Pratidin TV

Odisha's Digital News Platform

ବାପାଙ୍କ ଗାଳିରେ ଘର ଛାଡି ଚାଲିଗଲା ଅଷ୍ଟମ ଶ୍ରେଣୀରେ ପଢୁଥିବା ପୁଅ , ମୁଣ୍ଡଫଟା ଖରାରେ ବୁଲି ବୁଲି ଖୋଜୁଛନ୍ତି ବାପା-ମା ….

1 min read

ବାପାଙ୍କ ଆକଟ ସହି ପାରିଲାନି ପୁଅ। ଘର ଛାଡ଼ି ଭୁବନେଶ୍ୱର ପଳେଇ ଆସିଲା ପୁଅ । ତା ପରଠୁ ପୁଅ ର ଖୋଜ ଖବର ପାଉନାହାନ୍ତି ପରିବାର । ପୁଅ ର ଫୋଟ ଧରି ବାପା ମା ରାଜଧାନୀ ର ଗଳିକନ୍ଦି ରେ ଖୋଜି ବୁଲୁଛନ୍ତି। ପଚାରୁଛନ୍ତି ବାବୁ ମୋ ପୁଆକୁ ଦେଖିଛ କି ? ନୟାଗଡ଼ ମାଛିପଡ଼ାର ବ୍ରଜବନ୍ଧୁ ନାହକ ଓ କୁମା ଦେଈ ବାୟଶ ବି ଅଧିକ କିନ୍ତୁ ମୁଣ୍ଡ ଫାଟ ଖରାରେ ଚାଲି ଚାଲି ଖୋଜୁଛନ୍ତି ୧୩ ବର୍ଷର ପୁଅ ସିଲୁ ନାହକ କୁ । ହାତରେ ପୁଅ ର ଫୋଟ , ଆଖିରୁ ଝରି ଯାଉଛି ଧାର ଧାର ଲୁହ । ତଥାବି ହାର ମାନି ନାହାନ୍ତି ବାପା ମା । ବାପାଙ୍କ ଭୁଲ୍ ସିଲୁ ପରୀକ୍ଷା କମ ମାର୍କ ରଖିଥିଲେ ।

ଅଷ୍ଟମ ଶ୍ରେଣୀ ପରୀକ୍ଷାରେ କମ୍ ମାର୍କ ରଖିଥିବାରୁ ପୁଅକୁ ଗାଳି କରିଥିଲେ ବାପା । ଆଉ ଏହାର ୩ ଦିନ ପରେ ଅର୍ଥାତ୍ ୭ ତାରିଖରୁ କୁଆଡେ଼ ପଳେଇ ଯାଇଛି । ଜଣେ ବ୍ୟକ୍ତି ଶିଲୁ କୁ ପାଇ ପରିବାର କୁ ଜଣାଇଥିଲେ ହେଲେ ବାପା ସେଠାରେ ପହଞ୍ଚିବା ପୂର୍ବରୁ ପୁଅ ଚକ୍‌ମା ଦେଇ ସେଠାରୁ କୁଆଡେ ଛୁ ମ।।ରିଥିଲା । ବାପା ମା ଆସିବା ପରେ ବସ ଷ୍ଟାଣ୍ଡ, ରେଲୱେ ଷ୍ଟେସନ୍ ଖୋଜିବ ପରେ ନ ପାଇଁ ନିରାଶ ହେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ବାପା ମା। ଗୁହାରି କରିଛନ୍ତି ପୋଲିସ , ଜନସାଧାରଣଙ୍କୁ ଯିଏ ଦେଖିବ(୦୭୨୦୫୪ ୪୮୦୮୨) ନଂ ରେ ଜଣେଇବା ପାଇଁ ।

Advertisement

Leave a Reply

Your email address will not be published. Required fields are marked *