ସାଇ ବାବଙ୍କୁ ନେଇ ଏପରି ବିବାଦୀୟ ବୟାନ ରଖିଲେ ବାବା ବାଗେଶ୍ୱର , ଥାନାକୁ ଆସିଲା ..
1 min readମୁମ୍ବାଇ : ପୁଣି ବିବାଦ ଘେରରେ ବହୁ ଚର୍ଚ୍ଚିତ ବାଗେଶ୍ୱର ଧାମର ବାବା ବାଗେଶ୍ୱର । ସିରିଡି ସାଇଙ୍କ ଉପରେ ବୟାନ ଦେଇ ଫସିଲେ ବାଗେଶ୍ୱର ବାବା । ମୁମ୍ବାଇର ବାନ୍ଦ୍ରା ପୋଲିସ ଥାନାରେ ତାଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି । ମଧ୍ୟପ୍ରଦେଶର ଛତ୍ରପୁର ବାଗେଶ୍ୱର ଧାମର ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି ।
ଖବର ଅନୁଯାୟୀ ,ଅଭିଯୋଗକାରୀ ଉଦ୍ଧବ ଗୋଷ୍ଠୀର ଶିବସେନା(ଉଦ୍ଧବ ଗ୍ରୁପ) ଯୁବା ସେନାର ନେତା ଓ ସିରିଡି ସାଇ ସଂସ୍ଥାର ପୂର୍ବତନ ଟ୍ରଷ୍ଟି ରାହୁଲ କନାଲ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ବିରୋଧରେ ଧାର୍ମିକ ଭାବନାକୁ ଆଘାତ ପହଂଚାଇଥିବା ଅଭିଯୋଗ ଆଣିଛନ୍ତି । ନିକଟରେ ଧୀରେନ୍ଦ୍ର ଶାସ୍ତ୍ରୀ ସାଇ ବାବାଙ୍କ ସମ୍ପର୍କରେ ବିବାଦୀୟ ବୟାନ ଦେଇଥିଲେ । ଏହପରେ ସାଇବାବାଙ୍କ ଶ୍ରଦ୍ଧାଳୁ ଏପରି ବୟାନକୁ ବିରୋଧ କରି ତାଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ।
ଏତଲାରେ କୁହାଯାଇଛି ଯେ ଧୀରେନ୍ଦ୍ରଙ୍କ ବିବୃତି ଧାର୍ମିକ ଭାବନାକୁ ଆଘାତ ଦେଇଛି । ଜବଲପୁରର ପାନାଗରର ବାଗେଶ୍ୱର ଧାମର ଧର୍ମେନ୍ଦ୍ର କୃଷ୍ଣ ଶାସ୍ତ୍ରୀ କହିଥିଲେ ଯେ ସାଇ ବାବା ଜଣେ ସାଧୁ, ଫକିର ହୋଇପାରିବେ କିନ୍ତୁ ଭଗବାନ ହୋଇପାରିବେ ନାହିଁ । ସେ କହିଛନ୍ତି, ଲୋକମାନଙ୍କର ନିଜର ବ୍ୟକ୍ତିଗତ ବିଶ୍ୱାସ ଅଛି ଏବଂ ମୁଁ କାହାରି ବିଶ୍ୱାସକୁ ଆଘାତ କରିବାକୁ ଚାହୁଁନାହିଁ । ସେ କହିଛନ୍ତି ଯେ ଆମ ଭାରତରେ ଅନେକ ସାଇ ଭକ୍ତ ଅଛନ୍ତି । ହେଲେ ଏ କଥା କିନ୍ତୁ ପୂରାପୁରି ସତ । ‘ତୁଳସୀ ଦାସ ଓ ସୁରଦାସଙ୍କ ଭଳି ଲୋକ ଯୁଗପୁରୁଷ ହୋଇପାରନ୍ତି, ସନ୍ଥ ହୋଇପାରନ୍ତି ହେଲେ ସେମାନେ କଦାପି ଭଗବାନ ନୁହଁ’ ବୋଲି ଧୀରେନ୍ଦ୍ର ଶାସ୍ତ୍ରୀ କହିଥିଲେ ।
ତେବେ ସାଇବାବାଙ୍କୁ ନେଇ ଦେଇଥିବା ତାଙ୍କ ବୟାନ ଏବେ ଚର୍ଚ୍ଚା ସୃଷ୍ଟି କରିବା ସହିତ ବିବାଦ ଛିଡା କରିଛି ।ମହାରାଷ୍ଟ୍ର ତଥା ଦକ୍ଷିଣରେ ମଧ୍ୟ ଅନେକ ସାଇ ଭକ୍ତ ଅଛନ୍ତି । କିନ୍ତୁ ସନାତନ ସାଇ ଭଗବାନ ମୂର୍ତି ପୂଜାକୁ ପ୍ରତ୍ୟାଖ୍ୟାନ କରୁଥିବାବେଳେ ସାଇ ଉପାସନା ସମ୍ପୂର୍ଣ୍ଣ ସନାତନ ଅଟେ । ବାବା ବାଗେଶ୍ୱର ଏହା କହିଛନ୍ତି ଯେ ଆମ ଧର୍ମର ଶଙ୍କରାଚାର୍ଯ୍ୟ ସାଇ ବାବାଙ୍କୁ ଦେବତାଙ୍କ ସ୍ଥାନ ଦେଇ ନାହାନ୍ତି ଏବଂ ଶଙ୍କରାଚାର୍ଯ୍ୟଙ୍କୁ ମାନିବା ଉଚିତ । କାରଣ ସେ ସନାତନ ଧର୍ମର ମୁଖ୍ୟ ଅଟନ୍ତି ।