Pratidin TV

Odisha's Digital News Platform

ଫୋନ ଉଠାଇ ଆସିଲାନି ଆମ୍ବୁଲାନ୍ସ ; ଗୁରୁତର ଅବସ୍ଥାରେ ଠେଲାରେ ବୁହାହୋଇ ହସ୍ପିଟାଲ ଗଲେ ମହିଳା, ହେଲେ ସେଠାରେ ..

1 min read

ଯାଜପୁର : ପ୍ରଶାସନର କାର୍ଯ୍ୟକାରିତା ଉପରେ ବଡ ପ୍ରଶ୍ନ ? ଫୋନ ଉଠାଇବି ଆସୁନି ଆମ୍ଭୁଲାନ୍ସ । ରୋଗୀ ପାଖରେ କାହିଁକି ଠିକ୍ ସମୟରେ ପହଞ୍ଚିପାରୁନି ଆମ୍ବୁଲାନ୍ସ ? ଆମ୍ଭୁଲାନ୍ସ କର୍ମୀଙ୍କ ଖାମଖିଆଲି ଢଙ୍ଗ ପାଇଁ ଦାୟୀ କିଏ ? ନିକଟରେ ଯାଜପୁର ଜିଲ୍ଲାରେ ଏକ ଏଭଳି ଘଟଣା ଘଟିଛି ଯାହା ଆପଣଙ୍କ ହୃଦୟ ଥରାଇ ଦେବ । ଦୁର୍ଘଟଣା ପରେ ଠେଲା ଗାଡିରେ ବୁହା ହୋଇ ହସ୍ପିଟାଲରେ ପହଞ୍ଚିଛନ୍ତି ଜଣେ ଗୁରୁତର ଆହତ ବୃଦ୍ଧା ମହିଳା । ବାରମ୍ଭାର ଆମ୍ବୁଲାନ୍ସକୁ ଫୋନ କରିବା ସତ୍ତ୍ୱେ ବି ପହଞ୍ଚିଲାନି ଆମ୍ଭୁଲାନ୍ସ ।

ସୂଚନାଯୋଗ୍ୟ ଯେ ଯାଜପୁର ଜିଲ୍ଲା ଧର୍ମଶାଳା ଅନ୍ତର୍ଗତ ଜାରକାକୁମାରୀ ଅଞ୍ଚଳର ଅରଣ୍ୟ ଗୁଇଁଙ୍କ ସ୍ତ୍ରୀ ଗେଡି ସକାଳ ପ୍ରାୟ ପାଞ୍ଚଟା ସମୟ ରେ ୧୬ ନଂ ଜାତୀୟ ରାଜପଥ ପାର୍ ହୋଇ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ଏକ ଅଜଣା ଗାଡି ତାଙ୍କୁ ଜୋରଦାର ଧକ୍କା ଦେଇଥିଲା । ଯାହାଫଳରେ ସେ ଗୁରୁତର ଅବସ୍ଥାରେ ରାସ୍ତା କଡକୁ ଛିଟିକି ପଡିଥିଲେ । ମାଁକୁ ଖୋଜି ଖୋଜି ସେଠାରେ ତାଙ୍କ ଭିନ୍ନକ୍ଷମ ବଡ ପୁଅ ପହଞ୍ଚିଥିଲେ । ମାଁକୁ ଏଭଳି ଗୁରୁତର ଅବସ୍ଥାରେ ଦେଖି ଆମ୍ଭୁଲାନ୍ସକୁ ଫୋନ କରିଥିଲେ । ଆମ୍ଭୁଲାନ୍ସ କର୍ମୀ ଫୋନ ଉଠାଇ ତାଙ୍କୁ ଆଡୁସାଡୁ କହିଥିଲେ ଏହାସହ ସେଠାରେ ପହଞ୍ଚିପାରିବେନି ବୋଲି ରୋକଠୋକ୍ କହିଦେଇଥିଲେ । ନିରୂପାୟ ହୋଇ ବଡପୁଅ ବାପାଙ୍କୁ ଡାକି ମାଙ୍କୁ ଏକ ଠେଲାଗାଡି ସାହାର୍ଯ୍ୟରେ ହସ୍ପିଟାଲ ନେଇଯାଇଥିଲେ । ସେଠାରେ ଡାକ୍ତର ଗେଡିଙ୍କୁ ମୃତ ଘୋଷଣା କରିଥିଲେ । ଏହାପରେ ଅରଣ୍ୟ ସପୃକ୍ତ ଘଟଣା ବାବଦରେ ଥାନାରେ ଏକ ଏତଲା ଦେଇଛନ୍ତି ।

Advertisement

ତେବେ ପରିବାର କହିଲେ ଅରଣ୍ୟ ଗୁଇଁ ତାଙ୍କ ସ୍ତ୍ରୀ ଗେଡି ଗୁଇଁ ଆଉ ୨ ପୁଅ । ବଡପୁଅ ଦୁର୍ଘଟଣାରେ ନିଜ ଗୋଡ ହରାଇ ବାପା ମାଙ୍କ ସାହାର୍ଯ୍ୟରେ ଜୀବନ ବିତାଉଥିଲା । ଆଉ ସାନ ପୁଅ ପର ସହରରେ ଦାଦନ ଖଟୁଛି । ବାପା ଅରଣ୍ୟ ଠେଲା ଗାଡିରେ ମଟର , ଚଣା ଭଜା ବିକି ୩ ପ୍ରାଣୀ ପୋଷନ୍ତି । କିନ୍ତୁ ବର୍ତ୍ତମାନ ସ୍ତ୍ରୀର ଏଭଳି ଅକାଳ ବିୟୋଗରେ ପରିବାର ଉପରେ ମାଡିଆସିଛି ।

Leave a Reply

Your email address will not be published. Required fields are marked *