା ଦେଖି ଡାକ୍ତର ନିଜେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ସାପଟି ପ୍ରାୟ ୩ ଫୁଟର ଥିଲା ।