Pratidin TV

Odisha's Digital News Platform

ଚଳିତ ସପ୍ତାହରେ ରାତି ହେବ ଦିନ , ଆକାଶରେ ଦେଖାଯିବ ଏଭଳି ଅଲୌକିକ ଦୃଶ୍ୟ ..

1 min read

ଭୁବନେଶ୍ୱର : ଚଳିତ ସପ୍ତାହରେ ଆଲୋକିତ ହେବ ରାତି । ଅର୍ଥାତ୍ ରାତି ଆକାଶରେ ଦେଖାଯିବ ଅନେକ ଉଜ୍ୱଳ ଗ୍ରହ ଉପଗ୍ରହ ଏବଂ ନକ୍ଷତ୍ର । ଆଜିଠାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ସୂର୍ଯ୍ୟାସ୍ତପରେ ରାତି ଆକାଶରେ ଯେଉଁ ଆଡକୁ ଚାହିଁବେ ଆପଣଙ୍କ ଆଖିକୁ ମହାଜାଗତିକ ବା ମହାଜଗତର କିଛିନା କିଛି ଅତି ଉଜ୍ୱଳ ବସ୍ତୁ ଦେଖିବାକୁ ମିଳିବ । ତେବେ ଆଜି ରାତିରେ ମଧ୍ୟ ଏଭଳି କିଛି ଅଲୌକିକ ଦୃଶ୍ୟ ଦେଖିବାକୁ ମିଳିବ ।

ତେବେ ଆଜି ରାତିରେ ଚନ୍ଦ୍ରମା ନିଜ ଆଲୋକର ୯୧ ପ୍ରତିଶତ ଅଧିକ ଆଲୋକିତ ଦେଖାଦେବେ । ଫଳରେ ଜହ୍ନ ଆଲୋକରେ ରାତି ଦିନ ଭଳି ଭ୍ରମ ସୃଷ୍ଟି କରିବ । ରେଗୁଲସ୍ ନାମକ ତାରାକୁ ଚନ୍ଦ୍ର/ଜହ୍ନ ଅତିକ୍ରମ କରୁଥିବା ବେଳେ ଜହ୍ନ ଅଧିକ ଆଲୋକିତ ହେବ । ସେହିଭଳି ଆସନ୍ତା କାଲି ଅର୍ଥାତ୍ ୧୦ ତାରିଖରେ ମଧ୍ୟ ଚନ୍ଦ୍ରମା ବା ଜହ୍ନ ୮୪ ପ୍ରତିଶତ ଆଲୋକିତ ଦେଖାଯିବ । ସୂର୍ଯ୍ୟାସ୍ତପରେ ଚନ୍ଦ୍ର ଉଦୟପରେ ପୂର୍ବ ଆକାଶରେ ଉଜ୍ୱଳ ଜହ୍ନ ରାତିକୁ ଆହୁରି ଆଲୋକିତ କରିବ । ଆସନ୍ତା ୧୧ ତାରିଖରେ ଦକ୍ଷିଣ ଆକାଶରେ ଦେଖିବାକୁ ମିଳିବ ମଙ୍ଗଳଗ୍ରହ , ସେହିପରି ଗୁରୁବାର ୧୨ ତାରିଖରେ ଧୁମକେତୁ ସୂର୍ଯ୍ୟଙ୍କ ପାଖଦେଇ ଅତିକ୍ରମ କରିବ । ଏହି ଧୂମକେତୁ ଉତ୍ତର ଦିଗରେ ଦେଖିବାକୁ ମିଳିବ ।

Advertisement

ତେବେ ଆସନ୍ତା ୧୪ ରେ ମଧ୍ୟ ଜହ୍ନ ସ୍ପିକା ନାମକ ଏକ ଉଜ୍ୱଳ ତାର ପାଖ ଦେଇ ଗତିକରୁଥିବା ଯୋଗୁ ଏହା ୪୭ ପ୍ରତିଶତ ଉଜ୍ୱଳ ଦେଖାଯିବା । ଫଳରେ ରାତି ଆହୁରି ଆଲୋକିତ ହେବ । ସେହିଭଳି ଦକ୍ଷିଣ ଆକାଶରେ ବୃହସ୍ପତ୍ତି ଗ୍ରହକୁ ମଧ୍ୟ ଖାଲି ଆଖିରେ ଦେଖିବାକୁ ମିଳିବ । ଏତେ ସବୁ ମହାଯାଗତିକ ଦୃଶ୍ୟ ଚଳିତ ସପ୍ତାହରେ ରାତି ଆକାଶରେ ଦେଖାଯାଉଥିବାରୁ ଅନ୍ୟରାତ୍ରିି ଅପେକ୍ଷା ଏହି ସପ୍ତାହ ରାତି ଅଧିକ ଉଜ୍ୱଳ ରହିବ ।

Leave a Reply

Your email address will not be published. Required fields are marked *