Pratidin TV

Odisha's Digital News Platform

ଏମିତି ବାହାଘର କେବେ ଦେଖିନଥିବେ , ଶୌଚାଳୟ ଭିତରେ ବିବାହ ବନ୍ଧନରେ ବାନ୍ଧିହେଲେ ଦମ୍ପତ୍ତି ..

1 min read

ବାହାଘର ସାଧାରଣତଃ ମନ୍ଦିର ମଣ୍ଡପ ଏବଂ ଚର୍ଚ୍ଚରେ ହୋଇଥାଏ । ତା ସହିତ ଏବେ ମଧ୍ୟ ଡେଷ୍ଟିନେସନ ୱେଡିଂ ମଧ୍ୟ ଚାହିଦାରେ ରହିଛି । ହେଲେ କେହି କେବେ ଶୁଣିଛନ୍ତି କି ଶୌଚାଳୟରେ ବାହାଘର । ଏକଥା କହିଲେ ବାହାଘର ପରି ଏକ ପବିତ୍ର କାମରେ ଶୌଚାଳୟରେ ବାହାଘର । ତେବେ ଏକଥା ଶୁଣିବାକୁ ଅଜବ ଲାଗୁଥିଲେ ଏକଥା କୁ ବାସ୍ତବରେ ପରିଣତ କରିଛନ୍ତି ଏହି ଦମ୍ପତ୍ତି । ଆମେରିକା କେଣ୍ଟୁକିର ଜଣେ ଦମ୍ପତି ବାହାଘର ଲାଗି ଗୋଟିଏ ନିଆରା ସ୍ଥାନ ବାଛି ଏବେ ବେଶ୍ ଚର୍ଚ୍ଚାରେ । ଏହି ଦମ୍ପତି ହେଲେ ଲୋଗେନ ଏବିନି ଓ ଟିଆନା ଏଲିଷ୍ଟକ । ଗତ ଫେବୃଆରୀ ୧୪ରେ ଏକ ଶୌଚାଳୟରେ ସେମାନେ ବିବାହ କରିଛନ୍ତି । ରିର୍ପୋଟ ଅନୁସାରେ ଟିୟାନା କେଣ୍ଟୁକିର ଗୋଟିଏ ବଡ ଷ୍ଟୋର ଚେନ ଏଚଓପି ସପରେ କାମ କରନ୍ତି ।

ସେହି ଷ୍ଟୋର ନିଜର ବାଥରୁମ ଲାଗି ପ୍ରସିଦ୍ଧ । ସେଠାରେ ଏକ ବଟନ ଚିପି ଦେଲେ ବାଥରୁମଟି ଏକ ଡାନ୍ସ ଫ୍ଲୋରରେ ପରିଣତ ହୋଇଯାଏ । ଏସମ୍ପର୍କରେ ଟିୟାନା କହିଛନ୍ତି, ସେ କହିଛନ୍ତି ଆମେ ସଧାରଣ ଲୋକଙ୍କ ଭଳି ବାହା ହେବାକୁ ଚାହୁଁ ନଥିଲୁ ଆମେ ଏକ ନିଆରା ଢଙ୍ଗରେ ବାହା ହେବାକୁ ଚାହୁଁଥିଲୁ । ଆମ ବାହାଘର ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର କରିବାକୁ ଚାହୁଁଥିଲୁ । ମୁଁ ଏନେଇ ମୋ ଭାବୀ ସ୍ୱାମୀଙ୍କୁ କହିଥିଲି । ପ୍ରଥମେ ମୁଁ ଶୌଚାଳୟ ନୁହେଁ ବରଂ ମୁଁ ଆମ ଷ୍ଟୋରରେ ବାହା ହେବାକୁ ଚାହୁଁଥିଲି ହେଲେ ମୋ ଭାବୀ ସ୍ୱାମୀ ଏ ସମ୍ପର୍କରେ କିଛି ମୁଁହ ଖୋଲି ନଥିଲେ । ପରେ ଏ କଥା କହିବାରୁ ସେ ଶୁଣି ରାଜି ହୋଇଯାଇଥିଲେ । ପରେ ଏ ସମ୍ପର୍କରେ ମୁଁ ମୋ ବସ୍ ଙ୍କୁ ଭି କହିଥିଲି ଏହା ଶୁଣି ବସ୍ ପୁରା ଖୁସି ହୋଇଯାଇଥିଲେ । ବାଥୁରୁରେ ବାହାଘର ହେଉଥିବା ସମୟରେ ଅତିଥି ମାନେ ବାହାରୁ ଥାଇ ଦେଖୁଥିଲେ । ବାହାଘର ପରେ ଆମେ ଷ୍ଟୋରରେ ଥିବା ପରିଜନ ଏବଂ ସମ୍ପର୍କୀୟ ମାନଙ୍କୁ ଏକ ଭୋଜି ଦେଇଥିଲୁ । ଏଭଳି ଏକ ବିବାହ କରି ସେମାନେ ଅନେକ ଟଙ୍କା ସଞ୍ଚୟ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *