Pratidin TV

Odisha's Digital News Platform

ରାସ୍ତାରେ ବୁଲୁଛି କୁମ୍ଭୀର, ଲୋକେ ହେଲେ ଛାନିଆ

1 min read

ନଦୀ, ସମୁଦ୍ର କିମ୍ବା ଚିଡ଼ିଆଖାନାରେ ନୁହେଁ ବର୍ତ୍ତମାନ ରାସ୍ତାରେ କୁମ୍ଭୀର ବୁଲୁଥିବାର ଦେଖିବାକୁ ମିଳିଛି | ଏହା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ସତ | ତେବେ ଏହା ମହାରାଷ୍ଟ୍ରର ଉପକୂଳ ରତ୍ନଗିରି ଜିଲ୍ଲାର ଏକ ରାସ୍ତା ଉପରେ କୁମ୍ଭୀର ଚାଲୁଥିବାର ଦେଖିବାକୁ ମିଳିଛି | ରାସ୍ତାରେ ହଠାତ କୁମ୍ଭୀର ଚାଲୁଥିବାର ଦେଖିବାକୁ ମିଳିଥିଲା, ଯାହାଫଳରେ ସେହି ରାସ୍ତା ଦେଇ ଯାଉଥିବା ପଥଚାରୀ ଏବଂ ଗାଡ଼ିମୋଟର ଅଟକି ରହିବାକୁ ବାଧ୍ୟ ହୋଇଥିଲେ। ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା।

ଗତ କିଛି ଦିନ ହେବ ଚିପଲୁନ୍ ଏବଂ ରତ୍ନାଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ଏହି କାରଣରୁ ଜିଲ୍ଲାର ନଦୀଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି। ଏଥିଯୋଗୁଁ କୁମ୍ଭୀରଟି ରାସ୍ତା ଉପରକୁ ଚାଲି ଆସିଥିବା କୁହାଯାଉଛି। କାରରେ ଯାଉଥିବା ଜଣେ ଯାତ୍ରୀ ଏହି ସମୟର ଦୃଶ୍ୟକୁ କ୍ୟାମେରାରେ କଏଦ କରିଛନ୍ତି। କୁମ୍ଭୀରଟି ନିକଟରେ ଥିବା ଶିବ ନଦୀରୁ ଚାଲି ଆସିଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁଯାୟୀ, ରତ୍ନଗିରି ମଗର କୁମ୍ଭୀର ପାଇଁ ବେଶ୍ ଜଣାଶୁଣା। ଏହି ଅଞ୍ଚଳରେ ଅଧିକ ମଗର କୁମ୍ଭୀର ପ୍ରଜାତି ଦେଖାଯାଏ। ଏହି ଅଞ୍ଚଳରେ ଜଳାଶୟଗୁଡ଼ିକରେ କୁମ୍ଭୀରଙ୍କ ସଂଖ୍ୟା ଅଧିକ ଥିବାରୁ ଅନେକ ସମୟରେ ସେମାନେ ରାସ୍ତାଘାଟକୁ ଚାଲିଆସୁଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଏ ନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ପ୍ରଶାସନ ନିକଟରେ ଅନେକ ଥର ଅଭିଯୋଗ କରାଯାଇଛି। ସ୍ଥାନୀୟ ବନ୍ୟଜନ୍ତୁ ଅଧିକାରୀଙ୍କ ପକ୍ଷରୁ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *