ପେପର୍ ଲିକ୍ ଅଭିଯୋଗରେ ପ୍ରିନ୍ସିପାଲ୍ଙ୍କୁ ବଳପୂର୍ବକ ଚେୟାରରୁ କାଢ଼ିଦେଲେ ସହକର୍ମୀ
1 min readପେପର ଲିକ ସହ ଜଡିତ କୋଟି କୋଟି ଟଙ୍କା ଦୁର୍ନୀତି ମାମଲାରେ ପ୍ରିନ୍ସିପାଲଙ୍କ ହାତ ଥିବା କଥା ଆସିବା ପରେ ଅଫିସରେ ଟାଣ ଓଟରା କରିବା ସହ ପ୍ରିନ୍ସିପାଲଙ୍କୁ କଡା ଗଲା ଭିଡା | ଏପରିକି ତାଙ୍କ ଜାଗରେ ଅନ୍ୟ ଜଣଙ୍କୁ ପ୍ରିନ୍ସିପାଲଙ୍କୁ ନିଯୁକ୍ତି ଦିଆଯାଇ ଦାୟିତ୍ୱ ଦିଆଗଲା | ତେବେ ମହିଳା ପ୍ରିନ୍ସିପାଲ ଜଣକ ବଳପୂର୍ବକ ସେହି ଚୌକିରେ ବସିବା ପାଇଁ ଚେଷ୍ଟା କରିଲେ ମଧ୍ୟ ସ୍କୁଲ୍ର ଅନ୍ୟ କର୍ମଚାରୀମାନେ ତାଙ୍କୁ ଟଣାଓଟରା କରିବା ସହ ତାଙ୍କୁ ଚୋୖକିରୁ ଉଠାଇ ବାହାର କରିଦେଇଛନ୍ତି | ଏଭଳି ଭିଡ଼ିଓ ସେମାଙ୍କୁ ଆସିଛି ଉତ୍ତରପ୍ରଦେଶର ପ୍ରୟାଗରାଜରେ ଥିବା ବିଶପ ଜନସନ ବାଳିକା ସ୍କୁଲରେ ଘଟିଛି |
ପରୀକ୍ଷା ପେପର ଲିକ ଦୁର୍ନୀତିକୁ ନେଇ ଏହି ବିବାଦ ଦେଖାଦେଇଛି | ତେବେ ଗୋଟେ ଏଭିଯୋଗ ଅନୁସାରେ ପେପର ଲିକ ସହ ଜଡିତ କୋଟି କୋଟି ଟଙ୍କା ଦୁର୍ନୀତିରେ ସ୍କୁଲ ସାମିଲ ଥିବା ଖବର ସାମ୍ନାକୁ ଆସିଥିଲା | ଫେବୃଆରୀ ୧୧ ରେ ପ୍ରଶ୍ନ ପତ୍ର ଲିକ ମଧ୍ୟ ହୋଇଥିଲା |
ବିଶପ ମୌରିସ କହିଥିଲେ, ପେପର ଲିକ୍ ମାମଲାରେ ସ୍କୁଲର କର୍ମଚାରୀ ବିନୀତ ଯଶୱନ୍ତଙ୍କୁ ଏସଟିଏଫ ଗିରଫ କରିଥିଲା। ସେହିପରି ପେପର ଲିକ୍ ସହ ପ୍ରିନ୍ସିପାଲ ପାରୁଲ ସୋଲୋମୋନଙ୍କ ସମ୍ପର୍କ ରହିଛି। ଏଥିପାଇଁ ତାଙ୍କୁ ବିଦା କରାଯାଇଥିଲା। କିନ୍ତୁ ବିଦା କରିବା ପରେ ମଧ୍ୟ ଜୋରଜବରଦସ୍ତିରେ ପ୍ରିନ୍ସିପାଲ ଜଣକ ନିଜ ଚୌକିରେ ବସିଥିଲେ | ଏପରିକି ନୂଆ ନିଯୁକ୍ତି ପାଇଥିବା ପ୍ରିନ୍ସିପାଲଙ୍କୁ ଅଫିସ ଭିତରକୁ ଛାଡିବାକୁ ଦେଉନଥିଲେ ବରଂ ସେ ବାହାରେ ତାଲା ପକାଇ ଭିତରେ ଚୁପକି ବସିଥିଲେ |
ଘଟଣା ଘଟିବା ପରେ ଜଣେ ମହିଳା କର୍ମଚାରୀ ପାରୁଲଙ୍କ ଫୋନ ଛଡାଇ ନେଇଥିଲେ ଏବଂ ଚୋୖକିରି କିଛି କର୍ମଚାରୀମାନେ ବଳପୂର୍ବକ ଉଠାଇବାକୁ ଚେଷ୍ଟା କରିଥିଲେ | କିଛି ସମୟ ଟଣାଓଟରା ପରେ ପାରୁଲକୁ ସିଟରୁ ଉଠାଇଥିଲେ | ଏହାପରେ ଶେରଲୟନ ମାସୀଙ୍କୁ ସ୍କୁଲର ନୂଆ ପ୍ରିନ୍ସିପାଲ ଭାବେ ଅବସ୍ଥାପିତ କରାଯାଇଛି।
ବିଶନ ଡାନଙ୍କ କହିବା କଥା ଯେ ପାରୁଲଙ୍କ ବହିଷ୍କାର ପରେ ମାସୀଙ୍କୁ ନୂଆ ପ୍ରିନ୍ସିପାଲ ଭାବେ ନିଯୁକ୍ତି ମିଳିଥିଲା। ହେଲେ ମାସୀ ଦାୟିତ୍ୱ ନେବାକୁ ଆସିଲା ବେଳକୁ ପାରୁଲ ତାଙ୍କୁ ଅଫିସରେ ପୂରାଇ ଦେଇ ନଥିଲେ। ସେ ଅଫିସରେ ଭିତର ପଟୁ ତାଲା ପକାଇ ଦେଇଥିଲେ। ଧକ୍କା ମାରି ଅଫିସର କବାଟ ଖୋଲା ଯାଇଥିଲା ଓ କିଛି ଶିକ୍ଷକ ପାରୁଲଙ୍କୁ ଚେୟାରରୁ ହଟାଇଥିଲେ।