Pratidin TV

Odisha's Digital News Platform

ସ୍ବାମୀ ସ୍ତ୍ରୀ ଖଣ୍ଟ ଓସ୍ତାଦ ପୂର୍ବଶତୃତାକୁ କେନ୍ଦ୍ରକରି ମହିଳାଙ୍କୁ ଆକ୍ରମଣ

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ଆକ୍ରମଣର ଶିକାର | ଆହତ ମହିଳାଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ କରାଯାଇଛି ଭର୍ତ୍ତି | ଆହତ ମହିଳା ହେଲେ ଟାଉନଥାନା ମାନସିଂବଜାର ଅଞ୍ଚଳର ଅନ୍ନପୂର୍ଣା ବେହେରା।

ତେବେ ସେହି ଗ୍ରାମର ହରେନ୍ଦ୍ର ମଲ୍ଲିକ ପହଞ୍ଚି ଗାଳିଗୁଲଜ କରିଥିଲେ। ଦୁର୍ବ୍ୟବହାର କରିବା ସହ ଆକ୍ରମଣ କରିଥିଲେ ଓ ଜିବନରୁ ମାରିଦେବାକୁ ଧମକ ଦେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଆହତ ଅନ୍ନପୂର୍ଣାଙ୍କୁ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅନ୍ନପୂର୍ଣ୍ଣାଙ୍କ ସ୍ବାମୀ ଶ୍ରୀନାଥ ବେହେରା ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ଶନିବାର ମଧ୍ୟାହ୍ନ ସମୟରେ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ଆହତ ମହିଳାଙ୍କୁ ପଚାରାଉଚୁରା କରିଥିବା ଦେଖାଯାଇଛି।

Leave a Reply

Your email address will not be published. Required fields are marked *