Pratidin TV

Odisha's Digital News Platform

ପୁଣିଥରେ ନଦୀରେ ଆତଙ୍କ ଖେଳାଇଲା କୁମ୍ଭୀର, ଭୟରେ ନଦୀକୁ ଯାଉନାହାନ୍ତି ଲୋକେ…

ଗତ କିଛିଦିନ ତଳେ ଓଡିଶାର କିଛି ନଦୀ କୂଳିଆ ଅଞ୍ଚଳରେ ଆତଙ୍କ ଖେଳାଇଥିଲା କୁମ୍ଭୀର । ନଦୀ ଭିତରକୁ ଟାଣି ନେଉଥିଲା ଜଣ ଜଣଙ୍କୁ । କୁମ୍ଭୀର ମୁହଁରେ କିଛି ପୁଶୁଙ୍କ ସମେତ କିଛି ଲୋକଙ୍କର ମଧ୍ୟ ଜୀବନ ଯାଇଥିଲା । ଯେଉଁଥିପାଇଁ ବେଶି ଭୟଭିତ ହୋଇ ପଡିଥିଲେ ଲୋକେ । କିନ୍ତୁ ବର୍ତ୍ତମାନ ପୁଣି ଏକ କୁମ୍ଭୀର ନଦୀରେ ଆତଙ୍କ ଖେଳାଇଥିବା ଦେଖିବାକୁ ମିଳିଛି । ଯାହାକୁ ଦେଖି ଲୋକେ ଆତଙ୍କିତ ହୋଇ ଭୟରେ ନଦୀ କୁ ଯାଉ ନାହାଁନ୍ତି । ତେବେ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ କୁଣ୍ଡୁଳି ପଞ୍ଚାୟତର କୁଣ୍ଡୁଳି ଗ୍ରାମର ପାର୍ଶ୍ୱ ଦେଇ ଯାଇଥିବା ଡୁବଡୁବି ନଦୀରେ ଦେଖିବାକୁ ମିଳିଛି କୁମ୍ଭୀର । ଗତକାଲି କୁମ୍ଭୀରଟି ପାଣିରେ ଭାସୁଥିବା ଲୋକେ ଦେଖିଥିଲେ । ତେବେ ଏଇ ନଦୀ ଉପରେ ପାଖାପାଖି ୭୦ ପ୍ରତିଶତ ଲୋକେ ମାଛମାରୀ ସେମାନଙ୍କର ଜୀବିକା ନିର୍ବାହ କରିଥାନ୍ତି । କିନ୍ତୁ ଏହି କୁମ୍ଭୀରକୁ ଦେଖିବା ପରେ ଭୟରେ ନଦୀକୁ ମାଛ ମାରିବା ପାଇଁ ଯାଉ ନାହାଁନ୍ତି ଲୋକେ । ତେଣୁ ବନ ବିଭାଗ ତୁରନ୍ତ କୁମ୍ଭୀରଟିକୁ ଉଦ୍ଧାର କରି ନେଇ ଯିବା ପାଇଁ ନିବେଦନ କରିଛନ୍ତି । ପୂର୍ବରୁ ଏହି ନଦୀରେ କେବେବି କୁମ୍ଭୀର ଦେଖିବାକୁ ମିଳିନଥିଲା । ହେଲେ ହଠାତ୍ କୁମ୍ଭୀରକୁ ଦେଖି ଭୟଭୀତ ହୋଇ ପଡିଛନ୍ତି ସ୍ଥାନୀୟ ବାସିନ୍ଦା । ଆଉ ନଦୀଟି କଶାଫଳ ସମୁଦ୍ରରେ ମିଶିଥିବାରୁ ସମୁଦ୍ରରୁ କୁମ୍ଭୀରଟି ନଦୀକୁ ଚାଲି ଆସିଥିବା ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *