Pratidin TV

Odisha's Digital News Platform

ଆନ୍ଧ୍ରର ପୂର୍ବତନ ଶାସକ ଦଳର ନିର୍ମାଣଧୀନ କାର୍ୟ୍ୟାଳୟ ଉପରେ ଚାଲିଲା ବୁଲଡୋଜର

1 min read

ସରକାରକୁ ଫେରିବା ପରେ ଆକ୍ସନ ମୋଡକୁ ଫେରିଛି ଚନ୍ଦ୍ରାବାବୁ ନାଇଡୁଙ୍କ ସରକାର | ଆନ୍ଧ୍ରପ୍ରଦେଶ ଗୁଣ୍ଟୁରର ତାଡେପାଲ୍ଲିସ୍ଥିତ ୱାଇଏସଆର କଂଗ୍ରେସ ପାର୍ଟିର ନିର୍ମାଣାଧୀନ କେନ୍ଦ୍ରୀୟ କାର୍ଯ୍ୟାଳୟକୁ ଉଚ୍ଛେଦ କରାଯାଇଛି | ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ଏହି ନିର୍ମାଣଧୀନ କାର୍ଯ୍ୟାଳୟକୁ ଉଚ୍ଛେଦ କରିଛି ମ୍ଯୁନିସିପାଲଟି| ବେଆଇନ ଭାବରେ ନିର୍ମାଣ କରାଯାଉଟିବା ଅଭିଯୋଗ ନେଇ ମ୍ଯୁନିସିପାଲଟି ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା ଶୁଣିବାକୁ ମିଳୁଛି |

ଗତକାଲି ଅର୍ଥାତ ଜୁନ ୨୨ ତାରିଖ ସକାଳ ୫ ଟା ୩0 ମିନିଟରେ ମଙ୍ଗଳଗିରି ତାଡେପାଲ୍ଲି ମ୍ଯୁନିସିପାଲ କର୍ପୋରେସନ ବା ଏମଟିଏମସି ପକ୍ଷରୁ ବୁଲଡୋଜର ଚଳାଇଛନ୍ତି । ଏହି ବେଆଇନ ନିର୍ମାଣକୁ ନେଇ କ୍ୟାପିଟାଲ ରିଜୋନାଲ ଗମେଣ୍ଟ ଅଥରିଟି YSR କଂଗ୍ରେସକୁ ନୋଟିସ ଜାରି କରିଥିଲା | ଯାହାକୁ ଚ୍ୟାଲେଞ୍ଜ କରି ଜଗନମୋହନ ଦଳ ଜୁନ ୨୧ ତାରିଖରେ କୋର୍ଟର ଦ୍ୱାରସ୍ତ ହୋଇଥିଲା | କୌଣସି ପ୍ରକାର ଉଚ୍ଛେଦରେ ରୋକ ଲଗାଇଥିବା ଦଳ କହିଥିଲେ |

କିନ୍ତୁ ମ୍ଯୁନିସିପାଲଟି ନିର୍ମାଣଧୀନ କୋଠାକୁ ଉଚ୍ଛେଦ କରିଛନ୍ତି | ଯାହାକୁ ନେଇ ବର୍ଷିଛନ୍ତି ଜଗନମୋହନ ରେଡ୍ଡୀ | ରାଜ୍ୟ ସରକାର କ୍ଷମତାକୁ ଫେରିବା ପରେ ପ୍ରତିଷୋଧରେ ରାଜନୀତି କରୁଥିବା ନେଇ ଜଗନମୋହନ ଓଲଟା ଅଭିଯୋଗ କରିଛନ୍ତି |

Leave a Reply

Your email address will not be published. Required fields are marked *