Pratidin TV

Odisha's Digital News Platform

କାର୍ଯ୍ୟ ଚାଲୁଥିବା ବେଳେ ହଠାତ୍ ଭୁଶୁଡିପଡିଲା ବ୍ରିଜ ପିଲାର, ଅଳ୍ପକେ ବର୍ତ୍ତିଗଲେ ଶ୍ରମିକ..

ନୀଳଗିରି ଅସ୍ତିଆ ଗାଁ ନିକଟରେ ଘଟିଗଲା ଅଘଟଣ । କାମ ଚାଲିଥିବା ବେଳେ ହଠାତ ଭୁସୁଡି ପଡିଲା ବ୍ରିଜ । ଉପଖଣ୍ଡ ଔପଦା ବ୍ଲକ ସନ୍ତରାଗଡିଆ ଠାରୁ ନୀଳଗିରି ଦେଇ ଯାଉଥିବା ସାଳନ୍ଦୀ କେନାଲ ର ଅସ୍ତିଆ ଛକ ନିକଟରେ କେନାଲ ଉପରେ ନିର୍ମାଣାଧୀନ ବ୍ରିଜର କଟଅଫ ୱାଲ ଭୁଶୁଡି ପଡିଛି । ତେବେ ନିମ୍ନମାନର କାମ ଯୋଗୁଁ ନିର୍ମାଣଧୀନ ବ୍ରିିଜ ପିଲାର ଖସି ପଡିଥିବା ଜଣା ପଡିଛି । ଗତକାଲି ଢଳେଇ ପଡିଥିବା ବେଳେ ଆଜି ସେଠାରେ ଅଘଟଣ ଘଟିଛି । ମିଳିଥିବା ସୂଚନାରୁ ଜଣାଯାଇଛି ଯେ ଏଠାରେ ଏକ ବ୍ରିଜ ପାଇଁ କଟ ଅଫ ୱାଲ୍ ଓ ଚାରିଟି ପିଲାର କେନାଲ ମଧ୍ୟରେ ନିର୍ମାଣଧିନ ଚାଲିଥିଲା ବେଳେ ୱାଲ୍ ଟି ଭୁଶୁଡି ପଡିଥିଲା । ତେବେ ପାଖରେ କାର୍ଯ୍ୟରତ ଶ୍ରମିକ ଅଳ୍ପକେ ବର୍ତ୍ତିଯାଇଛନ୍ତି ଏଭଳି ନିମ୍ନ ମାନର କାର୍ଯ୍ୟ ପାଇଁ ସ୍ଥାନୀୟ ଗ୍ରାମବାସୀ ମାନେ ଉପସ୍ଥିତ ରହି କାର୍ଯ୍ୟ ନିରୀକ୍ଷଣ କରୁଥିବା ଯନ୍ତ୍ରୀଙ୍କୁ ଦୋଷ ଦେଇଛନ୍ତି । ଏଥିସହ ଏଠାରେ ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହେଉଥିବାରୁ ଏଭଳି ପରିସ୍ଥିତି ଉପୁଜିଛି ବୋଲି ଗ୍ରାମବାସୀ ଅଭିଯ୍ଧେଜ୍ଞ କହିଛନ୍ତି ।ଭବିଷ୍ୟତରେ ଯେମିତି ଏଭଳି ପରିସ୍ଥିତି ନଘଟୁ ସେଥି ପାଇଁ ରାଜ୍ୟସରକାର ଙ୍କୁ ତଦନ୍ତ ପୂର୍ବକ ଦୃଢ ପଦକ୍ଷେପ ନେବାକୁ ସେଠାକାର ଲୋକ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *