ପ୍ରକୃତ ପ୍ରେମର ଉଦାହରଣ : ଭାଙ୍ଗିଗଲା ପ୍ରେମିକାଙ୍କ ମେରୁଦଣ୍ଡ ହାଡ , ତଥାପି ହାତ ଛାଡିଲେନି ପ୍ରେମିକ ..
1 min readଚୀନ : ପ୍ରକୃତ ପ୍ରେମର ବାସ୍ତବତା ଆପଣ ଚଳଚିତ୍ର କିମ୍ବା କେଉଁ କାହାଣୀରେ ଶୁଣିଥିବେ ହେଲେ ବର୍ତ୍ତମାନ ପ୍ରେମର ଅନ୍ୟ ନାଁ ଧୋକ୍କା ହୋଇଗଲାଣି । କିନ୍ତୁ ଏବେବି ଏମିତି କିଛି ପ୍ରେମି ଯୁଗଳ ଅଛନ୍ତି ଯାହା ବର୍ତ୍ତର୍ମାନ ସମାଜ ପାଇଁ ଉଦାହରଣ ପାଟଲିଛନ୍ତି । ଯେତେବେଳେ ଏହି ଦୁହେଁ ଭେଟିଲେ, ସେମାନେ ବିବାହ ପାଇଁ ଯୋଗ୍ୟ ଥିଲେ, କିନ୍ତୁ ଭାଗ୍ୟ ସେମାନଙ୍କ ପାଇଁ ଆଉ କିଛି ରଖିଥିଲା । ସେମାନେ ହୁଏତ ବିବାହ କରିନାହାନ୍ତି, କିନ୍ତୁ ଏକ ସ୍ନେହପୂର୍ଣ୍ଣ ସମ୍ପର୍କର ଉଦାହରଣ ଦୁନିଆ ସାମ୍ନାରେ ସ୍ଥାପିତ କରିଛନ୍ତି ।
୧୯୯୨ ମସିହାରେ, ୨୯ ବର୍ଷିୟ ଶୁଜିଲି, ଯିଏ କି ଜଣେ ବଢେଇ ଥିଲେ, ୨୧ ବର୍ଷିୟ ହୁଆଙ୍ଗ କୁୟୁୟୁନଙ୍କୁ ଭେଟିଥିଲେ, ସେ ମଧ୍ୟ ଏକ ପ୍ରବାସୀ ଶ୍ରମିକ ଥିଲେ । ସେହି ସମୟରେ ଆରମ୍ଭ ହୋଇଥିବା ଏହି ପ୍ରେମ କାହାଣୀ ଆଜି ସୋସିଆଲ ମିଡିଆରେ ଲୋକପ୍ରିୟ ହୋଇପାରିଛି । ଶୁ ଏବଂ ହୁଆଙ୍ଗ ଚାଇନାର ହୁନାନ ପ୍ରଦେଶରେ ସାକ୍ଷାତ ହେବାର ମାତ୍ର ଏକ ମାସ ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ପରେ ହୁଆଙ୍ଗ ଶୁଙ୍କୁ ତାଙ୍କ ପରିବାରକୁ ଭେଟିବା ପାଇଁ ଯେଉଁ ବସରେ ଯାଇଥିଲେ ତାହା ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା । ବସ୍ ୭୦ ମିଟର ତଳେ ଏକ ଘାଟରେ ଖସିପଡିଥିଲା ଏବଂ ହୁଆଙ୍ଗଙ୍କ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲା ।
ଏହି ଦୁର୍ଘଟଣାରେ ହୁଆଙ୍ଗ ପକ୍ଷାଘାତରେ ପିଡ଼ିତ ହୋଇଥିଲେ ଏବଂ ଶୁ ସାମାନ୍ୟ ଆହତ ହୋଇଥିଲେ । ଏହା ସେମାନଙ୍କ ପ୍ରେମର ଏକ ପରୀକ୍ଷଣ ଥିଲା ଯେହେତୁ ଲୋକମାନେ ଶୁଙ୍କୁ ହୁଆଙ୍ଗଙ୍କୁ ଛାଡିବାକୁ କହିଥିଲେ, କିନ୍ତୁ ସେ ମନା କରିଦେଇଥିଲେ । ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଜୁ ହୁଆଙ୍ଗଙ୍କୁ ତାଙ୍କ ଘରକୁ ଆଣିଥିଲେ ଏବଂ ସେବେଠାରୁ ତାଙ୍କର ଯତ୍ନ ନେଉଥିଲେ । ଶୁ ଗାଁରେ ରହୁଥିଲେ ଏବଂ ଚାଷ କାର୍ଯ୍ୟରୁ ନିଜ ଘରକୁ ଚଳାଉଥିଲେ । ତାଙ୍କ ଗର୍ଲଫ୍ରେଣ୍ଡର ମନୋରଞ୍ଜନ ପାଇଁ ସେ ଚାଇନାର ବାଦ୍ୟଯନ୍ତ୍ର ବଜାଇବାକୁ ମଧ୍ୟ ଶିଖିଲେ ଓ ସବୁଠାରୁ ବଡ଼ କଥା ହେଉଛି ହୁଆଙ୍ଗଙ୍କ ପରିବାର ସଦସ୍ୟ ମଧ୍ୟ ତାଙ୍କ ବିଷୟରେ ଜାଣି ନଥିଲେ । ତଥାପି ତାଙ୍କ ପିତା ଏହି ଦମ୍ପତିଙ୍କ ନିକଟରେ ପହଞ୍ଚିିଥିଲେ ଏବଂ ବର୍ତ୍ତର୍ମାନ ଉଭୟ ବିବାହ ପାଇଁ ଅନୁମତି ପାଇଛନ୍ତି ।