Pratidin TV

Odisha's Digital News Platform

ମୁମ୍ବାଇରେ ଅଟକାଗଲା ଚୀନ ଜାହାଜ , ପାକିସ୍ତାନକୁ ନେଇ ଯାଉଥିଲା ଆଣବିକ ଅସ୍ତ୍ର ସାମଗ୍ରୀ ..

ମୁମ୍ବାଇରେ ଅଟକାଗଲା ଚୀନ ଜାହାଜ । ଚୀନରୁ ପାକିସ୍ତାନ ଯାଉଥିବା ଏକ ଜାହାଜକୁ ଅଟକ ରଖାଯାଇଛି । ଭାରତୀୟ ସୁରକ୍ଷା ଏଜେନ୍ସିର ଭୟ ରହିଛି ଯେ ଏହି ଜାହାଜରେ କିଛି ଏପରି ଅଛି, ଯାହାର ବ୍ୟବହାର ପାକିସ୍ତାନର ଆଣବିକ ଏବଂ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ବ୍ୟବହୃତ ହୋଇଥାନ୍ତା । କଷ୍ଟମ୍ସ ଅଧିକାରୀମାନେ ଗୁପ୍ତଚର ସୂଚନା ଅନୁଯାୟୀ ୨୩ ଜାନୁଆରୀରେ ବନ୍ଦରରେ ମାଲ୍ଟା ଫ୍ଲାଗ୍ ହୋଇଥିବା ବାଣିଜ୍ୟିକ ଜାହାଜ ମାଲ୍‌ଟାର ସିଏମ୍‌ଏ ସିଜିଏମ୍ ଆଟ୍ଟିଲା କୁ ଅଟକାଇଥିଲେ । ତଦନ୍ତ ସମୟରେ, ଏଥିରେ ଏକ କମ୍ପ୍ୟୁଟର ନ୍ୟୁମେରିକାଲ୍ କଣ୍ଟ୍ରୋଲ ମେସିନ୍ ମଧ୍ୟ ମିଳିଥିଲା, ଯାହା ଏକ ଇଟାଲୀ କମ୍ପାନୀ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ।


ଚାଇନାରୁ ପାକିସ୍ତାନକୁ ଯାଉଥିବା ଏକ ଜାହାଜକୁ ଭାରତୀୟ ସୁରକ୍ଷା ଏଜେନ୍ସି ମୁମ୍ବାଇର ନାଭା ଶେଭା ବନ୍ଦରରେ ଅଟକାଇଥିଲା । ଜାହାଜରେ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଉକ୍ତ ଉପକରଣ ପାକିସ୍ତାନର କ୍ଷେପଣାସ୍ତ୍ର ବିକାଶ କାର୍ଯ୍ୟକ୍ରମରେ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ନିର୍ମାଣରେ ବ୍ୟବହାର ହୋଇଥାନ୍ତା । ୧୯୯୬ରୁ ସିଏନ୍‌ସି ମେଶିନ୍‌କୁ ଅନ୍ତର୍ଜାତୀୟ ଯୁଦ୍ଧାସ୍ତ୍ର ନିୟନ୍ତ୍ରଣ ବ୍ୟବସ୍ଥା ୱାସେନାର ଆରେଞ୍ଜମେଣ୍ଟରେ ରଖାଯାଇଛି । ଆଣବିକ ଅସ୍ତ୍ର ପ୍ରସାର ରୋକିବା ଲକ୍ଷ୍ୟରେ ଏହା କରାଯାଇଥିଲା । ଉତ୍ତର କୋରିଆ ଏହାର ଆଣବିକ କାର୍ଯ୍ୟକ୍ରମରେ ସିଏନ୍‌ସି ମେଶିନ୍‌ର ବ୍ୟବହାର କରିଥିଲା । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍ଡିଓ)ର ଏକ ଟିମ୍ ଜାହାଜରେ ଥିବା ଉକ୍ତ ସାମଗ୍ରୀଗୁଡ଼ିକୁ ଅନୁଧ୍ୟାନ କଲାପରେ ଏହା ପାକିସ୍ତାନର ଆଣବିକ କାର୍ଯ୍ୟକ୍ରମରେ ବ୍ୟବହାର ହୋଇପାରେ ବୋଲି କହିଥିଲା ।

ଗୋଇନ୍ଦା ଅଧିକାରୀମାନେ ସତର୍କ କରାଇବା ପରେ ବନ୍ଦର କର୍ତ୍ତୃପକ୍ଷ ଭାରତୀୟ ପ୍ରତିରକ୍ଷା କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ଯାଞ୍ଚପରେ ସନ୍ଦିଗ୍ଧ ସାମଗ୍ରୀକୁ ଜବତ କରାଯାଇଛି । ପାକିସ୍ତାନ ଏବଂ ଚାଇନା ଦ୍ୱାରା ଅଣୁଅସ୍ତ୍ରର ସମ୍ଭାବ୍ୟ ପ୍ରସାର ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି । ଅଧିକାରୀ କହିଛନ୍ତି ଯେ ଚିନ୍ତାର ବିଷୟ ହେଉଛି ପାକିସ୍ତାନ ସେହି ଜିନିଷଗୁଡିକ ଚୀନ୍ ଠାରୁ ପାଇପାରିବ ଯାହା ୟୁରୋପ ଏବଂ ଆମେରିକା ଦ୍ୱାରା ନିଷିଦ୍ଧ ହୋଇଛି । ପାକିସ୍ତାନର ଆଣବିକ ଏବଂ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ଚୀନ୍ ସମର୍ଥନ ମଧ୍ୟ ଅସୁବିଧାଜନକ । ସୂଚନାଯୋଗ୍ୟ ଯେ ୨୦୨୦ ରେ କ୍ଷେପଣାସ୍ତ୍ର ତିଆରି ପାଇଁ ଏକ ସ୍ୱତନ୍ତ୍ର ଅଟୋକ୍ଲେଭ ପାକିସ୍ତାନ ଅଭିମୁଖେ ଯାଉଥିବା ଚାଇନାର ଜାହାଜରେ ଶିଳ୍ପ ଉପକରଣ ଭାବରେ ଲୁଚି ରହିଥିଲା ।

Leave a Reply

Your email address will not be published. Required fields are marked *